ଏପଟେ ସ୍ବାମୀର ଦୀର୍ଘାୟୁ କାମନା କରି ସ୍ତ୍ରୀ ବ୍ରତ କରୁଥିବା ବେଳେ ସେପଟେ ଗାର୍ଲଫ୍ରେଣ୍ଡ କରି ସପିଙ୍ଗ କରୁଥିଲେ ସ୍ଵାମୀ । ଆଉ ଏତିକି ବେଳେ ଧରିନେଲେ ସ୍ତ୍ରୀ ଆଉ ରାସ୍ତା ଉପରେ ଦେଇ ଚାଲିଲେ ଉତ୍ତମ ମଧ୍ୟମ । ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଜୋରରେ ଭାଇରାଲ ହେଉଛି । ମୋବାଇଲରୁ ମୋବାଇଲକୁ ଘୁରି ବୁଲିଛି ଏହି ଦୃଶ୍ୟ । ଆଉ ନେଟିଜେନ ଏହାର ଭରପୁର ମଜା ନେଉଛନ୍ତି ।
ଅନେକ ସମୟରେ ସ୍ଵାମୀ ସ୍ତ୍ରୀ ଝଗଡାରେ ଏମିତି ଅନେକ ଦୃଶ୍ୟ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିବା ଆପଣ ଦେଖିଥିବେ । ଆଉ ଏବେ ଠିକ ଏମିତି ଏକ ଘଟଣା ସାମ୍ନାକୁ ଆସିବା ପରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ଘଟଣାର ଭିଡିଓ ବର୍ତ୍ତମାନ ନିଆଁ ଭଳି ଭାଇରାଲ ହେଉଛି । ଆଜ୍ଞା ହଁ, ସ୍ଵାମୀଙ୍କର ଦୀର୍ଘ ଆୟୁଷ ପାଇଁ ସ୍ତ୍ରୀ କରବାଚୋଥ ବ୍ରତ ରଖିଥିଲେ ଓ ଉପବାସ ବି କରିଥିଲେ । ହେଲେ ଠିକ ସେହି ସମୟରେ ସ୍ଵାମୀ ଗାର୍ଲଫ୍ରେଣ୍ଡକୁ ଧରି ସପିଙ୍ଗ କରୁଥିଲେ ।
ଏହି ଖବର ସ୍ତ୍ରୀଙ୍କ ପାଖରେ କୌଣସିମତେ ପହଞ୍ଚିଗଲା । ଆଉ ସବୁ ଛାଡି ସେ ବି ମାର୍କେଟ ଧାଇଁଲେ ଆଉ ଗାର୍ଲଫ୍ରେଣ୍ଡ ସହ ସ୍ଵାମୀଙ୍କୁ ରଙ୍ଗେହାତ ଧରିଲେ ସ୍ତ୍ରୀ । ସାଥିରେ କିଛି ସମ୍ପର୍କୀୟ ଓ ସାଥିଙ୍କୁ ମଧ୍ୟ ନେଇଥିଲେ । ଆଉ ସେମାନଙ୍କ ସହ ମିଶି ରାସ୍ତା ମଝିରେ ସ୍ଵାମୀକୁ ଉତ୍ତମ ମାଧ୍ୟମ ଦେଇ ଚାଲିଲେ ।
ଯିଏ ଯେତେ ଯାହା କହି ଅଟକାଇଲେ ମଧ୍ୟ କାହାରି କଥା ଶୁଣିବା ମୁଡ୍ ରେ ନଥିଲେ ଏହି ମହିଳାଜଣକ । ଆଉ ସୋସିଆଲ ମିଡିଆରେ ଏହି ସମୟ ଦୃଶ୍ୟ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ଏହି ସ୍ତ୍ରୀର ଏଭଳି କାଣ୍ଡ ଏବେ ବେଶ ଚର୍ଚ୍ଚା ବିଷୟ ପାଲଟିଛି । କେହି କେହି ସ୍ତ୍ରୀ ରାସ୍ତା ଉପରେ ଏମିତି କରିବା ବିଲକୁଲ ଠିକ ନଥିଲା ବୋଲି କହୁଥିବା ବେଳେ ଆଉ କିଛି ଲୋକ ତାଙ୍କୁ ସମର୍ଥନ କରୁଛନ୍ତି ।
ସ୍ତ୍ରୀ ଥାଉ ଥାଉ ଗାର୍ଲଫ୍ରେଣ୍ଡ ବନେଇବା ସଉକ ଖୁବ ମହଙ୍ଗା ପଡିଲା ବୋଲି ଲୋକେ କମେଣ୍ଟ କରୁଛନ୍ତି । ତେବେ ଏହି ଦୃଶ୍ୟ ଦେଖି ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।