ଭୁଲ୍ UPI ଆଡ୍ରେସରେ ଟଙ୍କା ପଳେଇଲେ କଣ କରିବେ ? କେମିତି ଫେରି ପାଇବେ ଟଙ୍କା ? କରିବାକୁ ପଡିବ କେବଳ ଏହି ଛୋଟ କାମ

ୟୁପିଆଇ ଟ୍ରାନ୍ସାକ୍ସନ ପ୍ରକ୍ରିୟା ଆରମ୍ଭ ହେବା ପରଠାରୁ ଟଙ୍କା ନେଣଦେଣ ପ୍ରକ୍ରିୟା ଅତି ସହଜ ହୋଇଗଲାଣି । ବଡ ବଡ ମଲ୍ ଠାରୁ ରାମ୍ଭ କରି ଛୋଟ ପାନଦୋକାନ ପର୍ଯ୍ୟନ୍ତ ଏବେ ସବୁଠୁ ୟୁପିଆଇ ପେମେଣ୍ଟ ସୁବିଧା ଉପଲବ୍ଧ ରହିଛି । ପକେଟରେ ଟଙ୍କା, କ୍ରେଡିଟ କାର୍ଡ କିମ୍ବା ଡେବିଟ କାର୍ଡ ଆଦି ନଥିଲେ ମଧ୍ୟ ଗ୍ରାହକ ଫୋନ ଯୋଗେ ସହଜରେ ୟୁପିଆଇ ପେମେଣ୍ଟ କରି ପାରୁଛନ୍ତି । ସବୁ ଜିନିଷ କେବେବି ଏକଦମ ପରଫେକ୍ଟ ହୋଇପାରିବ । ସେଥିପାଇଁ ୟୁପିଆଇ ପେମେଣ୍ଟର ଫାଇଦା ସହ ଏଥିରେ ରିକ୍ସ ମଧ୍ୟ ରହିଛି ।

ଭୁଲ UPI ଆଡ୍ରେସରେ ଟଙ୍କା ପଳେଇଲେ କଣ କରିବେ ?

ଅନେକ ସମୟରେ ଭୁଲ ୟୁପିଆଇ ଆଡ୍ରେସକୁ ଟଙ୍କା ପଠାଇ ହୋଇଯାଏ । ଯେଉଁଥି ପାଇଁ ପଠେଇଥିବା ଟଙ୍କା ଆଉ ଫେରି ପାଆନ୍ତି ନାହିଁ । ଆପଣ ଯଦି ଏଭଳି ସମସ୍ୟାର ସମୁଖୀନ ହୁଅନ୍ତି ତେବେ କଣ କରିବେ ବା କେମିତି ଟଙ୍କା ଫେରିପାଇବେ ଆସନ୍ତୁ ଜାଣିବା । BHIM ଆପ୍ ର ଏକ FIQ ଜବାବରେ କୁହାଯାଇଛି କି, ଯଦି ଆପଣ କୌଣସି ୟୁପିଆଇ ଆଡ୍ରେସକୁ ଟଙ୍କା ପଠାଉଥାନ୍ତି ତାକୁ ପୁଣି ଥରେ ଫେରାଇ ଆଣିପାରିବେ ନାହିଁ ।

ଏପରି କୌଣସି ବିକଳ୍ପ ନାହିଁ ଯାହା ସାହାଯ୍ୟରେ ପଠା ଯାଇଥିବା ଟଙ୍କାକୁ ଆଉ ଫେରିପାଇବେ । ଏଭଳି ସ୍ଥିତିରେ କେବଳ ରିସିଭର ଚାହିଁଲେ ହିଁ ଆପଣଙ୍କ ଟଙ୍କା ଫେରାଇ ଦେଇପାରିବ । ତେଣୁ ଟଙ୍କା ପଠାଇବା ପୂର୍ବରୁ ସଠିକ ଯାଞ୍ଚ କରି ଟଙ୍କା ପଠାଇବା ନିହାତି ଆବଶ୍ୟକ ।

ଟଙ୍କା ଫେରିପାଇବା ପାଇଁ କେଉଁଠି କରିବେ ଅଭିଯୋଗ ?

ଭୁଲରେ ଚାଲି ଯାଇଥିବା ଟଙ୍କା ଫେରିପାଇବା ରିସିଭର ଉପରେ ନିର୍ଭର କରୁଥିଲେ ମଧ୍ୟ ଆପଣ ଏହାର ଏକ ଅଭିଯୋଗ କରିପାରିବେ । ଏଭଳି ସ୍ଥିତିରେ ଆପଣ ବ୍ୟବହାର କରୁଥିବା ଆପ୍ ର ସପୋର୍ଟ ସିଷ୍ଟମକୁ ଯାଇ ସେଠାରେ ଅଭିଯୋଗ କରିପାରିବେ । ଏହାଛଡା ଆପଣ ଭୀମ ଆପ୍ ର ଟୋଲଫ୍ରି ନଂ- 18001201740 ରେ କଲ୍ କରି ଭୁଲ୍ ଟ୍ରାନ୍ସାକ୍ସନର ଅଭିଯୋଗ କରିପାରିବେ । ଭୁଲ ଆଡ୍ରେସରେ ଟଙ୍କା ପଠାଇ ଦେଇଥିଲେ ଆପଣ ଏହାର ଏକ ସ୍କ୍ରିନସଟ୍ ନେଇ ବ୍ଯାଙ୍କ ସହ ସମ୍ପର୍କ କରିପାରିବେ ।

ସମ୍ଭବ ହେଲେ ବ୍ରାଞ୍ଚ ମ୍ୟାନେଜର ସହ ଦେଖା କରି ମଧ୍ୟ ସମସ୍ଯା ବାବଦରେ ଅବଗତ କରାନ୍ତୁ । କାରଣ ଏହି ମାମଲାରେ କେବଳ ବ୍ଯାଙ୍କ ହିଁ ଆପଣଙ୍କ ସହାୟତା କରିପାରିବେ । ବେଳେବେଳେ ଏମିତି ବି ହୁଏ ୟୁପିଆଇ ଆଡ୍ରେସରେ ନଥିବା ନମ୍ବରକୁ ମଧ୍ୟ ଟଙ୍କା ପଳାଏ । ତେବେ ଏଭଳି ସ୍ଥିତିରେ ଭୟ କରିବା ଆବଶ୍ୟକ ନାହିଁ । କାରଣ ଏହି ଟଙ୍କା ଆପଣଙ୍କ ପାଖକୁ ଆପେ ଆପେ ଫେରିଆସେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।