ଭାରତ ପାଇଁ ଚିନ୍ତାର କାରଣ ପାଲଟିବେ ବୟସ୍କ, ଜନସଂଖ୍ୟାରେ ବୃଦ୍ଧି ସହ ହାରାହାରି ବୟସରେ ବୃଦ୍ଧି ହେଲେ ଭାରତ ସାମ୍ନା କରିବ ଏହିସବୁ ସମସ୍ଯା !

ଖୁବ ଶୀଘ୍ର ଭାରତ ପାଇଁ ଚିନ୍ତାର କାରଣ ପାଲଟିବେ ବୟସ୍କ । ଆଗକୁ ସଂଖ୍ୟା ବୃଦ୍ଧି ସହ ହାରାହାରି ବୟସରେ ମଧ୍ୟ ବୃଦ୍ଧି ହେବ । ଦେଶରେ ୧୩୦ କୋଟି ଲୋକଙ୍କ ହାରାହାରି ବୟସ ହେଉଛି ୨୯ ବର୍ଷ । କିନ୍ତୁ ଆଗକୁ ଏହି ସଂଖ୍ଯାରେ ବୃଦ୍ଧି ସହ ବୟସ୍କ ନାଗରିକଙ୍କ ସଂଖ୍ୟାରେ ବୃଦ୍ଧି ଘଟିବା ନେଇ ଆଶଙ୍କା କରାଯାଉଛି । କାରଣ ବର୍ତ୍ତମାନ ୬୦ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କଅଙ୍କ ସଂଖ୍ଯାରେ ବୃଦ୍ଧି ପରିଲକ୍ଷିତ ହେଉଛି । ତେବେ ଭରତ ଏକ ଜନବହୁଳ ରାଷ୍ଟ୍ର ହୋଇଥିବାରୁ ଏହା ଭାରତ ପାଇଁ ଏକ ବଡ ସମସ୍ଯା ହୋଇପାରେ ।

ପ୍ରାୟ ୨୫ରୁ ୨୭ ବର୍ଷ ମଧ୍ୟରେ ଭାରତରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ୩୦୦ ନିୟୁତକୁ ଟପି ଯାଇପାରେ । ବୟସ୍କ ନାଗରିକନ୍କାସ ସଂଖ୍ଯାରେ ବୃଦ୍ଧି ଭାରତ ଭଳି ବିକାଶଶୀଳ ଦେଶ ପାଇଁ ଏକ ଆହ୍ଵାନ । ଭାରତର ଅଣଲାଭକାରୀ ସଂସ୍ଥା ହେଲଥପେଜ ଇଣ୍ଡିଆ ତରଫରୁ ପ୍ରକାଶିତ ଏକ ତଥ୍ୟ ଅନୁସଏରେ ଫ୍ରାନ୍ସ ପରି ଦେଶରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ଦୁଇ ଗୁଣ ହେବା ପାଇଁ ୧୦୦ ବର୍ଷ ଲାଗି ଯାଇଥିଲା । ହେଲେ ଭାରତରେ ଏଥିପାଇଁ ମାତ୍ର ୨୦ ବର୍ଷ ଦରକାର ।

ଆଗକୁ ବୟସ୍କଙ୍କ ସଂଖ୍ୟା ବଢିଲେ ସମସ୍ଯା ମଧ୍ୟ ଅଧିକ ହେବ । ଫଳରେ ବୟସ୍କ ନାଗରିକଙ୍କୁ ସ୍ୱାସ୍ଥ୍ୟ ଓ ଆର୍ଥିକ ସମସ୍ଯା ଦେଇ ଗତି କରିବାକୁ ପଡିପାରେ । ଆଜିକାଲି ଚିକିତ୍ସା ବିଜ୍ଞାନର ଲଗାତାର ଉନ୍ନତି ଫଳରେ ଲୋକମାନେ ଅଧିକ ଦିନ ବଞ୍ଚିବା ସହ ମୃତ୍ୟୁହାର ମଧ୍ୟ ହ୍ରାସ ପାଉଛି ।

ଜଣେ ବରିଷ୍ଠ ଡାକ୍ତରଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ସମୟରେ ସାରା ବିଶ୍ବରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ହାରାହାରି ୮.୫ ପ୍ରତିଶତ ଲେଖାଏଁ ପ୍ରତି ବର୍ଷ ବୃଦ୍ଧି ପାଉଛି । ଆଉ ଭାରତରେ ଏହି ବୟସକ ନାଗରିକଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ମାତ୍ର ୬ ପ୍ରତିଶତ ରହିଛି । ଭାରତରେ ଚିକିତ୍ସାର ମାନ ଉନ୍ନତି ହେବା ଯୋଗୁଁ ବୟସ୍କ ଲୋକମାନେ ଅତି ସୁବିଧାରେ ଓ ସହଜରେ ଚିକିତ୍ସିତ ହୋଇ ପାରୁଛନ୍ତି । ତେଣୁ ଅଧିକ ଦିନ ମଧ୍ୟ ବଞ୍ଚି ରହୁଛନ୍ତି ।

ତେବେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ଭାରତର ଜନସଂଖ୍ୟା ଓ ଅନ୍ୟାନ୍ୟ କ୍ଷେତ୍ର ଉପରେ ପ୍ରଭାବ ପକାଇବ ବୋଲି ଆଶଙ୍କା କରା ଯାଉଥିବା ବେଳେ ଏହି ବରିଷ୍ଠ ନାଗରିକଙ୍କୁ ବିଭିନ୍ନ ଉପାୟରେ ଦେଶର ଅର୍ଥନୀତି ବୃଦ୍ଧିରେ ସହଯୋଗ କରିବା ପାଇଁ ବ୍ଯବହୃତ ମଧ୍ୟ କରା ଯାଇପାରିବ ବୋଲି ଅନେକ ଲୋକ ମତ ରଖୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।