ଘରକୁ ଅଧିକ ଧନ ଆସିବାର ସହଜ ଉପାୟ, ଜାଣନ୍ତୁ Astrologer Pragyan Tripathy ଙ୍କ ଏହି ଖାସ୍ ଟିପ୍ସ

ଲଗାତାର ଆମ ପାଖକୁ ଧନର ଆଗମନ ହେଉ ବୋଲି ଆମେ ସମସ୍ତେ ଚାହିଁଥାଉ । କିନ୍ତୁ କୌଣସି ନା କୌଣସି କାରଣରୁ ତାହା ହୋଇପାରେ ନାହିଁ । ଅନେକ ସମୟରେ ଧନ ଆସୁଥିଲେ ମଧ୍ୟ ବାସ୍ତୁ ଦୋଷ ଯୋଗୁଁ ତାହା ତିଷ୍ଠି ରୁହେନାହିଁ । ତେବେ ଘରର ବାସ୍ତୁ ଦୋଷ ଦୂର ହୋଇ କିପରି ଅଧିକ ଧନ ଘରକୁ ଆସିବ ସେନେଇ ଆସନ୍ତୁ ଜାଣିବା ଏକ ସୁନ୍ଦର ପ୍ରତିକାର ଜ୍ୟୋତିର୍ବିଦ ପ୍ରଜ୍ଞା ତ୍ରିପାଠୀଙ୍କ ଠାରୁ । ଧନିଆର ବ୍ୟବହାର କରି ଆପଣ କିଭଳି ଅଧିକ ଧନ ଲାଭ କରିବେ ଚାଲନ୍ତୁ ଜାଣିବା ।

ବହୁତ ପରିଶ୍ରମ କରିବା ପରେବି ଯଦି ଆପଣଙ୍କ ପ୍ରାପ୍ୟ ଆପଣ ପାଇ ପାରୁନାହାନ୍ତି ତେବେ ଆପଣ ଏହି ପ୍ରତିକାର କରିବା ଦ୍ଵାରା ସେହି ସାମସ୍ୟାଟି ଦୂର ହୋଇପାରିବ । ଆଉ ପରିଶ୍ରମ ନକରି ଖାଲି ଧନ ପାଇବା ପାଇଁ ଯଦି ଏହି ଉପାୟ କରିବେ ତେବେ କୌଣସି ଲାଭ ହେବନାହିଁ । ଯେକୌଣସି ଶୁକ୍ଲପକ୍ଷର ଶୁକ୍ରବାର କିମ୍ବା ଗୁରୁବାର ଦିନ ଆପଣ ଏହି ପ୍ରତିକାରଟିକୁ କରନ୍ତୁ ।

ମନେରଖନ୍ତୁ ଧନ ସମ୍ବନ୍ଧିତ ଯାହାବି ପ୍ରତିକାର କରିବେ ସବୁବେଳେ ଶୁକ୍ଲପକ୍ଷରେ ହିଁ କରିବେ । ଶୁକ୍ଲପକ୍ଷ ଶୁକ୍ରବାର କିମ୍ବା ଗୁରୁବାର ଦିନ ଆପଣ ଏକ ମାଟି ପାତ୍ର ବା କୁଣ୍ଡଟିଏ ନିଅନ୍ତୁ । ସେଥିରେ କିଛି ମାଟି ରଖିଦିଅନ୍ତୁ ଓ କିଛି ଶୁଖିଲା ଗୋବରକୁ ମଧ୍ୟ ଖେଳେଇକି ପକେଇ ଦିଅନ୍ତୁ । ଏବେ ଆପଣଙ୍କୁ ଦରକାର ହେବ ଏକ ଟଙ୍କିଆ କିମ୍ବା ଦୁଇ ଟଙ୍କିଆ ମୁଦ୍ରା ।

ସେସବୁ ମିଶିକି ଯେମିତି ୨୧ ଟଙ୍କା ହେଉଥିବ ସେତିକିଟି କଏନ ନେଇ ସେହି ମାଟି ରଖିଥିବା କୁଣ୍ଡ ଭିତରେ ରଖିଦିଅନ୍ତୁ । ଏହାପରେ ଆପଣ ପୁଣି ଥରେ ସେହି କୁଣ୍ଡରେ ମାଟି ଏବଂ ଗୋବର ପକାଇ ଦିଅନ୍ତୁ । ଏହି ଉପାୟ କରିବାରୁ ଦୁଇଦିନ ଆଗରୁ ଆପଣ କିଛି ଧନିଆକୁ ପାଣିରେ ଭିଜାଇ ରଖି କପଡାରେ ବାନ୍ଧିକି ରଖିଥାନ୍ତୁ ।

ଯେପରି ଏହାକୁ ମାଟିରେ ପକାଇବା ଦ୍ଵାରା ଗଛ ଉଠିବ । ସେହି ଧନିଆକୁ ଆଣି ଏହି କୁଣ୍ଡ ଭିତରେ ବିଛାଇ ପକାଇ ଦିଅନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କ ପାଖକୁ ଅର୍ଥ ଆସିବାର ବାଟ ଖୋଲିଯିବ । ଧନିଆ ଗଛ ଉଠିବା ପରେ ଆପଣ ତାକୁ ଖାଦ୍ୟ ହିସାବରେ ଗ୍ରହଣ କରିପାରିବେ ।

ଧନିଆ ସବୁ ସରିଯିବା ପରେ ଆପଣ ମାଟି ତଳେ ଯେଉଁ ୨୧ ଟଙ୍କା ପୋତିକି ରଖିଥିଲେ ତାକୁ ବାହାର କରିଦେବେ ଓ ମାଟି ଲାଗିଥିବା ସେହି କଏନ ଗୁଡିକୁ ଆପଣ ଏକ ଲାଲ କପଡାରେ ବାନ୍ଧିକି ଘରର ଦକ୍ଷିଣ-ପଶ୍ଚିମ ଦିଗ ବା ନୈରୁତ୍ୟ କୋଣରେ ସ୍ଥିର ଭାବେ ରଖିବେ ।

ଏହି କୋଣରେ ଆପଣ ସବୁବେଳେ ନିଜ ଆଲମାରି, ଧନରତ୍ନ, ଓ କ୍ରେଡିଟ କାର୍ଡ ଆଦି ସବୁ ଜିନିଷ ରଖିଲେ ଲାଭ ହୋଇଥାଏ । ଏପରି କରନ୍ତୁ ଦେଖିବେ ଆପଣଙ୍କ ଅର୍ଥ ସମସ୍ଯା ଦୂର ହୋଇ ଆପଣଙ୍କ ପାଖକୁ ଅଧିକ ଧନ ଆସିବାକୁ ଲାଗିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।