ମଟନ ସାଙ୍ଗକୁ କଷି କାକୁଡି ଦେଇ ଗୁଣି ଗାରେଡି କରୁଥିଲା କିଶୋର ମଟନ ! ସାମ୍ନାକୁ ଆସିଲା କିଶୋର ମଟନ ହୋଟେଲରେ ଭିଡ ଜମିବାର ପ୍ରକୃତ କାରଣ !

କିଶୋର ମଟନ ହୋଟେଲରେ ନାଲି ଟହଟହ ମଟନ ଖାଇବା ପାଇଁ କାହିଁକି ଲାଗୁଥିଲା ଲମ୍ବାଧାଡି ! କାହିଁକି କିଶୋର ମଟନ ହୋଟେଲରେ ଗାଡି ପଛକୁ ଗାଡି ଲାଗି ଏତେ ଭିଡ ହେଉଥିଲା ! ମଟନ ସାଙ୍ଗେ କିଶୋର ଭାଇନା କଷି କାକୁଡି ବି ଦେଉଥିଲା । କିଶୋର ଭାଇ କୁଆଡେ କିଛି ଗୁଣି ଗାରେଡି କରିଥିଲା ! କିଶୋର ଭାଇନା କୁଆଡେ ଗୁଣି ଗାରେଡି କରି ତା’ ହୋଟେଲ ବେପାରକୁ ଢେର ଗୁଣା ବଢେଇ କୋଟି କୋଟି ଟଙ୍କା ରୋଜଗାର କରୁଥିଲା ।

ତେବେ ଏକଥା ଆମେ କହୁନୁ ବରଂ କିଶୋର ମଟନକୁ ନେଇ ଏମିତି ଏକ ଗୀତ ଏବେ ରିଲିଜ ହୋଇଛି । ଗୀତଟିରେ ଏକ ଲାଇନ ରହିଛି, “ପଛକୁ ପଛକୁ ଲଗେଇ ଗାଡି, ସତେ କି କରିଥିଲା ଗୁଣି ଗାରେଡି । କିଶୋର ମଟନ ହୋଟେଲରେ ଯେଉଁ ଲମ୍ବା ଲାଇନ ଲାଗିଥିଲା ଓ ଧାଡି ଧାଡି ହୋଇ ଗାଡି ଲାଗୁଥିଲା ଏବଂ ମଟନ ସାଙ୍ଗକୁ କିଶୋର ଯେଉଁ କଷି କାକୁଡି ଦେଉଥିଲା ସେସବୁ କୁଆଡେ କିଶୋର ଭାଇ ଗୁଣି ଗାରେଡି କରିଥିଲା ।

ଆହୁରି ଗୀତରେ ମଧ୍ୟ କୁହାଯାଇଛି, “ଘରଣୀ କହେ କିଶୋର ମଟନ ଖାଇବା ପାଇଁ, ଶାଳୀ ବି କହେ ମଟନ ଦେବ କିଶୋର ଭାଇ, ଭୋକ ହେଉଛି ତାକୁ ଘଡିକୁ ଧାଡି, କିଶୋର ଭାଇନା ଆଉ ଥରେ ଖଲ ତୁମ ମଟନ ଭାଡି । ” ଅର୍ଥାତ ଗୀତ ମାଧ୍ୟମରେ କିଶୋର ଭାଇନା ଆଉଥରେ ମଟନ ହୋଟେଲ ଖୋଲନ୍ତୁ ବୋଲି ଚାହିଁଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ।

ସେହିପରି ଆହୁରି ମଧ୍ୟ ଗୀତରେ କୁହାଯାଉଛି, “ପତର ଖିଆ ଖାସୀ ମାଉଁସ, ରୋଷେଇ ବେଳେ ଆହା କି ବାସ, ମିଳୁନି ଆଜି ଗରାଖ, କିଶୋର ଭାଇ ହୁଏ ନିରାଶ, ପଡିଲା କାହା ନଜର, ମିଡିଆବାଲା ଖେଳେଇ ଦେଲେ ପୁରା ଫୁଲ୍ ଖବର । ” ଆଜ୍ଞା ହଁ, କିଶୋର ମଟନକୁ ନେଇ ଏବେ ଏମିତି ଏକ ଗୀତ ରିଲିଜ ହୋଇଛି । ଯାହା ରିଲିଜ ହେବାର ଅଳ୍ପ କେଇ ଘଣ୍ଟା ମଧ୍ୟରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ନେଟିଜେନ ମାନେ ମଧ୍ୟ ଏହି ଗୀତକୁ ବେଶ ପସନ୍ଦ କରୁଛନ୍ତି ।

ତେବେ ଗତ କିଛିଦିନ ହେବ ଭୁବନେଶ୍ବର ଆପୋଲୋ ହସ୍ପିଟାଲ ପଛପାଖ ଦୂରଦର୍ଶନ ଅଫିସ ନିକଟରେ ଥିବା କିଶୋର ମଟନକୁ ନେଇ ଚର୍ଚ୍ଚା ଲାଗି ରହିଛି । ବର୍ତ୍ତମାନ କିଶୋର ପୁଣି ଥରେ ହୋଟେଲ ଠିଆ କରିବାକୁ ଦିନରାତି ଏକ କରି ଲାଗି ପଡିଥିବା ବେଳେ ତାଙ୍କୁ ନେଇ ଏଭଳି ଏକେ ଗୀତ ମଧ୍ୟ ମାର୍କେଟକୁ ଆସିଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।