ଭାରତର ଗର୍ବ ତଥା ମହାକାଶକୁ ଦୁଇ ଦୁଇଥର ଯାତ୍ରା କରିଥିବା ପ୍ରଥମ ଭାରତୀୟ ମହିଳା କଳ୍ପନା ଚାୱଲାଙ୍କୁ କିଏ ବା ନଜାଣେ ! ତାଙ୍କର ପ୍ରଥମ ମହାକାଶ ଯାତ୍ରା ସଫଳ ହୋଇଥିବା ବେଳେ ଦ୍ଵିତୀୟ ମହାକାଶ ଯାତ୍ରାରୁ ଫେରିବା ବେଳେ ପୃଥିବୀରେ ଅବତରଣ କରିବାର କିଛି ମିନିଟ ପୂର୍ବରୁ ତାଙ୍କ ସହ ଯାହା ଘଟିଥିଲା ସାରା ଦୁନିଆ ତାହା ଜାଣେ । ତେବେ ସେଦିନ ଏଭଳି ଭୟଙ୍କର ଦୁର୍ଘଟଣା କଣ ପାଇଁ ଘଟିଥିଲା ? ନାସା କଣ ଏହି ଦୁର୍ଘଟଣା ବିଷୟରେ ଆଗରୁ ଜାଣିଥିଲା ନ ଏହା ଏକ ଷଡଯନ୍ତ୍ର ଥିଲା ? ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଘଟଣା ।

17 ମାର୍ଚ୍ଚ ୧୯୬୨ ରେ ହରିୟାନାର କନଲରେ ଜନ୍ମଗ୍ରହଣ କରିଥଲେ କଳ୍ପନା ଚାୱଲା । ସେ ଟାଗୋର ବାଲ୍ ନିକେତନ ସ୍କୁଲରୁ ନିଜ ସ୍କୁଲ ପାଠପଢା ଶେଷ କରି ୧୯୭୬ରେ ପଞ୍ଜାବ ଇଂଜିନିୟରିଂ କଲେଜରୁ ଏରୋନଟିକାଲ ଇଞ୍ଜିନିୟରରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଏହାପରେ ୧୯୮୨ରେ ଆମେରିକାର ଟେକ୍ସାସ ବିଶ୍ଵ ବିଦ୍ୟାଳୟରୁ ଏୟାର ସ୍ପେସ ଇଞ୍ଜିନିୟରରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ ଏବଂ ୧୯୮୮ରେ ଅନ୍ୟ ଏକ ବିଶ୍ଵ ବିଦ୍ୟାଳୟରୁ ଏରୋସ୍ପେସ ଇଞ୍ଜିନିୟରିଂ ରେ ପିଏଚଡ଼ି ହାସଲ କରିଥିଲେ ।
ସେବେଠାରୁ ସେ ନାସାରେ ମଧ୍ୟ କାମ କରିବା ଆରମ୍ଭ କରିଥିଲେ । ୧୯୯୭ ନଭେମ୍ବରରେ ମହାକାଶ ଯାନ ଚଳାଇ ୬ଜଣ କ୍ରୁ ମେମ୍ବରଙ୍କ ସହ ପ୍ରଥମ ଥର ମହାକାଶ ଯାତ୍ରା କରିଥିଲେ କଳ୍ପନା ଚାୱଲା । ମହାକାଶରେ ୧୫ଦିନ ୧୬ଘଣ୍ଟା ବିତାଇବା ପରେ ସେମାନେ ସଫଳତାର ସହ ଫେରି ଆସିଥିଲେ । ଏହାପରେ ୨୦୦୧ରେ ଦ୍ଵିତୀୟ ସ୍ପେସ ମିଶନ ପାଇଁ ନାସା ତାଙ୍କୁ ପୁଣି ଥରେ ଚୟନ କରିଥିଲା ।

କିନ୍ତୁ ସେହି ମହାକାଶ ଯାନରେ ବାରମ୍ବାର ତ୍ରୁଟି ଦେଖା ଯାଉଥିବା ହେତୁ ଏହାର ଲଞ୍ଚ ତାରିଖ ବାରମ୍ବାର ପରିବର୍ତ୍ତନ କରାଯାଉଥିଲା । କିନ୍ତୁ ଶେଷରେ ୧୬ ଜାନୁୟାରୀ ୨୦୦୩ରେ ଫ୍ଲୋରିଡାର କେନେଡି ସ୍ପେସ ସେଣ୍ଟରରୁ କମମ୍ବିଆ ସ୍ପେସ ସଟଲରେ ବସି ମହାକାଶକୁ ଯାତ୍ରା କରିଥିଲେ କଳ୍ପନା । ମହାକାଶରେ ୧୫ଦିନ ୨୨ଘଣ୍ଟା ୨୦ମିନିଟ ରହିବା ପରେ ୧ ଫେବୃୟାରୀ ୨୦୦୩ରେ ସେ ପୃଥିବୀପୃଷ୍ଠ ଆଡକୁ ଫେରୁଥିଲେ ।
କଳ୍ପନାଙ୍କ ସ୍ପେସ ସଟଲ ପୃଥିବୀର ବାଯୁମଣ୍ଡଳରେ ପ୍ରବେଶ କରିବା ପରେ ନାସାର ବୈଜ୍ଞାନିକଙ୍କ ସମେତ ସମଗ୍ର ବିଶ୍ଵର ଲୋକମାନେ ତାଙ୍କୁ ସ୍ଵାଗତ କରିବାକୁ ଅପେକ୍ଷା କରି ରହିଥିଲେ । କିନ୍ତୁ ଏହି ଅପେକ୍ଷା କଛି ମୂହୁର୍ତ୍ତ ମଧ୍ୟରେ ଶୋକରେ ପରିଣତ ହୋଇଯାଇଥିଲା । କାରଣ ପୃଥିବୀପୃଷ୍ଠରେ ପହଞ୍ଚିବା ପୂର୍ବରୁ ମାତ୍ର ୬୩କିମି ସ୍ପେସ ସଟଲ ବିସ୍ଫୋରଣ ହୋଇ ଖଣ୍ଡବିଖଣ୍ଡ ହୋଇଯାଇଥିଲା ।

