ଆଶ୍ଚର୍ଯ୍ୟ ହେଲେ ବି ସତ! ବିଷାକ୍ତ ସାପ (Cobra) ସହ ଚାଲୁଛନ୍ତି Odishaର ଏହି ପରିବାର, ଦେଖନ୍ତୁ Video କଣ କହୁଛନ୍ତି ପରିବାର ଲୋକେ

ବନ୍ଧୁଗଣ ଶୋଇବା ଘର ଭିତରେ ସାପ ମାନଙ୍କ ପାଇଁ ତିଆରି ହୋଇଛି ଘର । ଆଉ ଘର ଭିତରେ ତିଆରି ହୋଇଛି ବଡ ବଡ ହୁଙ୍କା । ଆପଣ ମାନେ ବି ଏହି ଦୃଶ୍ୟ ଦେଖିଲେ ଭୟ କରିବେ ନିଶ୍ଚୟ ଆଉ କହିବେ ସାପ ମାନଙ୍କ ସହ କେମିତି ମଣିଷ ରହୁଛନ୍ତି ? ଖାଲି ଏମାନେ ରହୁଛନ୍ତି ତାହା ନୁହେଁ ବରଂ ସାପ ଙ୍କ କ୍ଷୀର ରଖୁଛନ୍ତି ଆଉ ପୂଜା ମଧ୍ୟ କରୁଛନ୍ତି । ହଁ ଦର୍ଶକ ବନ୍ଧୁ ଏଭଳି ଆଶ୍ଚର୍ଯ୍ୟ କର ଘଟଣା ଦେଖିବାକୁ ମିଳିଛି ମାଲକାନାଗିରି ଜିଲ୍ଲା ର ଯେଉଁଠି ସାପ ପାଇଁ ମଣିଷ ନିଜ ଶୋଇବା ଘରେ ତିଆରି କରିଛି ଘର ।

ବିଷାକ୍ତ ସାପ କୁ ଦେଖିଲେ ସମସ୍ତେ ଭୟ କରନ୍ତି । କିନ୍ତୁ ମାଲକାନାଗିରି ଜିଲ୍ଲା ର ନୀଳିମାଳି ଗାଁ ରେ ଏହା ଏକ ଏମିତି ପରିବାର ଯେଉଁ ମାନେ ନିଜର ବାସ ଗୃହର ଅଧା ଘର ସାପ ପାଇଁ ଛାଡି ଦେଇଛନ୍ତି । ଆଉ ସାପ ମାନଙ୍କ ସହ ଘରେ ବି ରହୁଛନ୍ତି । ଆଉ ସାପଙ୍କ ସହ ଏହି ଘରେ ବି ରହୁଛନ୍ତି । ସେହି ପରିବାର ଲୋକଙ୍କ କହିବା ଅନୁଯାୟୀ କିଛି ବର୍ଷ ତଳେ ଘର ଭିତରେ ଗୋଟେ ଉଈ ହୁଙ୍କା ହେବା ପରେ ସାପ ମାନେ ଯିବା ଆସିବା ଆରମ୍ଭ କରିଥିଲେ ।

ଆଉ ଏ ସବୁ ଦେଖିବା ପରେ ସଫା ମାନଙ୍କ ସହ ଶୋଇବା ଘରେ ତିଆରି କରିଥିଲେ ହୁଙ୍କା । ଖାଲି ଘର ତିଆରି କରିଥିଲେ ତାହା ନୁହେଁ ବରଂ ପ୍ରତେକ ଦିନ ଘରେ ରହୁଥିବା ନାଗ ନାଗୁଣୀ ଙ୍କ ଖାଦ୍ୟ ଯୋଗାଇ ଦେଉଛନ୍ତି ପରିବାର ଲୋକେ । ନିଜ ଘରର ସବୁ ଟକ ଭାଗ ସାପ ମାନଙ୍କ ପାଇଁ ହୁଙ୍କା କରି ଗୋଟିଏ ବଖରା ରେ ୪ ପ୍ରାଣୀ କୁଟୁମ୍ବ ରହୁଛନ୍ତି । ସାପ ମାନଙ୍କ ସହ ବାପା ମା ଡଋ ଡଋ ଶୋଉଥିବା ବେଳେ ପିଲା ମାନେ କିନ୍ତୁ ଅନ୍ୟ ଘରେ ଆଶ୍ରୟ ନେଇଥାନ୍ତି ।

ଦିନକୁ ଦିନ ସାପ ହୁଙ୍କା ବାଢୁଥିବା ବେଳେ ସାପ ମାନଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ସବୁଠାରୁ ଜରୁରୀ କଥା ହେଲା ଏହି ଘରର ଲୋକେ ପ୍ରତି ଦିନ ସକାଳୁ ଉଠି ଉଈ ହୁଙ୍କା ର ପୂଜା କରିବା ସହ ଖାଦ୍ୟ ଭୋଗ ଆକାରରେ ଦେଉଛନ୍ତି । ତେବେ କଥା ହେଉଛି ଯେଉଁଠି ବିଷାକ୍ତ ସାପ କୁ ଦେଖିଲେ ଲୋକେ ଭୟ କରନ୍ତି ଆଉ ତାଙ୍କୁ ମାରି ଦେଇଥାନ୍ତି ସେଠାରେ ବ୍ୟକ୍ତି ଜଣକ ସାପ ମାନଙ୍କୁ ପାଳିବା ସହ ତାଙ୍କ ସହ ଯତ୍ନ ମଧ୍ୟ ନେଉଛନ୍ତି ।

ଯାହା କି ଅନ୍ୟ ମାନଙ୍କ ପାଇଁ ବିପଦ ହୋଇଥିବା ବେଳେ ସେ ଏହା ଭଗବାନଙ୍କ ସେବା ଭାବି କରୁଛନ୍ତି ଯାହାକୁ ନେଇ ସାରା ଅଂଚଳ ରେ ଚର୍ଚ୍ଚା ବଢିଛି । ବନ୍ଧୁଗଣ ଆପଣ ମାନଙ୍କର ଏଭଳି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।