“ମା’ ମୁଁ ତ ପୁଅ ଥିଲି ହେଲେ ବି ତୋ ଠାରୁ ମୋତେ କାହିଁକି ଏମିତି ଦୂରେଇ ଦେଲୁ ?” ନାଳ ଭିତରୁ ପ୍ଲାଷ୍ଟିକ ବ୍ୟାଗରେ ମିଳିଲା ଶିଶୁପୁତ୍ର !

ସେ ମା’ ହୋଇବି କେମିତି ଏତେ ସ୍ଵାର୍ଥପର ହୋଇପାରେ ? ମା’ର ମମତାର ଏ ଦୁନିଆରେ କୌଣସି ତୁଳନା ନାହିଁ । ହେଲେ କେବେ କେବେ ଏମିତି କିଛି ଘଟଣା ସାମ୍ନାକୁ ଆସେ ଯାହା ଦେଖିଲେ ବା ଶୁଣିଲେ ମା’ର ମମତା ଉପରେ ବି ପ୍ରଶ୍ନ ଉଠେ । ଆଜ୍ଞା ହଁ, କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ତେନ୍ତଳାପଶି ଗୋପୀନାଥପୁର ଗାଁ ନିକଟରେ ଥିବା ଏକ ଝରଣା ନାଳରୁ ଅସହାୟ ଅବସ୍ଥାରେ ପଡିଥିବା ଏକ ଶିଶୁ ପୁତ୍ରକୁ ଅଶୋକ ନାମକ ଜଣେ ଯୁବକ ଉଦ୍ଧାର କରିଛନ୍ତି ।

ଶିଶୁକନ୍ୟା ନୁହେଁ ବରଂ ଏଠି ଗୋଟିଏ ଶିଶୁପୁତ୍ର ବି ତା’ ମାଆ ପାଇଁ ଅଲୋଡା ହୋଇଯାଇଛି । ଅଶୋକଙ୍କୁ ଝରଣା ନାଳ ପାଖରୁ ସେହି କଅଁଳ ଶିଶୁର ସ୍ଵର ଶୁଭିଥିଲା । ଯାହା ଶୁଣି ସବୁ ଦୌଡି ଆସିଥିଲେ ଓ ଏହାକୁ ନେଇ ଚାରିଆଡେ ଆରମ୍ଭ ହୋଇଥିଲା ଚର୍ଚ୍ଚା । ଶିଶୁ ପୁତ୍ରକୁ ଉଦ୍ଧାର କରିବା ପରେ ସାଙ୍ଗେ ସାଙ୍ଗେ ତା’ର ଚିକିତ୍ସା ପାଇଁ କେନ୍ଦୁଝର ମେଡିକାଲକୁ ନିଆ ଯାଇଥିଲା । ସେଠାରେ ସ୍ଥାନୀୟ ଯୁବକମାନେ ଶୌଚ ପାଇଁ ସକାଳୁ ନାଳକୁ ଯିବାବେଳେ ସେହି କଅଁଳ ଶିଶୁ ପୁତ୍ରର କାନ୍ଦ ଶୁଣିବାକୁ ପାଇଥିଲେ ।

ଆଉ ସେହି କଅଁଳ ଚିତ୍କାର ଶୁଣି ନାଳ ଭିତରେ କିଛି ବାଟ ଯିବା ପରେ ଗୋଟିଏ ପ୍ଲାଷ୍ଟିକ ବ୍ୟାଗରେ ଛୁଆଟିଏ ରହିଥିବା ଦେଖିବାକୁ ପାଇଥିଲେ । ଯାହାପରେ ତୁରନ୍ତ ଛୁଆକୁ ଉଦ୍ଧାର କରି ଗାଁ’କୁ ନେଇ ଆସିଥିଲେ । ଗୋପୀନାଥପୁର ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀ କେନ୍ଦୁଝର ଚାଇଲ୍ଡ ଲାଇନକୁ ଯୋଗାଯୋଗ କରିଥିଲେ ।

ଏହାପରେ କେନ୍ଦୁଝର ମେଡିକାଲକୁ ଛୁଆକୁ ନିଆ ଯାଇଥିଲା । ବର୍ତ୍ତମାନ SNCU ରେ ଛୁଆଟିର ଚିକିତ୍ସା ଚାଲିଥିବା ସୂଚନା ଜଣାପଡିଛି । ଆଉ ଛୁଆଋ ଏବେ ସୁସ୍ଥ ଥିବା ମଧ୍ୟ ଜଣାପଡିଛି । ଏହି ଘଟଣା ଦେଖିଲେ ଆଜିର ସ୍ଵାର୍ଥପର ଦୁନିଆରେ ମଣିଷପଣିଆ ସହ ମା’ର ମମତା ବି ମରିଯାଇଛି କହିଲେ କିଛି ଭୁଲ ହେବନାହିଁ । ନବଜାତ ଶିଶୁମାନେ ବାରମ୍ବାର ଏମିତି କାହିଁକି ଅଲୋଡା ହୋଇ ପଡ଼ୁଛନ୍ତି ?

ମଣିଷ ନିଜର ସ୍ଵାର୍ଥ ପାଇଁ ନିରୀହ ଓ ଅବୋଧ ଶିଶୁଙ୍କୁ ବଳି ପକାଇଆବାକୁ ବି ପଛାଉନାହିଁ । ସାଧାରଣତଃ ଶିଶୁକନ୍ୟା ଅଲୋଡା ହେବା କଥା କିଛି ନୂଆ ନୁହେଁ । କିନ୍ତୁ ଆଜିକାଲି ଶିଶୁପୁତ୍ର ବି ବଳି ପଡିବା ଆରମ୍ଭ ହୋଇ ସାରିଲାଣି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।