ଟୁଙ୍ଗୁରୁ ଆଖିରେ ଲୁହ ଦେଖି ସହି ପାରିଲେନି ବର୍ଷା । ଅଟୋ ଡ୍ରାଇଭର ଟୁଙ୍ଗୁରୁ ଓ ବର୍ଷା ଭାଉଜଙ୍କ ପ୍ରେମ କାହାଣୀ ସାରା ରାଜ୍ୟ ଦେଖିଛି । ସାଧାରଣ ପ୍ରେମ ଠାରୁ ଏହି ପ୍ରେମ କାହାଣୀ ଟିକେ ହଟକେ ଥିଲା । କିନ୍ତୁ ଆଜି ଟୁଙ୍ଗୁରୁ ଭୋଳଙ୍କ ଆଖିରେ ଲୁହ ଦେଖି ବର୍ଷା ବା କେମିତି ସହିବେ ! ବର୍ଷା କିଭଳି ପାଗେଳି ଭଳି ଟୁଙ୍ଗୁରୁ ଭଳି ପ୍ରେମ କରୁଥିଲେ ଓ ଟୁଙ୍ଗୁରୁ ବି କେମିତି ବର୍ଷା ପ୍ରେମରେ ପଡିଥିବେ କଥା ଆପଣ ନିଶ୍ଚିତ ଭାବେ ଜାଣିଥିବେ । ବର୍ଷା ନିଜ ପିଲାଛୁଆ ଓ ସ୍ଵାମୀଙ୍କୁ ଛାଡି ଟୁଙ୍ଗୁରୁଙ୍କୁ ଭଲ ପାଇଥିଲେ ।

ଆଉ ଆଜି ଯେତେବେଳେ ଟୁଙ୍ଗୁରୁ ଆଖିରୁ ଲୁହ ବୋହିଛି ଏହା ବର୍ଷା ସହି ପାରିନାହାନ୍ତି । ବର୍ଷା ଓ ଟୁଙ୍ଗୁରୁଙ୍କ ମାମଲା ଥମି ଯାଇଥିବା ବେଳେ ଦୀର୍ଘଦିନ ପରେ ଟୁଙ୍ଗୁରୁ ପୁଣି ଚର୍ଚ୍ଚାକୁ ଆସିଛନ୍ତି । କାରଣ ଏକ ଭିଡିଓ ଜାରି କରି ସେ ଗଣମାଧ୍ୟମକୁ ସାହାଯ୍ୟ ମାଗିଛନ୍ତି । ମିଡିଆବାଲା ପୂର୍ବରୁ ମୋ ପାଖକୁ ଦୌଡି ଆସି ମୋ ପ୍ରେମ କାହାଣୀକୁ ରଙ୍ଗ ଦେଉଥିଲେ । କିନ୍ତୁ ଏବେ ମୋ ଜୀବନ ଫିକା ପଡିଗଲାଣି । ମୁଁ ସମସ୍ଯାରେ ପଡି ବହୁତ ହଇରାଣ ହେଉଛି ।
କିନ୍ତୁ ଏବେ କୌଣସି ମିଡିଆ ଭାଇମାନେ ମୋ ପାଖକୁ ଆସୁନାହାନ୍ତି । ଏହି ଖବର ଗଣମାଧ୍ୟମରେ ବାଜିବା ପରେ ବର୍ଷାଙ୍କ ଆଖିରୁ କୁଆଡେ ଲୁହ ଝରିପଡୁଛି । ଟୁଙ୍ଗୁରୁ ଭୋଳ ପାଇଁ ପାଗଳ ହେଉଥିବା ବର୍ଷା ଆଜିବି ଟୁଙ୍ଗୁରୁ ଆଖିରେ ଲୁହ ଦେଖି ସହି ପାରୁନାହାନ୍ତି । ବର୍ଷା କହୁଥିଲେ ଟୁଙ୍ଗୁରୁର ପ୍ରତ୍ଯେକଟି ରକ୍ତବିନ୍ଦୁରେ କେବଳ ବର୍ଷା ଅଛି । ଟୁଙ୍ଗୁରୁ କିନ୍ତୁ ପ୍ରଥମେ ବର୍ଷାଙ୍କ ପ୍ରେମକୁ ଅସ୍ଵୀକାର କରିଥିଲେ । ଟୁଙ୍ଗୁରୁ ଏବେ କିନ୍ତୁ ଅସୁବିଧାରେ ଥିବା ଦେଖି କେମିତି ବା ସହି ପାରିଥାନ୍ତେ ବର୍ଷା ।

ଟୁଙ୍ଗୁରୁଙ୍କୁ ଛାଡି ସେ ଏବେବି ରହି ପାରୁନାହାନ୍ତି, ସେଥିପାଇଁ କୁଆଡେ ସେ ଟୁଙ୍ଗୁରୁ ଭୋଳକୁ ଏବେବି ଝୁରି ହେଉଛନ୍ତି । ଆଉ ଟୁଙ୍ଗୁରୁଙ୍କ ଏହି ସମସ୍ଯାରେ ବର୍ଷା ସାଥ୍ ଦେବେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି । ବର୍ଷାଙ୍କ ସହ ରହିବା ବେଳେ ଟୁଙ୍ଗୁରୁ ବେଶ ଖୁସି ଥିଲେ କିନ୍ତୁ ଏବେ ସେ କୁଆଡେ ଏକୁଟିଆ ରହୁଛନ୍ତି । ଆଉ ତାଙ୍କ ଜୀବନରେ ସମସ୍ଯା ବି ଆସିଯାଇଛି । ଟୁଙ୍ଗୁରୁଙ୍କ ପରିବାରର ୩୦ ଲକ୍ଷର ଜାଗାକୁ କୁଆଡେ ତହସିଲଦାର, ଚେୟାରମ୍ୟାନ ଆଉ ପୋଲିସ ମିଶି ଇଲିଗାଲ କରି ଦେଉଛନ୍ତି ।
ଏହି ସମସ୍ୟାରେ ଟୁଙ୍ଗୁରୁ ଚାପି ହୋଇ ରହିଛନ୍ତି । ସେଥିପାଇଁ ଗଣମାଧ୍ୟମଙ୍କ ସାହାଯ୍ୟ ଖୋଜୁଛନ୍ତି । ଆଉ ଟୁଙ୍ଗୁରୁ ପାଇଁ କେଉଁ ଛିଡା ହୁଅନ୍ତୁ ବା ନ ହୁଅନ୍ତୁ କିନ୍ତୁ ବର୍ଷା କୁଆଡେ ଠିଆ ହେବେ ବୋଲି ଚର୍ଚ୍ଚା ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।