ହାଇ ସିକ୍ଯୁରିଟି ନମ୍ବର ପ୍ଳେଟକୁ ନେଇ ଆସିଲା ବଡ ଖବର ! ନୂଆ ନମ୍ବର ପ୍ଳେଟକୁ ନେଇ କ୍ଷୁବ୍ଧ ହେବା ସହ ରାଜ୍ୟ ସଡକ ପରିବହନ ବିଭାଗକୁ ଜବାବ ମାଗିଲେ ହାଇକୋର୍ଟ, ଦେଖନ୍ତୁ video

ବର୍ତ୍ତମାନ ଡେଡଲାଇନ ସୁଦ୍ଧା ହାଇ ସିକ୍ଯୁରିଟି ନମ୍ବର ପ୍ଳେଟ ଲଗାଇବା ନେଇ ରାଜ୍ୟ ଚଳଚଞ୍ଚଳ ହୋଇ ଉଠିଛି । ଆଉ ଏତିକି ବେଳେ ହାଇ ସିକ୍ଯୁରିଟି ନମ୍ବର ପ୍ଳେଟ ମାମଲାରେ ପରିବହନ ବିଭାଗକୁ ସ୍ପଷ୍ଟୀକରଣ ମାଗିଛନ୍ତି ମାନ୍ୟବର ହାଇକୋର୍ଟ । ବୁକିଙ୍ଗ ପାଇଁ ସ୍ଲଟ ମିଳୁ ନଥିବା ବେଳେ ଏନେଇ ସମୟସୀମାକୁ ଅଧିକ ବୃଦ୍ଧି କରିହେବ କି ନାହିଁ ପ୍ରଶ୍ନ କରିଛନ୍ତି ହାଇକୋର୍ଟ । ଏହି ହାଇ ସିକ୍ଯୁରିଟି ନମ୍ବର ପ୍ଳେଟ ମାମଲାକୁ ନେଇ ଦୁଇଜଣ ବସ୍ ମାଲିକ କୋର୍ଟରେ ଆବେଦନ କରିଥିଲେ ।

କାରଣ ଏବେ ଏହି ନୂଆ ନମ୍ବର ପ୍ଳେଟକୁ ନେଇ ସାଧାରଣ ଲୋକେ ଦ୍ଵନ୍ଦରେ ରହିଛନ୍ତି । ଡିସେମ୍ବର ପର୍ଯ୍ୟନ୍ତ ଦୁଇଚକିଆ ଗାଡି ମାନଙ୍କର ସ୍ଲଟ ବୁକିଙ୍ଗ ଶେଷ ହୋଇ ଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କେବଳ ସାତ ଲକ୍ଷ ଗାଡିରେ ଲାଗିପାରିଛି ନମ୍ବର ପ୍ଳେଟ । ଆଉ ପ୍ରାୟ ୮୦ ଲକ୍ଷରୁ ଅଧିକ ଗାଡି ଏବେବି କାର୍ଯ୍ୟରତ ରହିଛି । କେବେ ସୁଦ୍ଧା ବାକି ଗାଡି ମାନଙ୍କରେ ନମ୍ବର ପ୍ଳେଟ ଲାଗି ପାରିବ ଏହାକୁ ନେଇ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଆଇନ ସିନା ଆସିଗଲା ହେଲେ କେଉଁ ଭିତ୍ତିଭୂମିରେ ଏହା ଆଧାରିତ ଏବଂ ସରକାର ତଥା ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଲୋକଙ୍କ ପାଇଁ କଣ ବ୍ୟବସ୍ଥା ହୋଇଛି ଏନେଇ ସମସ୍ତେ ପ୍ରଶ୍ନ କରୁଛନ୍ତି । ଏନେଇ ମାନ୍ୟବର ହାଇକୋର୍ଟ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିବା ସହ ଆଗକୁ ସମୟ ବଢିବ କି ନାହିଁ ଅର୍ଥାତ ଲୋକଙ୍କୁ ସମୟ ଦିଆଯିବ କି ନାହିଁ ସେନେଇ ସ୍ପଷ୍ଟ ସୂଚନା ଦେବାକୁ କହିଛନ୍ତି ।

ଓଡିଶାରେ ଅନଲାଇନ ପୋର୍ଟାଲ ମଧ୍ୟ ସେତେ ଭଲଭାବେ କାର୍ଯ୍ୟ କରୁନାହିଁ । ଫଳରେ ଅନେକ ଲୋକ ଆବେଦନ ବେଳେ ସମସ୍ଯାର ସାମ୍ନା କରୁଛନ୍ତି । ଯେଉଁମାନେ ବହୁ ଦୂରଦୂରାନ୍ତ ତଥା ରୁରାଲ ଏରିଆରେ ରହୁଛନ୍ତି ସେମାନେ ବହୁ ଅସୁବିଧାର ସାମ୍ନା କରୁଛନ୍ତି ବାରମ୍ବାର ସହର ଆସି ଆବେଦନ କରିବା ପାଇଁ ।

ଏହିସବୁ କଥା କୋର୍ଟଙ୍କ ଅବଗତ ହେବା ପରେ ସେ କ୍ଷୁବ୍ଧ ପ୍ରକାଶ କରିବା ସହ ଏନେଇ କଣ କରା ଯାଇପାରିବ ରାଜ୍ୟ ପରିବହନ ବିଭାଗ ଠାରୁ ତାହା ସ୍ପଷ୍ଟ ଭାବେ ଜାଣିବାକୁ ଚାହିଁଛନ୍ତି । କୋର୍ଟ ଯେଉଁ ନୋଟିସ ଦେଇଥିଲେ ତା’ ଶୁଣାଣି ଆସନ୍ତା ୩୦ ଦିନ ରଖାଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।