Solar Eclipse 2022: ଗର୍ଭବତୀ ମହିଳାମାନେ ସାବଧାନ, ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ଓ କେଉଁ ରାଶିଙ୍କ ପାଇଁ ଭୟଙ୍କର ସାବ୍ୟସ୍ତ ହେବ ଏହି ସୂର୍ଯ୍ୟପରାଗ ?

ଆସନ୍ତା ଅକ୍ଟୋବର ମାସ ୨୫ ତାରିଖ ଅର୍ଥାତ ପବିତ୍ର ଦୀପାବଳୀ ଅମାବାସ୍ୟା ଦିନ ବର୍ଷର ଅନ୍ତିମ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି । ଏହା ଏକ ଆଂଶିକ କିନ୍ତୁ ଲମ୍ବା ସୂର୍ଯ୍ୟପରାଗ ହେବ ଏବଂ ଓଡିଶା ସହ ସଂପୂର୍ଣ୍ଣ ଭାରତରେ ଦୃଶ୍ୟମାନ ହେବ । ସୂର୍ଯ୍ୟ ଓ ପୃଥିବୀ ମଝିରେ ଚନ୍ଦ୍ରମା ରହିବା ଫଳରେ ଚନ୍ଦ୍ରମାଙ୍କ ପ୍ରତିଛବି ପୃଥିବୀ ଉପରେ ପଡିଲେ ତାହାକୁ ସୂର୍ଯ୍ୟପରାଗ କୁହାଯାଏ । ଶାସ୍ତ୍ର ଅନୁସାରେ ପରାଗ ଲାଗିବାର ୧୨ଘଣ୍ଟା ବା ଚାରି ପ୍ରହାର ପୂର୍ବରୁ ପାକ ନିଷେଧ ବା ହାଣ୍ଡିଛାଡ କରାଯାଏ ।

ପରାଗ ଲାଗିବା ବେଳକୁ ପେଟରେ କିଛି ଖାଦ୍ୟପଦାର୍ଥ ନରହିବା ଭଲ ହୋଇଥାଏ । ଆସନ୍ତା ସୂର୍ଯ୍ୟପରାଗର ସୂତକ ବା ହାଣ୍ଡିଛାଡ ସମୟ ହେଉଛି ୨୪ ଅକ୍ଟୋବର ରାତ୍ରି ୦୯:୨୫ ମିନିଟରୁ ୨୫ ଅକ୍ଟୋବର ସନ୍ଧ୍ୟା ୦୬:୩୨ ମିନିଟ । ୨୫ ଅକ୍ଟୋବତ ୦୨:୨୯ ମିନିଟରେ ପରାଗ ଆରମ୍ଭ ହୋଇ ସନ୍ଧ୍ୟା ୦୬:୩୨ ମିନିଟ ଯାଏଁ ରହିବ । ପଞ୍ଚାଙ୍ଗ ଅନୁସାରେ ପରାଗ ସଂପୂର୍ଣ୍ଣ ଗ୍ରାସ ହେବାର ସମୟ ହେଉଛି ଦିନ ୦୪:୩୧ ମିନିଟରୁ ସନ୍ଧ୍ୟା ୦୫:୫୭ ମିନିଟ ।

ଏହି ସମୟରେ ଗର୍ଭବତୀ ମହିଳାମାନେ ସାବଧାନ ରହିବା ସହ ସୂର୍ଯ୍ୟପରାଗ ଦେଖିବା ଉଚିତ ନୁହେଁ । ଏହି ସମୟରେ କୌଣସି ଜିନିଷ କଟାକଟି କରନ୍ତୁ ନାହିଁ କି ସିଲେଇ ମଧ୍ୟ କରନ୍ତୁ ନାହିଁ । ଧାରୁଆ ଜିନିଷ ଠାରୁ ଦୂରେ ରୁହନ୍ତୁ କାରଣ ଏହାର କୁପ୍ରଭାବ ଗର୍ଭରେ ଥିବା ଶିଶୁ ଉପରେ ପଡିଥାଏ । ଏହି ସମୟରେ କଳା ବସ୍ତ୍ର ପିନ୍ଧନ୍ତୁ ନାହିଁ କି ବାହାରକୁ ବାହାରକୁ ନାହିଁ । ସୂର୍ଯ୍ୟକିରଣ ଯେପରି ଘରେ ପ୍ରବେଶ ନାକରେ କବାଟ ଝରକା ବନ୍ଦ କରି ରଖନ୍ତୁ ।

