ସ୍କୁଲ ଆସିବା ବେଳେ ପାଇଥିଲା ଟଙ୍କାଥଳୀ, ହେଲେ ଲୋଭ ନକରି ଫେରାଇ ଦେଲା ଏହି ସଚ୍ଚୋଟ ଛାତ୍ର, ନିଜେ ଦେଇଥିବା ଶିକ୍ଷା ଯୋଗୁଁ ନିଜ ଟଙ୍କା ଫେରି ପାଇଲେ ଦେଖନ୍ତୁ video

ପ୍ରତିଦିନ ସ୍କୁଲରେ ପ୍ରଥନା ବୋଲନ୍ତି, “ସତ କହିବାକୁ କିଆଁ ଡରିବି ସତ କହି ପଛେ ମଲେ ମରିବି, ମୋତେ ଏତିକି ଶିଖାଅ ସାଇଁ ହେ ମୋର ଧନ ଜନ ଲୋଡା ନାହିଁ ।” ଆଉ ଏହି ପ୍ରାର୍ଥନାର ପ୍ରତ୍ଯେକ ଶବ୍ଦକୁ ଅକ୍ଷରେ ଅକ୍ଷରେ ପାଳନ କରି ଆଜି ଚର୍ଚ୍ଚାରେ ଅଛନ୍ତି ସପ୍ତମ ଶ୍ରେଣୀର ଜଣେ ଛାତ୍ର । ଖବରକାଗଜରେ ପ୍ରକାଶ ପାଇଥିବା ତାଙ୍କ ସୁନାମ ଖବରକୁ ପ୍ରାର୍ଥନା ସଭାରେ ଅନ୍ୟଜଣେ ଛାତ୍ରୀ ପାଠ କରିଥିଲେ । ସେହି ବାଳକ ଜଣକ ହେଉଛନ୍ତି ନୀଳଗିରି ଓଉପଦା ବ୍ଲକ ସାନପାଟପୁର ସରକାରୀ ଉଚ୍ଚ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ର ଶୁଭଙ୍କର ବେହେରା ।

ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ଶୁଭଙ୍କର ଆଜି ନିଜ ବିଦ୍ୟାଳୟ ଓ ପରିବାର ପାଇଁ ଗର୍ବ ଏବଂ ଗୌରବର ବିଷୟ ସାଜିଛନ୍ତି । ପିଲାଏ ବାଟଘାଟରେ ଟଙ୍କାଟିଏ ପାଇଲେ ବି ବହୁତ ଖୁସି ହୁଅନ୍ତି । ହେଲେ ଶୁଭଙ୍କର ସ୍କୁଲ ଆସିବା ବାଟରେ ୨୫, ୫୦୦ ଟଙ୍କା ପାଇଥିଲେ । ହେଲେ ଲୋଭ ନକରି ସ୍କୁଲ ଶିକ୍ଷକଙ୍କୁ ଏକଥା ଜଣାଇଥିଲେ । ପରେ ଏହି ଟଙ୍କା ସ୍କୁଲର ଶିକ୍ଷୟତ୍ରୀ ନିର୍ମଳା ପାଣିଆଙ୍କ ସ୍ଵାମୀଙ୍କର ବୋଲି ଜଣା ପଡିଥିଲା ।

ନିର୍ମଳାଙ୍କୁ ସ୍କୁଲରେ ଛାଡିବା ବେଳେ ତାଙ୍କ ଟଙ୍କାବିଡା ଖସି ପଡିଥିଲା । ସମସ୍ତ ତଥ୍ୟ ପ୍ରମାଣ ଆଧାରରେ ଶିକ୍ଷୟତ୍ରୀଙ୍କ ସ୍ଵାମୀଙ୍କୁ ସ୍କୁଲକୁ ଡାକି ଟଙ୍କା ଫେରସ୍ତ କରାଗଲା । ଏତେ ଗୁଡିଏ ଟଙ୍କା ପାଇ ମଧ୍ୟ ତିଳେ ମାତ୍ର ଲୋଭ କରି ନଥିଲେ ଶୁଭଙ୍କର । ପଚାରିବାରୁ କହିଥିଲେ, ଦିଦି ପରା ଶିଖାଇଛନ୍ତି ପରଧନ ଲୋଭ ନ କରିବାକୁ ।

ଏଥିପାଇଁ ସେ ଖୁସିର ସହ ଟଙ୍କା ଫେରାଇ ଦେଇଛନ୍ତି । ନିଜେ ଦେଇଥିବା ଶିକ୍ଷା ଯୋଗୁଁ ନିଜ ସ୍ଵାମୀଙ୍କ ଟଙ୍କା ଖୋଜି ପାଇ ଶିକ୍ଷୟତ୍ରୀ ନିର୍ମଳା ପାଣିଆ ମଧ୍ୟ ବେଶ ଖୁସି ଓ ଗର୍ବିତ ଅଛନ୍ତି । ଅନ୍ୟ ଛାତ୍ର ଛାତ୍ରୀମାନେ ମଧ୍ୟ ତାଙ୍କ ଠାରୁ ନିହାତି ଭାବେ ଅନୁପ୍ରାଣିତ ହୋଇଛନ୍ତି ।

ଏକ ବିଶେଷ ସଭା କାର୍ଯ୍ୟର ଆୟୋଜନ କରି ସଚ୍ଚୋଟ ଛାତ୍ର ଶୁଭଙ୍କରକୁ ସ୍କୁଲ ପକ୍ଷରୁ ସମ୍ବୋଧିତ କରାଯାଇଛି । ସଭା ଅକ୍ରିୟ ମିଠା ବାଣ୍ଟି ଶୁଭଙ୍କର ଭଳି ସଚ୍ଚୋଟ ହେବାକୁ ପରାମର୍ଶ ଦେଇଛନ୍ତି ସ୍କୁଲର ଶିକ୍ଷକ ଏବଂ ଶିକ୍ଷୟତ୍ରୀମାନେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।