ଏହି କାରଣରୁ ଦୂରେଇ ଗଲେ କି Prakruti Mishra ? ଲୋକପ୍ରିୟ ରିୟାଲିଟି ଶୋ’ Big Boss-16 ରେ Prakruti ଙ୍କ ଏଣ୍ଟ୍ରିକୁ ନେଇ ଜୋର ଧରିଲା ଚର୍ଚ୍ଚା

ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଭାରତର ସବୁଠୁ ଚର୍ଚ୍ଚିତ ତଥା ଲୋକପରିୟ ରିୟାଲିଟି ଶୋ’ ବିଗ୍ ବଶ୍-୧୬” । ସବୁଥର ଭଳି କଲର୍ସ ଚ୍ଯାନେଲରେ ରାତି ସାଢେ ୯ଟାରେ ଏହାର ଶୁଭାରମ୍ଭ ହେବାକୁ ଯାଉଥିବା ବେଳେ ଏଥିରେ ମୁମ୍ବାଇରେ ରହୁଥିବା ବିବାଦୀୟ ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ର ନଜର ଆସି ପାରନ୍ତି ବୋଲି ଗତ କିଛିଦିନ ହେବ ବେଶ ଚର୍ଚ୍ଚା ହେଉଥିଲା । ହେଲେ ଏହି ଚର୍ଚ୍ଚାରେ ଆଜି ପୂର୍ଣ୍ଣଚ୍ଛେଦ ପଡିଯାଇଛି ଅର୍ଥାତ ଆଜିଠାରୁ ଏହି ଚର୍ଚ୍ଚା ଆଉ ହେବ ନାହିଁ ।

ତେବେ ଆପଣଙ୍କୁ ଜଣାଇ ରଖୁଛୁ ଯେ, ଭାରତବର୍ଷର ସବୁଠୁ ଚର୍ଚ୍ଚିତ ଏବଂ ଲୋକପ୍ରିୟ ରିୟାଲିଟି ଶୋ’ରୁ ଦୂରେଇ ଯାଇଛନ୍ତି ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ର । ଏମିତିକି ଜାତୀୟ ଗଣମାଧ୍ୟମରେ ବିଗ୍ ବଶ୍-୧୬ କୁ ନେଇ ଯେଉଁ ଖବର ପ୍ରକାଶ ପାଇଛି ସେଥିରେ ବି ପ୍ରକୃତିଙ୍କର ନାଁ ନାହିଁ । କାରଣ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ, କିଛି ବ୍ୟକ୍ତିଗତ କାରଣ ପାଇଁ ଏଥର ବିଗ୍ ବଶ୍-୧୬ ରେ ସାମିଲ ହୋଇ ନାହାନ୍ତି ପ୍ରକୃତି ।

ହୁଏତ ଆସନ୍ତା ସିଜିନରେ ବିଗ୍ ବଶ୍ ରେ ନଜର ଆସି ପାରନ୍ତି ପ୍ରକୃତି । ବର୍ତ୍ତମାନ ପ୍ରକୃତି ମୁମ୍ବାଇରେ ରହି କିଛି ଚଳଚ୍ଚିତ୍ର ଏବଂ ଅନ୍ଯାନ୍ଯ କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି । ଆଗକୁ ତାଙ୍କର କିଛି ହିନ୍ଦୀ ସିନେମା ମଧ୍ୟ ଆସିବାକୁ ଯାଉଛି । ଏସବୁକୁ ନେଇ ସେ ଖୁବ ବ୍ୟସ୍ତ ରହୁଥିବାରୁ ଭାରତ ବର୍ଷର ସବୁଠୁ ଲୋକପ୍ରିୟ ରିୟାଲିଟି ଶୋ’ ବିଗ୍ ବଶ୍-୧୬ ରୁ ସେ ଦୂରେଇ ଯାଇଛନ୍ତି ।

ତେବେ କେବଳ ହିନ୍ଦୀ ସିନେମା ନୁହେଁ ବରଂ କିଛି ୱେବ ସିରିଜରେ ମଧ୍ୟ କାମ କରିବାକୁ ଲକ୍ଷ୍ୟ ରଖୁଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ଗତ କିଛିଦିନ ତଳେ ଓଡିଆ ଅଭିନେତା ବାବୁଶାନ ମହାନ୍ତିଙ୍କ ସହ ସମ୍ପର୍କକୁ ନେଇ ବିବାଦରେ ଛନ୍ଦି ହୋଇ ଯାଇଥିଲେ ପ୍ରକୃତି ମିଶ୍ର । ଅନେକ ଦିନ ଧରି ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ସାଜିଥିଲା ।

ଆଉ ଏବେ ପ୍ରକୃତି, ବାବୁଶାନ ଓ ତୃପ୍ତିଙ୍କ ମାମଲା ଧୀରେ ଧୀରେ ଥମିବାକୁ ଲାଗିଥିବା ବେଳେ ଲୋକପ୍ରିୟ ରିୟାଲିଟି ଶୋ’ ବିଗ୍ ବଶ୍-୧୬ରେ ସେ ନଜର ଆସିବେ ବୋଲି ଶୁଣିବାକୁ ମିଳିଥିଲା । କିନ୍ତୁ ଏଥିରୁ ପ୍ରକୃତି ନିଜେ ଦୂରେଇ ଯାଇଥିବା ଜଣାପଡିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।