ଏହି ସମୟରେ ଶୁଅନ୍ତୁ ନାହିଁ ବରଂ ଗୋଟିଏ ନଡିଆକୁ ଧରିକି ବସିଲେ ଗ୍ରହଣର ପ୍ରଭାବ ଗର୍ଭରେ ଥିବା ଶିଶୁ ଉପରେ ପଡିବ ନାହିଁ । ଏହି ସମୟରେ ଭଗବାନଙ୍କ ନାମ ଏବଂ ଗାୟତ୍ରୀ ମନ୍ତ୍ର ଓ ମହାମୃତ୍ୟୁଞ୍ଜୟ ମନ୍ତ୍ର ଆଦିର ଜପ କରନ୍ତୁ । ପରାଗ ସରିବା ପରେ ନଡିଆକୁ ନେଇ କୌଣସି ଜଳାଶୟରେ ଜଳାଭିଷେକ କରିଦେବେ । ପରାଗ ସମୟରେ କୌଣସି କହଦ୍ୟା ପ୍ରସ୍ତୁତ କରନ୍ତୁ ନାହିଁ କି ପାକ ହୋଇଥିବା ଖାଦ୍ୟ ଖାଆନ୍ତୁ ନାହିଁ । ଏହାକୁ ବିଷ ସମାନ ମାନାଯାଏ ।

ଏହି ସମୟରେ ଶୋଇ ନରହି ଭଗବାନଙ୍କ ନାମ ଓ ମନ୍ତ୍ର ଜପ କରନ୍ତୁ । ଏହି ସମୟରେ ଅଧିକ କଥା ହୁଅନ୍ତୁ ନାହିଁ କି କାହା କଳିଝଗଡା ମଧ୍ୟ କରନ୍ତୁ ନାହିଁ । ସୂର୍ଯ୍ୟପରାଗ ଲାଗିଥିବା ସମୟରେ ଦାନଧର୍ମ କରିବାର ବେଶ ମହତ୍ଵ ରହିଛି । ତେଣୁ ଏହି ସମୟରେ ଦାନ କରିବା ଦ୍ଵାରା ପୂଣ୍ୟ ପ୍ରାପ୍ତି ହୋଇଥାଏ । ପରାଗ ସରିବା ପରେ ଗଙ୍ଗାଜଳ ଛିଞ୍ଚନ କରି ଘରକୁ ପବିତ୍ର କରିଦିଅନ୍ତୁ । ଏହି ସମୟରେ ପତି ପତ୍ନୀ ସହବାସ କରିବା ମଧ୍ୟ ଉଚିତ ନୁହେଁ ।

ପରାଗ ସମୟରେ ଗ୍ରହଙ୍କ ପରିବର୍ତ୍ତନ ଯୋଗୁଁ କିଛି ରାଶିଙ୍କ ଉପରେ ଏହାର ଶୁଭ ପ୍ରଭାବ ପଡିବାକୁ ଯାଉଥିବା ବେଳେ ଆଉ କିଛି ରାଶିଙ୍କ ଉପରେ ଅଶୁଭ ପ୍ରଭାବ ପଡିବାକୁ ଯାଉଛି । ପରାଗ ସମୟରେ କେବଳ ଚାରୋଟି ରାଶିଙ୍କ ଉପରେ ଏହାର ଶୁଭଫଳ ପଡିବାକୁ ଯାଉଛି । ଏହି ପରାଗ ଏମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ ଓ ଏମାନଙ୍କ ଜୀବନରେ ଏହି ସମୟ ଠାରୁ ଖୁସି ଆସିବାକୁ ଯାଉଛି । ସେହି ଚାରିଗୋଟି ରାଶି ହେଲେ ବୃଷ ରାଶି, ସିଂହ ରାଶି, ଧନୁ ରାଶି ଓ ମକର ରାଶି ।

ସେହିପରି ମେଷ ରାଶି, ମିଥୁନ ରାଶି, କନ୍ୟା ରାଶି ଓ କୁମ୍ଭ ରାଶି ପାଇଁ ଏହି ସମୟ ସାମାନ୍ଯ ରହିବ ଅର୍ଥାତ ଶୁଭ ହେବନି କି ଅଶୁଭ ମଧ୍ୟ ହେବନି । କିନ୍ତୁ କର୍କଟ ରାଶି, ତୁଳା ରାଶି, ବିଛା ରାଶି ଓ ମୀନ ରାଶି ପାଇଁ ଏହି ସୂର୍ଯ୍ୟପରାଗ ଅଶୁଭ ହେବାକୁ ଯାଉଛି । ତେଣୁ ଗ୍ରହଣ ସମୟରେ ବାହାରକୁ ବାହାରନ୍ତୁ ନାହିଁ ଏବଂ ଭଗବାନଙ୍କୁ ସ୍ମରଣ କରିବା ସହ ସୂର୍ଯ୍ୟଙ୍କର ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।