ଘଟଣାର ଅନେକ ବର୍ଷ ପର୍ଯ୍ଯନ୍ତ ଏହି ଦୁର୍ଘଟଣା କିପରି ଘଟିଲା ତାହା କେହି ଜାଣିପାରିଲେ ନାହିଁ । କିନ୍ତୁ ନାସା ଏହି ଘଟଣାକୁ ଗୁରୁତର ସହ ଯାଞ୍ଚ କରିବା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି ସତ୍ୟ ସାମ୍ନାକୁ ଆସିଲା । ନାସାର ତଥ୍ୟ ନୁଯାୟୀ ଯେତେବେଳେ ସ୍ପେସ ସଟଲଟି ଲଞ୍ଚ କରାଯାଇଥିଲା ସେତେବେଳେ ଏହାର ଟ୍ୟାଙ୍କରେ ଲାଗିଥିବା ଇନସୁଲେସନ ଫୋମର ଏକ ଅଂଶ ଭାଙ୍ଗି ମହାକାଶ ଯାନର ବାମ ଡେଣାକୁ ଧକ୍କା ଦେବା ଫଳରେ ସେଠାରେ ପ୍ରାୟ ୮-୧୦ ଇଞ୍ଚ ଗଭୀରର ଏକ ଛିଦ୍ର ସୃଷ୍ଟି କରିଥିଲା ।
ହେଲେ ଏହି ଛୋଟିଆ ଖଣ୍ଡଟି ବିମାନକୁ ଏତେ କ୍ଷତି ପହଞ୍ଚାଇବ ଏକଥା କେହିବି ଚିନ୍ତା କରି ନଥିଲେ । ବିମାନଟି ପୃଥିବୀପୃଷ୍ଠଙ୍କୁ ଫେରିବା ସମୟରେ ଏହାର ବାୟୁମଣ୍ଡଳରେ ଘର୍ଷଣ ସହ ଯେଉଁ ଉତ୍ତାପ ସୃଷ୍ଟି ହୋଇଥିଲା ତାହା ସେହି ଛୋଟିଆ ଛିଦ୍ର ଦେଇ ବିମାନ ଭିତରକୁ ପଶିଥିଲା । ଯାହାଦ୍ୱାରା ଏକ ବିରାଟ ବିସ୍ଫୋରଣ ହୋଇ ଯାନଟି ଖଣ୍ଡବିଖଣ୍ଡ ହୋଇଗଲା ।

ଏକ ରିପୋର୍ଟ ଅନୁସାରେ ନାସାକୁ ପ୍ରଥମରୁ ହିଁ ଏହି ଛିଦ୍ର ବିଷୟରେ ଜଣାଥିଲା ଓ ସେମାନେ ପୃଥିବୀପୃଷ୍ଠକୁ ଫେରିବା ପ୍ରାତଃ ଅସମ୍ଭବ ବୋଲି ମଧ୍ୟ ଜାଣି ସାରିଥିଲା । ତଥାପି ନାସା ଏକଥା ଲୁଚାଇ ରଖି ସେମାନଙ୍କୁ ମରିବାକୁ ଛାଡି ଦେଇଥିଲା । କିଛି ବିଶେଷଜ୍ଞଅଙ୍କ ମତରେ ଏହି ମହାକାଶ ଯାନର ଏକ ଛୋଟ ଅଂଶ ଭାଙ୍ଗିବା କଥା ମହାକାଶଚାରୀ ମାନଙ୍କୁ ପୂର୍ବରୁ ଜଣାଇଥିଲେ ହୁଏତ ସେମାନେ କିଛି କରି ପାରିଥାନ୍ତେ ।
କିନ୍ତୁ ଅନ୍ୟକିଛି ବୈଜ୍ଞାନିକଙ୍କ ମତରେ, ଏପରି କରିବା ଦ୍ଵାରା ସେମାନେ ବହୁତ ଶୀଘ୍ର ମରିବାକୁ ଯାଉଥିବା ଭାବି କିଛି ଭୁଲ ପଦକ୍ଷେପ ମଧ୍ୟ ନେଇପାରନ୍ତି । ଯାହା ମନୁଷ୍ୟ ଜାତି ପାଇଁ ବିପଦ ସାବ୍ୟସ୍ତ ହୋଇଥାନ୍ତା । ତେଣୁକରି ନାସା ଏନେଇ ଚୁପ ରହିଥିଲା । ତେବେ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।