ନାକ କଟା ଯାଇଥିବା ଏହି ଯୁବତୀଙ୍କ ବାନ୍ଧବୀ ଜଣେ ଯୁବକଙ୍କୁ ଭଲ ପାଉଥିଲେ । ନିଜ ବାନ୍ଧବୀଙ୍କୁ ସାହାଯ୍ୟ କରୁଥିଲେ ନାକ କଟା ଯାଇଥିବା ଏହି ଯୁବତୀ । ବାନ୍ଧବୀ ଓ ତାଙ୍କ ପ୍ରେମିକଙ୍କ ପ୍ରେମରେ ଏକ ପ୍ରକାର ଖବରୀ ତଥା ମଧ୍ୟସ୍ଥି ସାଜିଥିଲେ ଏହି ନାକ କଟା ଯାଇଥିବା ଯୁବତୀ । ବାନ୍ଧବୀଙ୍କୁ ପୁରୁଷବନ୍ଧୁଙ୍କ ଖବର ଅନ୍ତର ନିଜ ବାନ୍ଧବୀଙ୍କୁ ଜଣାଉଥିଲେ ଏହି ଯୁବତୀ । ଆଉ ଶେଷରେ ସେହି ବାନ୍ଧବୀ ନିଜ ପ୍ରେମିକଙ୍କ ସହ ମିଶି ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ତାଙ୍କ ନାକ କାଟି ଦେଲେ ।

ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ନୂଆପଲ୍ଲୀ ଥାନା ଅନ୍ତର୍ଗତ ଏନ-5 ପାର୍କ ସମୁଖରେ । ଆଉ ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରି ପୋଲିସ ହସ୍ପିଟାଲରେ ଭର୍ତ୍ତି କରିଛି । ଅନ୍ୟପଟେ ଆକ୍ରମଣକାରୀ ପ୍ରେମୀଯୁଗଳଙ୍କୁ ଗିରଫ କରିବା ପାଇଁ ତନାଘନା ଚଳେଇଛି ପୋଲିସ । ତେବେ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆକ୍ରମଣର ଶିକାର ହୋଇଥିବା ଏହି ଯୁବତୀ ଜଣକ ହେଉଛନ୍ତି ନୟାପଲ୍ଲୀର ତ୍ରିନାଥ ବସ୍ତିର ବାସିନ୍ଦା ।
ତାଙ୍କର ବାନ୍ଧବୀ ଓ ସେ ଗୋଟିଏ ସଂସ୍ଥାରେ କାର୍ଯ୍ୟ କରନ୍ତି । ତାଙ୍କ ବାନ୍ଧବୀ ଜଣକ ସାଲିଆ ସାହିର ତିନା ଦିଗଲ ନାମକ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । ଆଉ ତିନା ଅନ୍ୟ କେଉଁ ଯୁବତୀଙ୍କ ସହ ମିଳାମିଶା କରୁଛି କି ନାହିଁ ସେ କଥା ଜଣାଇବା ପାଇଁ ତାଙ୍କ ବାନ୍ଧବୀ ତାଙ୍କୁ କହିଥିଲେ । ତେଣୁ ତିନାଙ୍କ ଉପରେ ନଜର ରଖୁଥିଲେ ଏହି ନାକ କଟା ଯାଇଥିବା ଯୁବତୀ । ଆଉ ତିନାର ଟିକିନିଖି ଖବର ନିଜ ବାନ୍ଧବୀଙ୍କୁ ଜଣାଉଥିଲେ ।

ତିନା ଅନ୍ୟ ଜଣେ ଯୁବତୀଙ୍କ ସହ ବୁଲାବୁଲି କରେ । ଯାହା ଏହି ନାକ କଟା ଯାଇଥିବା ଯୁବତୀ ଜଣକ ଦେଖି ନେଇଥିଲା । ଆଉ ଏକଥା ସାଙ୍ଗେ ସାଙ୍ଗେ ଯାଇ ନିଜ ବାନ୍ଧବୀଙ୍କୁ ଜଣାଇଥିଲେ । ଆଉ ଏହାପରେ ନିଜ ପୁରୁଷବନ୍ଧୁ ତିନାଙ୍କ ଉପରେ ରାଗି ଯାଇଥିଲେ ବାନ୍ଧବୀ ଏବଂ ଉଭୟଙ୍କ ମଧ୍ୟରେ ଝଗଡା ବି ହୋଇଥିଲା । ହେଲେ ପରେ ସେମାନେ ଏକାଠି ହୋଇଗଲେ ଆଉ ମଝିରେ ଫସିଗଲା ବିଚରା ମଧ୍ୟସ୍ଥି । ଉଭୟ ପ୍ଳାନ କରି ଏନ-5 ପାର୍କ ନିକଟକୁ ଡାକିଲେ ଆଉ ଗୋଡେଓ ଗୋଡେଇ ତା’ ନାକ କାଟିଦେଲେ ।
ଏହାପରେ ବାଇକ ଯୋଗେ ସେମାନେ ଫେରାର ହୋଇଗଲେ । ଆଖପାଖ ଲୋକେ ଏହା ଦେଖି ପୋଲିସକୁ ଖବର ଦେଇଥିଲେ । ଯୁବତୀଙ୍କୁ ନେଇ ଡାକ୍ତରଖାନାରେ ଚିକିତ୍ସା କରାଇବା ପରେ ସେ ନୟାପଲ୍ଲୀ ଥାନାରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।