ପୂଜା କରିବାର ଅନେକ ବିଧିବିଧାନ ତଥା ନିୟମମାନ ରହିଛି । ପୂଜା କରିବା ବେଳେ ସେସବୁ ପ୍ରତି ଧ୍ୟାନ ଦେବା ଦ୍ଵାରା ଘରକୁ ସୁଖ ସମୃଦ୍ଧି ଆସିଥାଏ । ନଚେତ ଯେତେ ପୂଜା କଲେ ମଧ୍ୟ ଏହାର ଉଚିତ ଫଳ ମିଳି ନଥାଏ । ଆଜି ଆମେ ପୂଜାର କିଛି ନିୟମମାନ ବିଷୟରେ ସଂକ୍ଷିପ୍ତରେ ଜାଣିବା । ଘରେ ଠାକୁର ପୂଜା କରିବା ସମୟରେ ଉତ୍ତର ଦିଗ କିମ୍ବା ଐଶାନ୍ୟ କୋଣକୁ ମୁଖ କରି ପୂଜା କରିବା ଉଚିତ, ଏହା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ ।
ଠାକୁର ପୂଜା କରିବା ସମୟରେ ଆପଣଙ୍କ ପିଠି କେବେବି ଠାକୁରଙ୍କ ଆଡକୁ ହେବା ଉଚିତ ନୁହେଁ, ଏହା ମଙ୍ଗଳକାରୀ ହୋଇଥାଏ । ଠାକୁର ପୂଜା ସମୟରେ ତମ୍ବା ପାତ୍ରରେ କେବେବି ଚନ୍ଦନ ଘୋରି ରଖିବା ଉଚିତ ନୁହେଁ ଏବଂ ଅତି ପତଳା ଚନ୍ଦନ ଠାକୁରଙ୍କୁ ଲଗାଇବା ଅନୁଚିତ । ଠାକୁର ପୂଜା ସମୟରେ ଦୀପ ଜଳାଇବା ପୂର୍ବରୁ ଦୀପ ତଳେ କିଛି ଚାଉଳ ରଖିବା ଉଚିତ ଏବଂ କେବେବି ଦୀପରୁ ଦୀପ ଜାଳିବା ଉଚିତ ନୁହେଁ ।
ପ୍ରତ୍ଯେକ ଦିନ ପଞ୍ଚଦେବ ଯଥା ଗଣେଶ, ନାରାୟଣ, ଶିବ, ଦୂର୍ଗା ଏବଂ ସୂର୍ଯ୍ୟଙ୍କ ପୂଜା କରିବା ଉଚିତ, ଏହା ଅତ୍ୟନ୍ତ ମଙ୍ଗଳକାରୀ ହୋଇଥାଏ । ଠାକୁରଙ୍କ ପାଖରେ ଆଳତୀ କରିବା ସମୟରେ ଠାକୁରଙ୍କ ପାଦ ଆଡକୁ ଚାରିଥର ବୁଲାଇବା ଉଚିତ । ସେହିପରି ନାଭି ଆଡକୁ ଦୁଇଥର ଏବଂ ମୁଖ ଆଡକୁ ଥରେ ଦୀପ ବୁଲାଇବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ।
ବିନା ଆସନରେ କେବେବି ପୂଜାପାଠ କରିବା ଅନୁଚିତ ଏବଂ ପୂଜା ପରେ ଆସନ ତଳେ ଦୁଇ ବୁନ୍ଦା ଜଳ ପକାଇ ଆସନକୁ ମୁଣ୍ଡରେ ମାରି ଉଠାଇବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ । ଠାକୁରଙ୍କ ସମୁଖରେ ଲେବେବି ଦୀପ ଲିଭାଇବା ଉଚିତ ନୁହେଁ, ଏହା ଅଶୁଭ ଏବଂ ଅମଙ୍ଗଳକାରୀ ହୋଇଥାଏ । ପୂଜା କରିବା ସମୟରେ ଠାକୁରଙ୍କୁ ଚନ୍ଦନ କୁଙ୍କୁମ ଏବଂ ହଳଦୀ ଇତ୍ୟାଦି ନିଜର ଅନାମିକା ଆଙ୍ଗୁଠି ଦ୍ଵାରା ଲଗାଇବା ଉଚିତ, ଏହା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ ।
ଠାକୁରଙ୍କୁ ନୈବେଦ୍ୟ ଲଗାଇବା ସମୟରେ କେବେବି ଲୁଣ, ଲଙ୍କା ଏବଂ ତେଲର ବ୍ୟବହାର କରିବା ଉଚିତ ନୁହେଁ ଏବଂ ନୈବେଦ୍ୟରେ ତୁଳସୀ ପତ୍ରର ବ୍ୟବହାର କରିବା ଦ୍ଵାରା ମଙ୍ଗଳ ହୋଇଥାଏ । ଦିନ ୧୨ଟାରୁ ୪ଟା ଭିତରେ କେବେବି ଠାକୁର ପୂଜା କରିବା ଉଚିତ ନୁହେଁ । ସେହିପରି ରାତି ୧୨ଟାରୁ ୩ଟା ଭିତରେ ମଧ୍ୟ କେବେବି ପୂଜା କରିବା ଅନୁଚିତ ।
ଘରେ କେବେବି ଦୁଇଟି ଶିବ ଲିଙ୍ଗ, ତିନୋଟି ଗଣେଷ ମୂର୍ତ୍ତି, ଦୁଇଟି ସୂର୍ଯ୍ୟ, ଦୁଇଟି ଗୋମତୀ ଚକ୍ର ଏବଂ ଦୁଇଟି ଶାଳଗ୍ରାମ ରଖିବା ଉଚିତ ନୁହେଁ । ମହାଦେବ, ଗଣେଶ ଏବଂ ଭୈରବଙ୍କୁ ପୂଜା ସମୟରେ କେବେବି ତୁଳସୀ ପତ୍ର ଅର୍ପଣ କରିବା ଉଚିତ ନୁହେଁ । ଅଗାଧୁଆ କେବେବି ତୁଳସୀ ପତ୍ର ତୋଳିବା ଉଚିତ ନୁହେଁ ଏବଂ ଅଗାଧୁଆ ତୋଳା ଯାଇଥିବା ତୁଳସୀପତ୍ର ଦେବ କାର୍ଯ୍ୟରେ ସ୍ଵୀକାର ହୋଇ ନଥାଏ । ତୁଳସୀ ପତ୍ର ୧୧ଦିନ ପର୍ଯ୍ୟନ୍ତ ବାସୀ ହୋଇନଥାଏ ।
ତେଣୁ ଏହା ଉପରେ ପାଣିଛିଞ୍ଚି ଏହା ଦେବ କାର୍ଯ୍ୟରେ ଲଗା ଯାଇପାରେ । ରବିବାର, ଏକାଦଶୀ, ଦ୍ଵାଦଶୀ, ସଂକ୍ରାନ୍ତି ଏବଂ ସନ୍ଧ୍ୟା ସମୟରେ ତୁଳସୀପତ୍ର ତୋଳିବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।