ଦେଖିବାକୁ ଖୁବ ସୁନ୍ଦର ଥିଲା ଅଙ୍କିତା । ରୂପ ଯେମିତି ଗୁଣ ବି ସେମିତି ଥିଲା । ସେଥିପାଇଁ ତ ମାତଗ୍ର ୧୯ ବର୍ଷ ବୟସରୁ ସେ ଚାକିରି କରୁଥିଲା । ହେଲେ ଏକ ରିସୋର୍ଟରେ ରିଶେପସନିଷ୍ଟ ଭାବେ କାମ କରୁଥିବା ଅଙ୍କିତା ଭଣ୍ଡାରିଙ୍କ ମୃତଦେହ ସ୍ଥାନୀୟ ଏକ କେନାଲରୁ ଉଦ୍ଧାର କରାଯାଇଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଜଣେ ମନ୍ତ୍ରୀଙ୍କ ପୁଅ ତଥା ଅଙ୍କିତା କାମ କରୁଥିବା ରିସୋର୍ଟର ମାଲିକ ପୁଅ ପୁଲକିତ ଆଚାର୍ଯ୍ୟ । ପୁଲକିତଙ୍କ କହିବା ଅନୁଯାୟୀ, ଗତ ୧୮ ତାରିଖ ଦିନ ସେ ଅଙ୍କିତାଙ୍କୁ କେନାଲକୁ ଠେଲି ଦେଇଥିଲେ ।
ଯାହାପରେ ପୋଲିସ ନିକଟସ୍ଥ କେନାଲରେ ଯାଇ ଖୋଜାଖୋଜି କରିବା ପରେ ସେଠାରୁ ଅଙ୍କିତାଙ୍କ ମୃତଦେହ ମିଳିଥିଲା । ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ଉତ୍ତରାଖଣ୍ଡରେ । ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏହି ଘଟଣାରେ ଦୃଢ କର୍ଜୟାନୁଷ୍ଠା ନେଇଛନ୍ତି । ତାଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିବା ପୁଲକିତ ଆଚାର୍ଯ୍ୟଙ୍କ ବାପା ବିନୋଦ ଆଚାର୍ଯ୍ୟଙ୍କୁ ସେ ଦଳରୁ ବହିଷ୍କାର କରି ଦେଇଛନ୍ତି ।
ବିନୋଦ ଆଚାର୍ଯ୍ୟ କେବଳ ଦଳରୁ ବହିଷ୍କାର ହୋଇଛନ୍ତି ତାହା ନୁହେଁ ବରଂ ସେ ବିଜେପିର ଓବିସି ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଦସ୍ୟ ଓ ୟୁପି ର ସହ ପ୍ରଭାବୀ ମଧ୍ୟ ଥିଲେ । ଯେଉଁଥିରୁ ଦଳ ତାଙ୍କୁ ନିଲମ୍ବନ କରିଛି । ସେହିପରି ମୁଖ୍ୟ ଅଭିଯୁକ୍ତ ପୁଲକିତଙ୍କ ଭାଇଙ୍କୁ ମଧ୍ୟ ଉତ୍ତରାଖଣ୍ଡ ଓବିସି କଲ୍ୟାଣ ଆୟୋଗର ଉପାଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଛି । ତାଙ୍କୁ ରାଷ୍ଟ୍ରୀୟ ପାହ୍ୟା ମଧ୍ୟ ମିଳିଥିଲା ।
ତେବେ ଅଙ୍କିତା ଭଣ୍ଡାରିଙ୍କୁ ପୁଲକିତ ଆଚାର୍ଯ୍ୟ କାହିଁକି ହତ୍ୟା କରିଛନ୍ତି ତାହା ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । କିନ୍ତୁ ମୁଖ୍ୟ ଅଭିଯୁକ୍ତ ପୁଲକିତଙ୍କ ପାଇଁ ତାଙ୍କ ବାପା ଏବଂ ଭାଇଙ୍କୁ ଦଳରୁ ବହିଷ୍କୃତ କରିଛି ବିଜେପି । ତେବେ ସବୁଠୁ ବଡ କଥା ହେଉଛି ଏ ଘଟଣାରେ ବିଳମ୍ବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାରୁ ଉତ୍ତ୍ୟକ୍ତ ଲୋକେ ବିଜେପିର ବିଧାୟିକା ରେଣୁ ବିଷ୍ଣୁଙ୍କ ଗାଡିକୁ ଭଙ୍ଗାରୁଜା କରିଛନ୍ତି । ଏମିତିକି ମନ୍ତ୍ରୀଙ୍କ ଘରକୁ ମଧ୍ୟ ଟେକା ପଥର ପକାଇ ଭାଙ୍ଗିରୁଜି ଚୁରମାର କରି ଦେଇଛନ୍ତି ।
ଆଉ ସେହି ଜନତା ନେତାଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଦେଖାଇ ଦେଇଛନ୍ତି, ତୁମେ ଯେଉଁ କ୍ଷମତା ପାଇଛ ତାହା ଏହି ଜନତାଙ୍କ ପାଇଁ । ଆଉ ସେହି କ୍ଷମତାକୁ ଛଡେଇ ନେବା ପାଇଁ ଜନତାଙ୍କୁ ବିଲକୁଲ ବି ସମୟ ଲାଗିବ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।