ମଣ୍ଡପରେ ପୂଜା ବେଳେ ମହିଳାଙ୍କ ଦେହରେ ଆବିର୍ଭାବ ହେଲେ ମା’ ଦୂର୍ଗା, ଦୃଶ୍ୟ ଦେଖିଲେ ଆପଣ ବି ଭାବବିହ୍ଵଳ ହୋଇଯିବେ, ଦେଖନ୍ତୁ video

ଜଗତ ଜନନୀ ମା ଦୂର୍ଗା ଧରାପୃଷ୍ଠରେ ଅବତରଣ କରି ସାରିଛନ୍ତି । ମା’ଙ୍କ ଆଗମନରେ ଗାଁ’ ଠାରୁ ନେଇ ସହର ପର୍ଯ୍ୟନ୍ତ ସବୁକିଛି ଉତ୍ସବ ମୁଖର ହୋଇପଡିଛି । ଆଉ ପିଲାଠାରୁ ନେଇ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । ସମସ୍ତେ ନୂଆ ନୂଆ ଲୁଗା ପିନ୍ଧି ସଜବାଜ ହୋଇ ଦେବୀମା’ଙ୍କ ଦର୍ଶନ କରିବାକୁ ବାହାରି ପଡ଼ୁଛନ୍ତି । ବିଭିନ୍ନ ମଣ୍ଡପରେ ବିଭିନ୍ନ ରୂପରେ ସଜେଇ ହୋଇ ଆଶୀର୍ବାଦ ଦେବା ପାଇଁ ଅପେକ୍ଷା କରି ରହିଛନ୍ତି ମା’ ଦୂର୍ଗା ।

ତେବେ ଏହି ପାର୍ବଣର ମାହୋଲ ଭିତରେ ଏକ ଦୃଶ୍ୟ ସାମ୍ନାକୁ ଆସିଥିଲା । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଦୃଶ୍ୟଟି ହେଉଛି ମହିଷାମର୍ଦ୍ଦିନୀ ମା’ ଦୂର୍ଗାଅଙ୍କ ପୂଜାର୍ଚ୍ଚନା ଚାଲିଥିଲା । ଆଉ ଠିକ ଏତିକି ବେଳେ ମା’ ଆବିର୍ଭାବ ହୋଇଥିଲେ । ଯାହା ଏହି ଦୃଶ୍ୟ ବୟାନ କରୁଛି । ଏହି ଦୃଶ୍ୟଟି ହେଉଛି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧିନସ୍ଥ ପଦାପୁରୁଣିଆ ଦୃଗା ମଣ୍ଡପର ଦୃଶ୍ୟ । ବ୍ରାହ୍ମଣମାନେ ପାରମ୍ପରିକ ଭାବେ ମନ୍ତ୍ର ପଢି ମା’ ଦୂର୍ଗାଙ୍କ ପୂଜା କରୁଥିବା ସମୟରେ ଜଣେ ମହିଳାଅଙ୍କ ଦେହରେ ଦେବୀମା ଆବିର୍ଭାବ ହୋଇଥିଲେ ।

ଦୂର୍ଗା ମା’ଙ୍କର ମୂର୍ତ୍ତି ତଳେ ମହିଳାଜଣକ ଗଡି ବୁଲୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ମହିଳାଙ୍କ ଦେଶରେ କାଳିଶୀ ଲାଗିଛି ଦେଖି ଜଣେ ବ୍ରାହ୍ମଣ ତାଙ୍କ ହାତରେ ଧୂପ ମଧ୍ୟ ଦେଇଥିଲେ । ତେବେ ହଠାତ ଏହି ଦୃଶ୍ୟ ଦେଖି ପୂଜକ ଏବଂ ଭକ୍ତ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଅନ୍ୟପଟେ ଭକ୍ତମାନେ ଭାବବିହ୍ଵଳ ହୋଇ ପଡିଥିଲେ ।

ସମସ୍ତେ ମା’ଙ୍କ ଉଦ୍ଦେଶ୍ୟରେ ହାତଯୋଡି ଠିଆ ହୋଇ ଏହି ଦୃଶ୍ୟ ଦେଖୁଥିଲେ । ତେବେ ଅନେକ ସମୟରେ ବିଭିନ୍ନ ସ୍ଥାନରେ ମହିଳାଙ୍କ ଦେହରେ କାଳିଶୀ ଲାଗିଥିବାର ଦୃଶ୍ୟ ଦେଖିବାକୁ ମିଳେ । ଆପଣ ନିଜେ ମଧ୍ୟ କେବେ କେଉଁଠି ନା କେଉଁଠି ଏହି ଦୃଶ୍ୟ ନିଶ୍ଚୟ ଦେଖିଥିବେ ବା ଶୁଣିଥିବେ । ଅନେକ ଏହାକୁ ଅନ୍ଧବିଶ୍ଵାସ ବୋଲି କହୁଥିବା ବେଳେ ଅନେକ ଲୋକ ଏହାକୁ ସତ ମାନି ବିଶ୍ବାସ ମଧ୍ୟ କରନ୍ତି ।

ତେବେ ଏମିତି ଅନେକ କିଛି ବିଷୟ ଏବେବି ଲୋକଙ୍କ ବୁଝିବା ବାହାରେ ରହିଛି । ମା’ଙ୍କର ଅପାର ଲୀଳାକୁ ବୁଝିବା ସତରେ ସେତେବେ ସହଜ ନୁହେଁ । ତେବେ ଆପଣଙ୍କୁ ଏହି ଦୃଶ୍ୟ ଦେଖି କଣ ମନେ ହେଉଛି ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।