ବିମୁଦ୍ରୀକରଣ (Demonetisation) ବରଦାନ ଥିଲା ନା ଅଭିଶାପ ? 6 ବର୍ଷ ପରେ କେନ୍ଦ୍ର ସରକାରଙ୍କ ବିମୁଦ୍ରାକରଣ ନିଷ୍ପତ୍ତିର ଶୁଣାଣି କରିବେ ସୁପ୍ରିମକୋର୍ଟ

ମୋଦି ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତି ଠିକ ଥିଲା କି ନାହିଁ ଏନେଇ ଆସନ୍ତା ନଭେମ୍ବର ୯ ତାରିଖରେ ଶୁଣାଣି କରିବେ ସୁପ୍ରିମକୋର୍ଟ । ୨୦୧୬ରେ ମୋଦି ସରକାର ଯେଉଁ ବିମୁଦ୍ରୀକରଣ କରାଇଥିଲେ ତା’ର ସାମ୍ବିଧାନିକ ବୈଧତା ସମ୍ପର୍କରେ ହୋଇଥିବା ଏକ ମାମଲାର ଶୁଣାଣି ହେବ ବୋଲି ସୂଚନା ମିଳିଛି । ବିରୋଧୀଙ୍କ ସମେତ ଅନେକ ଅର୍ଥନୀତିଜ୍ଞ କହିଛନ୍ତି ଯେ, ବିଭିନ୍ନ ସମୟରେ ଏଭଳି ଜଟିଳ ନିଷ୍ପତ୍ତି ଦେଶର ଆର୍ଥିକ ସମସ୍ଯାକୁ ବଢାଇ ଦେଇଛି । ଯାହାକୁ ଖାରଜ କରି ଆସୁଥିଲେ ଶାସକ ଦଳର ନେତା ।

ବିଜେପି କହି ଆସୁଛି ଯେ, କଳା ଟଙ୍କା ବିରୋଧରେ ଏହା ଏକ ବଡ ପଦକ୍ଷେପ । ଏହାରି ଭିତରେ ଏହି ମାମଲା ଏବେ କୋର୍ଟରେ ଯାଇ ପହଞ୍ଚିଛି । କୋର୍ଟ କହିଛନ୍ତି ଯେ, ଲକ୍ଷ୍ମଣରେଖା ବିଷୟରେ ଆମେ ସଚେତନ ଅଛୁ । ବିମୁଦ୍ରୀକରଣ କେବଳ ବୌଦ୍ଧିକ କାର୍ଯ୍ୟକଳାପ ଥିଲା ନା ଔ କିଛି ଥିଲା ଏହାର ନିଶ୍ଚିତ ଭାବେ ସମୀକ୍ଷା ହେବ ।  ଏଥିପାଇଁ ଆବଶ୍ଯକୀୟ ଫାଇଲ ସବୁ ପ୍ରସ୍ତୁତ ରଖିବା ପାଇଁ କେନ୍ଦ୍ର ସରକାରସନକ ସମେତ ରିଜର୍ଭ ବ୍ଯାଙ୍କକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ଆପଣଙ୍କର ମନେଥିବ କି, ୨୦୧୬ ନଭେମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରୀକରଣ ଘୋଷଣା କରିଥିଲେ । ଯାହାଫଳରେ ୧୦୦୦ ଟଙ୍କିଆ ଓ ୫୦୦ ଟଙ୍କିଆ ନୋଟକୁ ଅଚଳ କରିଦିଆ ଯାଇଥିଲା । କଳାଧନ ବିରୋଧରେ ଏହା ଏକ ବଡ ପଦକ୍ଷେପ ବୋଲି ଦର୍ଶାଇଥିଲେ ମୋଦି ସରକାର ।

ମୋଦି ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ସାରା ଦେଶରେ ଚହଳ ପଡି ଯାଇଥିଲା । ବ୍ଯାଙ୍କ ଆଗରେ ଓ ଏଟିଏମ ସାମ୍ନାରେ ଅନେକ ଦିନ ଯାଏଁ ଲୋକଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଥିଲା । ସାଧାରଣ ଲୋକେ ଏହି ସମୟରେ ବେଶ ଅସୁବିଧାର ସମୁଖୀନ ହୋଇଥିଲେ । ଦିଆ ଯାଇଥିବା ସମୟସୀମା ମଧ୍ୟରେ ଟଙ୍କା ବଦଳି କରିବା ପାଇଁ ଲୋକେ ଘଣ୍ଟା ଘଣ୍ଟା ଧରି ବ୍ଯାଙ୍କ ଆଗରେ ଲାଇନ ଲଗାଇଥିଲେ । ତେବେ ଏହି ମାମଲାର ବିଚାର ସମ୍ବିଧାନର ଖଣ୍ଡପୀଠରେ କରିବା ପାଇଁ ନିଷ୍ପତ୍ତି ହୋଇଥିଲା ।

ଆଉ ଏବେ ଦୀର୍ଘ ୬ ବର୍ଷ ପରେ ପୁଣି ଥରେ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି କରାଯିବ । ତେବେ କୋର୍ଟ କଣ ସମୀକ୍ଷା କରିଛନ୍ତି ଓ କୋର୍ଟଙ୍କ ରାୟ କଣ ରହିବ ଏହାକୁ ନେଇ ସାଧାରଣରେ ଉତ୍ସାହ ଦେଖିବାକୁ ମିଳିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।