ପରୀକ୍ଷା ପ୍ରକାଶ ରେଜଲ୍ଟ ପ୍ରକାଶ କରିବା ପୂର୍ବରୁ ରେଲୱେ ରିକୃଟମେଣ୍ଟ ବୋର୍ଡ ଏକ ଚେତାବନୀ ପୂର୍ଣ୍ଣ ନୋଟିସ ଜାରି କରିଛି । ବୋର୍ଡ ସଫା ସଫା କହିଛି ଯେ, ଯଦି କୌଣସି ଆଶାୟୀ ପ୍ରାର୍ଥୀ ରେଳ ବୋର୍ଡ ବିରୋଧରେ କେବେ କୌଣସି ବିରୋଧ କରନ୍ତି ତେବେ ତାଙ୍କୁ ଭବିଷ୍ୟତରେ ରେଳବିଭାଗରେ ନିଯୁକ୍ତି ମିଳିବନି । କେବଳ ଏତିକି ନୁହେଁ ବରଂ ତାଙ୍କୁ କୌଣସି ସରକାରୀ ଚାକିରି ମଧ୍ୟ ମିଳିବ ନାହିଁ । ତେଣୁ ଆଶାୟୀ ପ୍ରାର୍ଥୀଙ୍କୁ କୌଣସି ବି ବିରୋଧ ପ୍ରଦର୍ଶନରୁ ଦୂରେଇ ରହିବାକୁ ଚେତାବନୀ ନୋଟିସ ଜାରି କରିଛି ରେଳବିଭାଗ ।

ଏହାସହ ରେଲୱେ ନିଯୁକ୍ତି ରେଜଲ୍ଟ ସହ ସମ୍ପର୍କିତ କୌଣସି ଗୁଜବରୁ ମଧ୍ୟ ଦୂରେଇ ରହିବାକୁ ପ୍ରାର୍ଥୀଙ୍କୁ ସତର୍କ କରାଇଛି ବୋର୍ଡ । ଫଳାଫଳ ପାଇଁ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ବୋର୍ଡ ପରାମର୍ଶ ଦେଇଛି । ଅନେକ ସମୟରେ ରେଲୱେ ନିଯୁକ୍ତି ପାଇଁ ହୋଇଥିବା ପରୀକ୍ଷାର ଫଳ ପ୍ରକାଶ କରିବାକୁ ଦାବି କରି ପ୍ରାର୍ଥୀମାନେ ବିରୋଧ ପ୍ରଦର୍ଶନ କରିଥାନ୍ତି । ଯେଉଁଥି ପାଇଁ ଦେଶର ଅନେକ ସରକାରୀ ସମ୍ପତ୍ତି ନଷ୍ଟ ହୋଇଥାଏ । ହେଲେ ଏଭଳି ଆଉ ହେବନାହିଁ ।
ରେଲୱେ ବିଭାଗ ପ୍ରକାଶ କରିଛି ଯେ, ପରୀକ୍ଷାର୍ଥୀ ଯଦି ରେଜଲ୍ଟ ପ୍ରକାଶ କରିବାକୁ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରନ୍ତି ତା’ହେଲେ ତାଙ୍କ ଭବିଷ୍ୟତ ଅନ୍ଧକାର ହେବା ନିଶ୍ଚିତ । ବିରୋଧ ପ୍ରଦର୍ଶନ କରୁଥିବା ପରୀକ୍ଷାର୍ଥୀ ଜୀବନରେ କୌଣସି ସରକାରୀ ଚାକିରି ପ୍ରଦର୍ଶନ କରିବେ ନାହିଁ ବୋଲି ରେଲୱେ ସତର୍କ କରାଇଦେଇଛି । ତେଣୁ କୌଣସି ବି ବିକ୍ଷୋଭରୁ ଭାଗ ନେବାରୁ ଦୂରେଇ ରହିବାକୁ ସଫା ସଫା ସତର୍କ କରାଇଛି ରେଲୱେ ବିଭାଗ ।

ଏନେଇ ଏକ ଟ୍ବିଟ କରି ସ୍ପଷ୍ଟ କରିଛି ରେଳବିଭାଗ । ବିଭାଗ କହିଛି ଯେ, “ରେଳବିଭାଗ ବିରୋଧରେ କିଛି ଗୁଜବ ସୃଷ୍ଟି କରାଯାଉଛି । ବିରୋଧ, ଆନ୍ଦୋଳନ କିମ୍ବା ରେଲୱେର ସମ୍ପତ୍ତି ନଷ୍ଟ କଲେ ରେଜଲ୍ଟ ଶୀଘ୍ର ପ୍ରକାଶ କରିବା କଥା ମିଛ । ସତକଥା ହେଉଛି, ଯଦି କାହା ପ୍ରରୋଚନାରେ କେହି ବିକ୍ଷୋଭ ପ୍ରଦର୍ଶନରେ ଭାଗ ନିଅନ୍ତି ତେବେ ତାଙ୍କ ବିରୋଧରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହାସହ ଭବିଷ୍ୟତରେ ସେମାନଙ୍କୁ ସମସ୍ତ ସରକାରୀ ନିଯୁକ୍ତିରୁ ବଞ୍ଚିତ କରାଯିବ ।”
ତେବେ ୨୦୧୯ରେ ଆରଆରପି ଏନଟିପିସି ଓ ଆରଆରପି ଗ୍ରୁପ-ଟି ରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା । ପରୀକ୍ଷା ବି ହେଲା ହେଲେ ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ ଫାଇନାଲ ରେଜଲ୍ଟ ପ୍ରକାଶ ପାଇନାହିଁ । ତେଣୁକରି ଆନ୍ଦୋଳନ କରିବା ନେଇ ପ୍ରାର୍ଥୀମାନେ ଚିନ୍ତା କରୁଥିବା ବେଳେ ରେଳବିଭାଗ ଦେଇଛି ଏଭଳି ଚେତାବନୀ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।