ମୋ ଲିକୁ ଦାଦା, ପାୟଲ ଖୁଡୀ, ତାଙ୍କ ଭଉଣୀ ତଥା ବେବି ମାଉସୀ ଆଉ ଜେଜେବାପା ଓ ଜେଜେମା ମିଶି ମୋତେ ମାଡ ମାରନ୍ତି ଓ ଗରମ ଚେଙ୍କ ମଧ୍ୟ ଦିଅନ୍ତି । ମୋତେ ସବୁଦିନ ଅନେକ କାମ ବତାଇବା ସହ ନିର୍ଯ୍ୟାତନା ଦିଅନ୍ତି , ମୁଁ କଷ୍ଟ ସହିପାରୁନି । ଜଣେ ୮ ବର୍ଷର ବାଳକ ନିଜ ଦାଦା ଓ ଖୁଡୀଙ୍କ ନାଁରେ ଏଭଳି ଏକ ସାଂଘାତିକ ଅଭିଯୋଗ ଆଣିଛି । ଏନେଇ କୁନି ପୁଅର ଅଜା, ଆଈ କଟକ ମର୍କତନଗର ଥାନାରେ ଅଭିଯୋଗ କରିଛନ୍ତି । ମା ଛେଉଣ୍ଡ ପିଲାଟି କଟକରେ ନିଜ ଦାଦା ଓ ଖୁଡୀଙ୍କ ପାଖରେ ରହୁଥିଲା ।
ଅନେକ ଦିନରୁ ନିର୍ଯ୍ୟାତନା ଚାଲିଥିବା ବେଳେ ବାଳକଟି କାହାକୁ କିଛି କହି ନପାରି ଚୁପ ରହିଥିଲା । ଗତ ଦଶହରାରେ ଛୋଟ ପିଲାଟିକୁ ନେବାକୁ ତା ଅଜା, ଆଈ ଆସିଥିଲେ । ସେଠାରେ ଯାଇ ରହିବା ପରେ ଧୀରେ ଧୀରେ ପିଲାଟି ଦାଦା, ଖୁଡୀଙ୍କ ନିର୍ଯ୍ୟାତନା ବିଷୟରେ ସେମାନଙ୍କୁ ଜଣାଇଥିଲା । ସବୁ ଶୁଣିବା ପରେ ସେମାନେ ଥାନାରେ ଯାଇ ଦାଦା, ଖୁଡୀଙ୍କ ନାଁରେ ଏତଲା ଦେଇଛନ୍ତି । କିନ୍ତୁ ଅନ୍ୟପଟେ ଏହି ସବୁ କଥାକୁ ମିଛ ବୋଲି କହି ଖୁଡୀଜଣକ ଖଣ୍ଡନ କରି ଦେଇଛନ୍ତି ।
ସେ କହିଛନ୍ତି କି, ଯେହେତୁ ପିଲାର ମା ନାହିଁ ତେଣୁ ସେ ତା’ର ଯତ୍ନ ନେଇ ତାକୁ ଏକ ଭଲ ଭବିଷ୍ୟତ ଦେବାକୁ ଇଚ୍ଛା କରିଥିଲେ । ସେଥିପାଇଁ ଭଲ ସ୍କୁଲରେ ମଧ୍ୟ ତା’ର ଆଡ୍ମିଶନ କରେଇଥିଲେ । ପିଲାର ଅଜାଘର ତାକୁ ପ୍ରଥମେ ନେଇକି ଯାଇଥିଲେ । ଆଉ ଯେତେବେଳେ ସେ କେବେ ଆସିବ ବୋଲି ଏମାନେ ବାରମ୍ବାର ଫୋନ କରିଥିଲେ ଓ ତାଙ୍କ ଘରକୁ ମଧ୍ୟ ଯାଇଥିଲେ ସେମାନେ ପିଲାକୁ ଲୁଚାଇ ରଖିବା ସହ ତାଙ୍କ ଉପରେ ଏଭଳି ଆରୋପ ଲଗାଇଥିଲେ ।
ଖୁଡୀ ଆହୁରି କହିଛନ୍ତି କି, ସେ ରୁଟି କରି ତାୱା ସାଇଡରେ ରଖିଥିବା ବେଳେ ପିଲାଟି ଯେତେବେଳେ ତାଙ୍କୁ ହୋମୱାର୍କ ଦେଖେଇବା ପାଇଁ ଆସିଥିଲା ସେତିକି ବେଳେ ତା’ ହାତରେ ଚେଙ୍କ ଲାଗି ଯାଇଥିଲା । କିନ୍ତୁ ସେମାନେ ପିଲାକୁ ପାଖକୁ ନେବା ପରେ ତାକୁ ଭୁଲ କଥା ଶିଖାଇ ଏପରି ମିଛ ଆରୋପ ଲଗାଇଛନ୍ତି । ଖୁଡୀ ଏବେ ନୂଆରେ ବାହା ହୋଇ ଘରକୁ ଆସିଥିଲେ ।
ଏହା ପୂର୍ବରୁ ଛୁଆର ଭବିଷ୍ୟତକୁ ନେଇ ତାଙ୍କ ଶାଶୁ, ଶ୍ଵଶୁର ମଧ୍ୟ ଚିନ୍ତିତ ଥିଲେ । ତେଣୁ ସେ ଖୁଡୀ ହିସାବରେ ନିଜ କର୍ତ୍ତବ୍ୟ ପାଳନ କରିବାକୁ ଚେଷ୍ଟା କରିଥିଲେ ବୋଲି କହିଛନ୍ତି । ତେବେ ଦେଖାଯାଉ ଆଗକୁ ଏହି ମାମଲା କେଉଁ ଆଡଗୁ ଗତି କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।