“ମୋ ଶ୍ଵଶୁରଙ୍କୁ ପିଣ୍ଡାରେ ଟିକେ ଜାଗା ମାଗିଲି ଆଉ ସେ ହସି ହସି କହିଲେ…” ଦେଖନ୍ତୁ କଣ ସବୁ Deepika ଙ୍କୁ କହିଲେ ତାଙ୍କ ଶ୍ଵଶୁର

ବର୍ଷା ଲାଗି ରହିବା ଯୋଗୁଁ ପ୍ରେମିକ ଦିନେଶଙ୍କ ଘର ଆଗରେ ଧାରଣାରେ ବସିଥିବା ଦୀପିକା ବହୁତ ହଇରାଣ ହେଉଛନ୍ତି । ବର୍ଷା ଛାଟିବା ଯୋଗୁଁ ତାଙ୍କର ସବୁ ଖାଦ୍ଯ ସାମଗ୍ରୀ ଏବଂ ଜିନିଷପତ୍ର ଓଦା ହୋଇଯାଉଛି । ହେଲେବି ସେ ଯେଉଁ ଲକ୍ଷ୍ୟ ନେଇ ଧାରଣାରେ ବସିଥିଲେ ସେଥିରୁ ହଟି ନାହାନ୍ତି । ସବୁ ପ୍ରକାର ଦୁଃଖ ଓ ତାଡନା ସହି ନିଜ କୁନି ପୁଅକୁ ବାପାର ପରିଚୟ ଦେବା ପାଇଁ ସେ ଅଡି ବସିଛନ୍ତି । ଗତ କିଛିଦିନ ହେବ ଦୀପିକା ନିଜ ଧାରଣସ୍ଥଳରେ ଅର୍ଥାତ ପ୍ରେମିକ ଦିନେଶଙ୍କ ଘର ଆଗରେ ରୋଷେଇ କରି ଖାଉଛନ୍ତି ।

ହେଲେ ବର୍ଷା ତାଙ୍କ ପାଇଁ ସାଜିଛି ସବୁଠୁ ବଡ ପ୍ରତିବନ୍ଧକ । ସେ ଟାଣିଥିବା ପାଲଟିଏ ତାଙ୍କୁ ବର୍ଷା ମାଡରୁ ରକ୍ଷା କରି ପାରୁନାହିଁ । ତେବେ ଏତିକି ବେଳେ ତାଙ୍କ ଶ୍ଵଶୁରଙ୍କ ସହ ତାଙ୍କର କଣ କଥାବାର୍ତ୍ତା ହେଲା ଓ ସେ କାହିଁକି ହସିଲେ ସେନେଇ ଗଣମାଧ୍ୟମରେ ଜଣାଇଛନ୍ତି ଦୀପିକା । ବର୍ଷା ହେବା ଯୋଗୁଁ ଦିନେଶଙ୍କ ବାରଣ୍ଡାରୁ ସବୁ ଜିନିଷ ପତ୍ର ଉଠାଇ ଜରି ଓ ବ୍ୟାଗରେ ପୁଏରି ତାଙ୍କ ଘର ଗ୍ରୀଲରେ ଟାଙ୍ଗୀ ଦେଇଛନ୍ତି ଦୀପିକା । ଦିନେଶଙ୍କ ବାପା ଯେତେବେଳେ ଆସିଲେ ସେ ତାଙ୍କୁ ବାଟ ଛାଡି ଦେଇଥିଲେ ।

ସେତିକି ବେଳେ ଦିନେଶଙ୍କ ବାପା ସବୁ ଜିନିଷପତ୍ର ଗ୍ରୀଲରୁ କାଢିଦେବା ପାଇଁ ଦୀପିକାଙ୍କୁ କହିଥିଲେ । ଦୀପିକା କିନ୍ତୁ ଉତ୍ତର ଦେଇଥିଲେ ବର୍ଷା ହେଉଛି ଏତେ ଜୋରରେ ଜିନିଷ ସବୁ ଯଦି କାଢିଦେବି ତେବେ କେଉଁଠି ରଖିବି । ମୁଁ ତ ଏତେଦିନ ହେଲାଣି ବସିଛି କେହି ମୋ ଦୁଃଖ ବୁଝିଲନି ବରଂ ମୁଁ ନଥିବା ବେଳେ ମୋର ଖାଦ୍ଯ ସାମଗ୍ରୀ ସବୁଥିରେ ସରଫ ପାଣି ପକେଇ ସବୁ ପୁଚକା କରିଦେଲ ।

ଯଦି ହେଉଛି ତେବେ ମୋତେ ଆପଣଙ୍କ ଗ୍ରୀଲ ଭିତରେ ଯେଉଁ ସ୍ଥାନ ଅଛି ସେଇଠି ଟିକେ ଜାଗା ଦିଅନ୍ତୁ । ଏହାର ଶୁଣି ଦିନେଶଙ୍କ ବାପା ଓଲଟା କହିଥିଲେ, ମୋ ପୁଅ ମୋର ନୁହେଁ କି ମୋ ସ୍ତ୍ରୀ ବି ମୋର ନୁହେଁ । ମୋ ବାପାମା’ ଆଉ ଏ ଘର ମୋର । ଏହାସହ ତାଙ୍କୁ ସେଠାରୁ ଉଠିଯିବାକୁ କହିଥିଲେ ।

ଦୀପିକା କହିଥିଲେ ଯଦି ଆପଣଙ୍କୁ ଏତେ ଅସୁବିଧା ହେଉଛି ତେବେ ଦିନେଶଙ୍କୁ ଡାକି ଦିଅନ୍ତୁ ଓ ମୋ ପୁଅକୁ ବାପାର ପରିଚୟ ଦେଇ ଦିଅନ୍ତୁ ସବୁ ସମାଧାନ ହୋଇଯିବ । ଏତିକି ଶୁଣି କିନ୍ତୁ ଦିନେଶଙ୍କ ବାପା ତାତ୍ସଲ୍ୟ ଭାବେ ହସି ସେଠାରୁ ପଳେଇଥିଲେ ବୋଲି କହିଛନ୍ତି ଦୀପିକା । ଆମ ପୋଷ୍ଟ ଅନ୍ୟମାନଙ୍କ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।