ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ ।
୧- କ୍ଷୀର କେଉଁ ରୋଗର ଜୀବାଣୁ ବାହକ ?
ଉ: ଯକ୍ଷ୍ମା ରୋଗର ଜୀବାଣୁ ବାହକ ।
୨- କେଉଁ ଦେଶରେ ଅଧିକ ଲିଛି ଉତ୍ପାଦନ କରାଯାଏ ?
ଉ: ଭାରତରେ ସବୁଠୁ ଅଧିକ ଲିଚି ଉତ୍ପାଦନ ହୁଏ ।
୩- କେଉଁ ଦେଶର ନୋଟରେ ଭଗବାନ ଗଣେଶଙ୍କ ଫଟୋ ରହିଛି ?
ଉ: ଇଣ୍ଡୋନେସିଆର ନୋଟରେ ଭଗବାନ ଗଣେଶଙ୍କ ଫଟୋ ଅଛି ।
୪- ଆଲପାସ ପର୍ବତମାନା କେଉଁ ମହାଦେଶରେ ଅବସ୍ଥିତ ଅଟେ ?
ଉ: ୟୁରୋପ ମହାଦେଶରେ ଅବସ୍ଥିତ ଆଳାପସ ପର୍ବତମାଳା ।
୫- ଗଛ ଲଗେଇଲି ଫଳିବା ପାଇଁ, ଫଳିଲା ହେଲେ ଝଡିଲା ନାହିଁ, କହିଲ ଦେଖି କଣ ?
ଉ: ଭେଣ୍ଡି ଫଳିଥାଏ କିନ୍ତୁ ଝଡି ନଥାଏ ।
୬- ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ ଥିଲେ ?
ଉ: ଡକ୍ଟର ହରେକୃଷ୍ଣ ମହତାବ ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଥିଲେ ।
୭- ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀଙ୍କ ନାମ କଣ ?
ଉ: ନନ୍ଦିନୀ ଶତପଥୀ ହେଉଛନ୍ତି ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ।
୮- ଓଡିଶାର ପ୍ରଥମ ଗଭର୍ଣ୍ଣର କିଏ ?
ଉ: ସାର୍ ଅଷ୍ଟିନ ହବାକ ହେଉଛନ୍ତି ଓଡିଶାର ପ୍ରଥମ ଗଭର୍ଣ୍ଣର ।
୯- ଓରିଶା (Orissa) କେବେ ଓଡିଶା (Odisha) ବୋଲି ନାମକରଣ ହୋଇଥିଲା ?
ଉ: ୨୩ ସେପ୍ଟେମ୍ବର ୨୦୧୧ରେ ଓଡିଶା ହୋଇଥିଲା ।
୧୦- ଓଡିଶାର ଆକାର ଅନୁସାରେ କେଉଁ ଜିଲ୍ଲା ସବୁଠାରୁ ଛୋଟ ଅଟେ ?
ଉ: ଜଗତସିଂପୁର ସବୁଠୁ ଜିଲ୍ଲା ଅଟେ ।
୧୧- ଆକାର ଅନୁସାରେ ଓଡିଶାର ସବୁଠାରୁ ବଡ ଜିଲ୍ଲା କେଉଁଟି ?
ଉ: ମୟୂରଭଞ୍ଜ ଓଡିଶାର ବଡ ଜିଲ୍ଲା ଅଟେ ।
୧୨- ଜନସଂଖ୍ୟା ଅନୁସାରେ ଓଡିଶାର ବଡ ଜିଲ୍ଲାର ନାମ କଣ ?
ଉ: ଗଞ୍ଜାମ ଜନସଂଖ୍ୟା ଅନୁସାରେ ସବୁଠୁ ବଡ ଜିଲ୍ଲା ।
୧୩- ଜନସଂଖ୍ୟା ଅନୁସାରେ ଓଡିଶାର ସବୁଠୁ ଛୋଟ ଜିଲ୍ଲାର ନାମ କଣ ?
ଉ: ନୟାଗଡ ଜନସଂଖ୍ୟା ଅନୁସାରେ ଓଡିଶାର ସବୁଠୁ ଛୋଟ ଜିଲ୍ଲା ।
୧୪- ଓଡିଶାର ଆକାର କେତେ କିଲୋମିଟର ଅଟେ ?
ଉ: ଓଡିଶାର ଆକାର ପ୍ରାୟତଃ ୧,୫୫,୭୦୭ କିମି ଅଟେ ।
୧୫- କେଉଁ ପ୍ରାଣୀ ଅଣ୍ଡିରା ହେଲେ ବି ଛୁଆ ଜନ୍ମ କରିଥାଏ ?
ଉ: ସାମୁଦ୍ରିକ ଘୋଡା ଅଣ୍ଡିରା ହେଲେ ବି ଛୁଆ ଜନ୍ମ କରେ ।
୧୬- ପଥର ହେଲେ ବି ସେ ପାଣି, ତାହା କଣ ?
ଉ: ବରଫ ପଥର ହେଲେବି ପାଣି ।
୧୭- କିଏ ସବୁବେଳେ ଉଡୁଥାଏ କିନ୍ତୁ ଜାଗା ଛାଡି କୁଆଡେ ବି ଯାଏନି ?
ଉ: ପତାକା ।
୧୮- ତିନି ଅକ୍ଷର ନାମ ତା’ର ଓଲଟା ଲେଖ କିମ୍ବା ସିଧା ସବୁ ସମାନ ?
ଉ: କଟକ ।
୧୯- କେଉଁ କୁଆ ଉଡିପାରେ ନାହିଁ ?
ଉ: ଠେକୁଆ ଉଡିପାରେ ନାହିଁ ।
୨୦- କେଉଁ ପକ୍ଷୀ କେବେବି ମାଟିରେ ପାଦ ଦିଏ ନାହିଁ ?
ଉ: ବାଦୁଡି କେବେବି ମାଟିରେ ପାଦ ଦିଏ ନାହିଁ ।
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।