ପ୍ରେମିକାକୁ ବୁଲେଇବା ପାଇଁ Amit Mishra ଙ୍କୁ 300 ଟଙ୍କା ମାଗିଲେ ପ୍ରଶଂସକ, ଆଉ ତା’ପରେ କିଛି ଏମିତି କଲେ ଅମିତ ମିଶ୍ରା…

ପ୍ରେମିକ ସହ ଡେଟରେ ଯିବି ୩୦୦ ଟଙ୍କା ପଠାନ୍ତୁ । ମେସେଜ ଦେଖି ୫୦୦ ଟଙ୍କା ପଠାଇଦେଲେ ପୂର୍ବତନ କ୍ରିକେଟର ଅମିତ ମିଶ୍ରା । ଅନେକ ସମୟରେ ଟ୍ବିଟରରେ ଅଜବ ଗଜବ ଟ୍ବିଟ ଦେଖିବାକୁ ମିଳେ । ଫ୍ୟାନ୍ସ ମାନେ ସେଲିବ୍ରିଟିଙ୍କୁ ଅନେକ ପ୍ରକାର ଡିମାଣ୍ଡ କରିଥାନ୍ତି । କିଛି ଫ୍ୟାନ୍ସଙ୍କ ଇଚ୍ଛା ପୂରଣ ହେଉଥିବା ବେଳେ ଆଉ କିଛି ଅଧୁରା ବି ରହିଯାଏ । କିଛିଦିନ ପୂର୍ବରୁ ପୂର୍ବତନ କ୍ରିକେଟର ଅମିତ ମିଶ୍ରା ଅନ୍ଯତମ ପୂର୍ବତନ କ୍ରିକେଟର ସୁରେଶ ରାଇନାଙ୍କୁ ଟ୍ବିଟ କରିଥିଲେ ।

ଏହି ଟ୍ବିଟର କମେଣ୍ଟ ସେକ୍ସନରେ ଜଣେ ପ୍ରଶଂସକ ଅମିତ ମିଶ୍ରାଙ୍କୁ ୩୦୦ ଟଙ୍କା ମାଗିଥିଲେ । ଫ୍ୟାନଜଣକ ଲେଖିଥିଲେ, ସାର୍ ୩୦୦ ଟଙ୍କା ପଠେଇବେ କି ଗାର୍ଲଫ୍ରେଣ୍ଡକୁ ବୁଲେଇ ନେବି । ଏହି କମେଣ୍ଟ ଦେଖିବା ପରେ ଅମିତ ମିଶ୍ରା ତାଙ୍କୁ ୫୦୦ ଟଙ୍କା ପଠେଇ ତୁରନ୍ତ ତା’ଏ ସ୍କ୍ରିନସଟ୍ ଟ୍ବିଟ କରିଥିଲେ । ଏହାସହ କ୍ୟାପସନରେ “ଅଲ ଦି ବେଷ୍ଟ ଫର ୟୋର ଡେଟ” ବୋଲି ମଧ୍ୟ ଲେଖିଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

କିଛି ଲୋକ ଅମିତ ମିଶ୍ରଙ୍କ ଏଭଳି ବଦାନ୍ୟତା ପାଇଁ ତାଙ୍କୁ ଖୁବ ପ୍ରଶଂସା କରୁଛନ୍ତି । ଆଉ ଅମିତ ମିଶ୍ରାଙ୍କ ଏହି ସ୍କ୍ରିନସଟ୍ କୁ ଏବେ ପ୍ରଶଂସକ ମାନେ ବହୁଳ ମାତ୍ରାରେ ଶେୟାର ମଧ୍ୟ କରୁଛନ୍ତି । ଅମିତ ମିଶ୍ରାଙ୍କ ଏଭଳି ସାହାଯ୍ୟ ପରେ ଏବେ ଆହୁରି ଅନେକ ପ୍ରଶଂସକ ମଧ୍ୟ ତାଙ୍କୁ ଠିକ ସେମିତି ଢଙ୍ଗରେ ଟଙ୍କା ମାଗୁଥିବାର କମେଣ୍ଟ କରୁଥିବା ଦେଖିବାକୁ ମିଳୁଛି ।

ତେବେ ଅନେକ ଲୋକ ମଜାରେ ଏଭଳି କମେଣ୍ଟ କରୁଥିବା ଜଣାପଡିଛି । ଜଣେ ସାଧାରଣ ଲୋକଙ୍କ ଟ୍ବିଟକୁ କ୍ରିକେଟର ଅମିତ ମିଶ୍ରା ଗୁରୁତର ସହ ନେଇ ତାଙ୍କୁ ଏଭଳି ସାହାଯ୍ୟ କରିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଛି । ସୋସିଆଲ ମିଡିଆରେ ଲୋକେ ଏହାକୁ ନେଇ ବେଶ ଚର୍ଚ୍ଚା କରୁଛନ୍ତି ।

୩୯ ବର୍ଷୀୟ କ୍ରିକେଟର ଅମିତ ମିଶ୍ରା ଆଇପିଏଲ ସହ ଭାରତୀୟ କ୍ରିକେଟ ଟିମ୍ ର ପ୍ରାୟ ସବୁ ଫର୍ମାଟ ମ୍ଯାଚରେ ମଧ୍ୟ ଖେଳି ସାରିଛନ୍ତି । ତେବେ ଅମିତ ମିଶ୍ରାଙ୍କ ଫ୍ୟାନ୍ସ ପ୍ରତି ଏଭଳି ଉଦାରତା ଆପଣଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।