ଅଙ୍ଗନବାଡି ଦିଦି ଦେଶୀ ମଦ ପିଇ ନିଶାରେ ମାତାଲ୍, ଅଙ୍ଗନବାଡି ଖୋଳିବେ କଣ ଓଲଟା ଖାଇ ଯାଉଛନ୍ତି ପିଲାଙ୍କ ଖାଦ୍ଯ… ଦେଖନ୍ତୁ video

ସମୟ ସମୟରେ ଆମ ରାଜ୍ୟର ବିଭିନ୍ନ ସ୍କୁଲ, କଲେଜର ଶିକ୍ଷକ ଶିକ୍ଷୟତ୍ରୀଙ୍କ କାଣ୍ଡ କାରନାମା ସାମ୍ନାକୁ ଆସୁଥିବା ବେଳେ ଏବେ ଜଣେ ଅଙ୍ଗନବାଡି ଦିଦିଙ୍କ କାରନାମା ଦେଖିବାକୁ ମିଳିଛି । ଏହି ଅଙ୍ଗନବାଡି ଦିଦି ଜଣକ ମଦ ପିଉଛନ୍ତି । କେବେ ସମ୍ବଲପୁରୀ ନାଚ ନାଚୁଛନ୍ତି ତ ଆଉ କେତେବେଳେ ମଦ ପିଇ ପୁରା ମାତାଲ ହୋଇ ଯାଉଛନ୍ତି ଦିଦି । ଏମିତି ଅଙ୍ଗନବାଡିରେ ମସ୍ତି କରୁଛନ୍ତି ଏହି ଅଙ୍ଗନବାଡି ଦିଦିଜଣକ । ଏହା ହେଉଛି ଆମ ନୂଆପଡା ଜିଲ୍ଲା ବୋଡେନ ବ୍ଲକ ବୋରଗା ଗ୍ରାମ ପଞ୍ଚାୟତ ଅଧିନସ୍ଥ କୋଠିଆପଡାର ଆମପାଣି ପଡାର ଦୃଶ୍ୟ ।

ଏହି ଅଙ୍ଗନବାଡି ସେଣ୍ଟରଟି ସପ୍ତାହକୁ ମାତ୍ର ଦିନେ କି ଦୁଇଦିନ ଖୋଳୁଥିବା ବେଳେ ଅଙ୍ଗନବାଡି କର୍ମୀଙ୍କୁ କହି ଥକିଗଲେଣି ଗ୍ରାମବାସୀ । ପିଲାଙ୍କୁ ଭଲ ଶିକ୍ଷା ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର । ଛତୁଆ ଠୁ ଆରମ୍ଭ କରି ଲଡୁ, ଅଣ୍ଡା, ଭାତ, ଡାଲି ଭଳି ବିଭିନ୍ନ ପ୍ରକାରର ଖାଦ୍ୟ ମଧ୍ୟ ପିଲାଙ୍କୁ ଯୋଗାଇ ଦେଉଛନ୍ତି । ହେଲେ ଆମପାଣିର ଏହି ଅଙ୍ଗନବାଡି ସେଣ୍ଟର ପାଇଁ ଏହା ସାତ ସ୍ଵପ୍ନ ହୋଇପଡିଛି । ନିଜେ ଦେଶୀ ମହୁଲି ମଦ ପିଇ ଅଣ୍ଡା ସବୁ ହଜମ କରି ଦେଉଛନ୍ତି ଏହି ଦିଦି ।

ଏହି ବିଷୟରେ ଉକ୍ତ ଗ୍ରାମର ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯାଇ ଶିଶୁ ବିକାଶ ଅଧିକାରିଣୀଙ୍କ ପାଖେ ଅନେକ ଥର ଯାଇ ଅଭିଯୋଗ କରିଛନ୍ତି । ହେଲେ ଶିଶୁ ବିକାଶ ଅଧକାରିଣୀ ଏନେଇ କୌଣସି ପ୍ରତିକ୍ରିୟା ନେଉ ନାହାନ୍ତି । ତେଣୁ ଗଣମାଧ୍ୟମକୁ ଏକଥା ଜଣାପଡିବା ପରେ ସେମାନେ ଶିଶୁ ବିକାଶ ଅଧିକାରିଣୀଙ୍କ ପ୍ରତିକ୍ରିୟା ନେବା ପାଇଁ ତାଙ୍କ ପାଖକୁ ଯାଇଥିଲେ ।

ହେଲେ ମଧ୍ୟ ସେ କୌଣସି ସଠିକ ଉତ୍ତର ଦେଇ ନଥିଲେ । ଆଉ ଏଠାରେ ଗାଁ ଲୋକେ ବସାଇଥିବା ସଭାର ଦୃଶ୍ୟର ଜଣାପଡୁଛି କି ସମ୍ପୃକ୍ତ ଅଙ୍ଗନବାଡି ଦିଦି, ସୁପର ଭାଇଜର ଆଶାମତି ଧରୁଆ ଏବଂ ସିଡ଼ିପୋ ମହାଶୟଙ୍କ ସଲାସୁତୁରାରେ ଉକ୍ତ କାର୍ଯ୍ୟ ଚାଲୁଥିବା ଅନୁମାନ କରାଯାଉଛି ।

ଏଭଳି ଶିକ୍ଷା ବ୍ୟବସ୍ଥା ରହିଲେ ପିଲାମାନଙ୍କ ମୂଳଦୁଆ କିଭଳି ଶକ୍ତ ହେବ ଏବଂ ସରକାର ସେମାନଙ୍କୁ ଯାହା ସହାୟତା ଯୋଗାଇ ଦେଉଛନ୍ତି ତାହା ସେମାନେ କେତେ ଦୂର ପାଇବେ ଆପଣ ଚିନ୍ତା କରି ପାରୁଥିବେ । ତେବେ ଏଭଳି ଅଙ୍ଗନବାଡି କର୍ମୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବାର ଅତ୍ୟନ୍ତ ଆବଶ୍ୟକ ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।