ମୃତ୍ୟୁ ଏମିତି ବି ଆସେ ଜାଣିଲେ ଆପଣଙ୍କ ଛତି ଥରିଯିବ । ଏ ଦୃଶ୍ୟ ଦେଖିଲେ ଜାଣିପାରିବେ ମୃତ୍ଯୁ କେତେ ଭୟଙ୍କର । ଯମର ଦରବାରରେ କେତେବେଳେ କାହା ସମୟ ଆସିବ ଏକଥା କିଏ ବା କହିବ ! ଆଉ ଏଠାରେ ମୃତ୍ୟୁ ଏମିତି ଆସିଛି ଯାହା ଶୁଣିଲେ ଭୟରେ ଛାତି ଥରିଯାଉଛି । ଏହି ଘଟଣା ସମ୍ବନ୍ଧରେ ଜାଣିଲେ ମୃତ୍ୟୁର ନାଁ ଶୁଣିଲେ ବି ଡର ଲାଗିବ । ପ୍ରତିଦିନ ଭଳି ସେ ସ୍କୁଲ ଯାଇଥିଲେ, ହେଲେ କିଏ ଜାଣିଥିଲା ଯେ ତାଙ୍କର ଏଇଟା ଶେଷଦିନ ବୋଲି !

ଭୟଙ୍କର ଭାବେ ତାଙ୍କ ଜୀବନ ନେଇଗଲା ଲିଫ୍ଟର ଅପେକ୍ଷା କରି ରହିଥିବା ମୃତ୍ୟୁର ସୌଦାଗର । ହଁ ଆଜ୍ଞା, ଲିଫ୍ଟରେ ଫସି ପ୍ରାଣ ହରାଇଛନ୍ତି ଜଣେ ଶିକ୍ଷୟତ୍ରୀ । ମୃତ୍ୟୁ ଶିକ୍ଷୟତ୍ରୀ ଜଣଙ୍କ ହେଉଛନ୍ତି ୨୬ ବର୍ଷୀୟ ଜେନେଲ ଫର୍ଣ୍ଣାଣ୍ଡେଜ । ଗତ ଶୁକ୍ରବାର ଦିନ ମୁମ୍ବାଇରେ ଘଟିଯାଇଛି ଏଭଳି ଅଭାବନୀୟ ଘଟଣା । ମହରାଷ୍ଟ୍ରର ମାଲଦାର ଚିଞ୍ଚୋଲି ପଣ୍ଡ ର ସେଣ୍ଟମେରି ଇଂଲିଶ ହାଇସ୍କୁଲରେ ଘଟିଛି ଏହି ଘଟଣା । ଷ୍ଟାଫ ରୁମ୍ କୁ ଯିବା ପାଇଁ ଦ୍ଵିତୀୟ ଫ୍ଲୋରରେ ଅପେକ୍ଷା କରିଥିଲେ ଜେନେଲ ।
ଏହି ସମୟରେ ଲିଫ୍ଟ ଭିତରକୁ ପ୍ରବେଶ କରିବା ବେଳେ ଦୁର୍ଭାଗ୍ୟବଶତଃ ତାଙ୍କ ବ୍ୟାଗଟି ଲିଫ୍ଟ ଡୋର ବନ୍ଦ ହେବା ବେଳେ ଛନ୍ଦି ହୋଇ ଯାଇଥିଲା । ଯାହାପରେ ତାଙ୍କ ମୁଣ୍ଡଟି ମଧ୍ୟ ହଠାତ ଟାଣି ହୋଇ ଫସି ଯାଇଥିଲା । ଖବର ପାଇ ସ୍କୁଲ କର୍ମଚାରୀ ମାନେ ତାଙ୍କୁ ଲିଫ୍ଟରୁ ବାହାର କରି ମେଡିକାଲ ନେଇଥିଲେ ।

ହେଲେ ସେଠାରେ ଡାକ୍ତର ଶିକ୍ଷୟତ୍ରୀ ଜେନେଲଙ୍କୁ ମୃତ ଘୋଷଣା କରିଥିଲା । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଶିକ୍ଷୟତ୍ରୀ ଏଭଳି ମୃତ୍ୟୁ ପରେ ସ୍କୁଲ ସହ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ମଧ୍ୟ ଭୟଭୀତ ଥିବା ଥିବା ଜଣାପଡିଛି । ତେବେ ପ୍ରତିଦିନ ଭଳି ସ୍କୁଲ ଯାଇଥିବା ଜେନେଲଙ୍କର ଏମିତି ଯେ ଅକାଳରେ ମୃତ୍ୟୁ ହୋଇଯିବ ଏକଥା କିଏ ଜାଣିଥିଲା ।
ତେଣୁ ଲିଫ୍ଟରେ ଯିବା ସମୟରେ ନିଜ ଲୁଗାପଟା ଓ ଜିନିଷପତ୍ର ପ୍ରତି ସାବଧାନ ରହିବା ଉଚିତ । ସାମାନ୍ଯ ଅସାବଧନତା ଯୋଗୁଁ ଯେକେହି ମଧ୍ୟ ଏଭଳି ଅଘଟଣ ଶିକାର ହୋଇପାରନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।