ବେଡରୁମକୁ ଆସିଲେ ସବୁ କମ ହୋଇଇବ କହୁଥିଲେ ରେଲୱେ କର୍ମଚାରୀ, ଅଳତା ସିନ୍ଦୂର ଚୁଡି ପିନ୍ଧେଇ ତାଙ୍କ ସହ ମହିଳାମାନେ ଯାହା କଲେ ନା… ଦେଖନ୍ତୁ video

ପାଦରେ ଅଳତା, ହାତରେ ଚୁଡି ଏବଂ ମଥାରେ ଲଗେଇ ଦେଲେ ସିନ୍ଦୂର । ଆଉ ଛାଞ୍ଚୁଣୀରେ ମହିଳାଜଣକ ଏହି ବ୍ୟକ୍ତିଙ୍କୁ ପିଟି ଚାଲିଛନ୍ତି । ଆପଣ ବି ଭାବୁଥିବେ ମହିଳାମାନେ ମିଶି କଣ ପାଇଁ ଏ ବ୍ୟକ୍ତିଙ୍କୁ ଏଭଳି ବ୍ୟବହାର କରୁଛନ୍ତି । କିଏ ଏହି ବ୍ୟକ୍ତିଙ୍କ ପାଦରେ ଅଳତା ଲଗେଇ ଦେଉଛି ତ ଆଉ କିଏ ହାତରେ ଚୁଡି ଆଉ ମଥାରେ ସିନ୍ଦୂର ଲଗେଇ ଦେଉଛନ୍ତି । ଖାଲି ସେତିକି ନୁହେଁ ବରଂ ଏହି ବ୍ୟକ୍ତିଙ୍କୁ ଚାପୁଡା ଉପରେ ଚାପୁଡା ବି ମାରିବା ସହ ଝାଡୁରେ ପିଟୁଛନ୍ତି ।

ଆଉ ଏହି ବାବୁଜଣଙ୍କ ମୁଣ୍ଡରେ ସିନା ଚୁଟି ନାହିଁ ହେଲେ ଇଏ ଭାରି ରଙ୍ଗିଲା । ଆଉ ତାଙ୍କର ଏହି ରଙ୍ଗିଲା ପଣ ପାଇଁ ଆଜି ଏମିତି ଛେଚା କହୁଛନ୍ତି ଏହି ବ୍ୟକ୍ତିଜଣକ । ଇଏ ହେଉଛନ୍ତି ଜଣେ ରେଳ ଭୂଅର୍ଚନ ଅଧିକାରୀ । ଏହି ବାବୁଜଣକ ପାଖକୁ ମହିଳାଜଣକ କିଛି କାମ ନେଇ ଆସିଥିଲେ । ହେଲେ ବାବୁଜଣକ ଅସୁବିଧାର ଅମାଧାନ କରିବେ କଣ ମହିଳାଙ୍କୁ ଓଲଟା ବେଡରୁମ୍ କୁ ଡାକୁଛନ୍ତି । ମହିଳା ବାବୁଜଣକ କହୁଛନ୍ତି ବେଡରୁମକୁ ଥରେ ଆସ ତୁମର ସବୁ କାମ ହୋଇଯିବ ।

ଖାଲି ଏତିକି ନୁହେଁ ବରଂ ମହିଳାଙ୍କୁ ଅଶ୍ଳୀଳ ଭାଷାରେ ମଧ୍ୟ ଗାଳି କରିଥିଲେ । ଶେଷରେ ମହିଳାମାନେ ମିଶି ନେଇଥିଲେ କିଛି ଏଭଳି ନିଷ୍ପତ୍ତି । ଆଉ ଏହା ହେଉଛି ତା’ ପରର ଦୃଶ୍ୟ । ଏମିତି ଏକ ନିନ୍ଦନୀୟ ଘଟଣା ଏବେ ଦେଖିବାକୁ ମିଳିଛି ନୟାଗଡ ମିଶ୍ର କଲୋନୀ ରୋଡରେ । ସୂଚନା ମୁତାବକ ଦଶପଲ୍ଲା ବ୍ଲକ ବାଣିଗୋଛା ଥାନା ନିକଟସ୍ଥ କୁଳୁରୁକୁମ୍ଫା ଗାଁର ଜଣେ ମହିଳା ତାଙ୍କ ଜମି ଉପରେ ରେଳ ଲାଇନ ପାଇବାକୁ ୧୮ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଥିଲା ।

ହେଲେ ଉକ୍ତ ଅଫିସର ବାବୁଜଣକ ମହିଳାଙ୍କୁ ବାରମ୍ବାର ସମୟ ଦେଇ ନୟାଗଡ ଦୌଡାଉଥିଲେ ଏବଂ ଅଶ୍ଳୀଳ ଭାଷାରେ ଗାଳି ଦେଉଥିଲେ । ଏମିତି କିଛିଦିନ ତଳେ ଅଫିସର ବାବୁଜଣକ ଫୋନ କରିବାରୁ ସେ କହିଥିଲେ ତୁମ ଜମିରେ କିଛି ପ୍ରୋବ୍ଲେମ ଅଛି ହୋଇପାରିବ ନାହିଁ । କିନ୍ତୁ ତଥାପି ମୁଁ ସମାଧାନ କରିଦେବି କହି ତିନି ଲକ୍ଷ ଟଙ୍କା ଚୁକ୍ତି କରିଥିଲେ । ଆଉ ମହିଳାଙ୍କୁ ବେଡରୁମକୁ ବି ଡ଼ାକିଥିଲେ । ଆଉ ଏହାପରେ ମହିଳାଜଣକ ଥାନାରେ କେସ କରିଥିଲେ ।

ଆଉ ଏହାପରେ ଉପଜିଲ୍ଲାପାଳ ଏଡ଼ିଏମ ଙ୍କୁ ଏନେଇ ଲିଖିତ ଭାବେ ମଧ୍ୟ ଜଣାଇଥିଲେ । ହେଲେ ମହିଳାଙ୍କ ଅଭିଯୋଗ କେହିବି ନ ଶୁଣିବା ପରେ ମହିଳାଜଣକ କିଛି ସାଥି ମହିଳାଙ୍କୁ ନେଇ ବାବୁଜଣଙ୍କୁ ଅଟକାଇ ପାନେ ଦେଇଛନ୍ତି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।