ଦୀର୍ଘ ୩୬ ଦିନ ଧରି ପ୍ରେମିକ ଦିନେଶଙ୍କ ଘର ଆଗରେ ଧାରଣାରେ ବସି ରହିଛନ୍ତି । ନିଜ ପୁଅକୁ ବାପାର ପରିଚୟ ଓ ନିଜେ ସ୍ତ୍ରୀର ଅଧିକାର ପାଇବା ପାଇଁ ଏହି ଲଢେଇ ସେ ଆରମ୍ଭ କରିଥିଲେ । ସେବେଠାରୁ କିନ୍ତୁ ଦିନେଶଙ୍କର ଦେଖା ନଥିବା ବେଳେ ଦୀପିକା ଏକା ଜିଦ୍ ରେ ତାଙ୍କ ବାରଣ୍ଡାରେ ବସି ରହିଛନ୍ତି । ଭେଶପା ଶୋ’ରୁମ୍ ରୁ ଆରମ୍ଭ ହୋଇଥିବା ପ୍ରେମ ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ସାଜିଛି । ଅନେକ ଦିନ ଧରି ବାହାରୁ ଖାଦ୍ଯ ମଗାଇ ଖାଇ ଧାରଣାରେ ବସୁଥିଲେ ଦୀପିକା ।
କିନ୍ତୁ ଗତ କିଛିଦିନ ହେବ ସେ ଦିନେଶଙ୍କ ଘର ବାହାରେ ହିଁ ରୋଷେଇ ସାମଗ୍ରୀ ରଖି ରାନ୍ଧିବାଡି ଖାଉଛନ୍ତି । ଏହା ଦେଖି ଗଣମାଧ୍ୟମ ତାଙ୍କୁ ପ୍ରଶ୍ନ କରିଥିଲେ କି, ଏମିତି ରୋଷେଇ କଲେ କଣ ନ୍ୟାୟ ମିଳିବ ? ଏହାର ଉତ୍ତରରେ ଦୀପିକା କହିଛନ୍ତି, ସେ ନ୍ୟାୟ ମିଳିବା ପାଇଁ ରୋଷେଇ କରୁ ନାହାନ୍ତି ବରଂ ବଞ୍ଚିବା ପାଇଁ ରୋଷେଇ କରୁଛନ୍ତି । ତାଙ୍କର ବାପା ଭାଇ କେହି ନାହାନ୍ତି । ସେପଟେ ଧାରଣାରେ ବସିବା ଯୋଗୁଁ ତାଙ୍କ ନିଜ କାମ ବନ୍ଦ ରହିଛି ।
ତେଣୁ ଏତେଦିନ ଧରି ସେ ବାହାରେ କେମିତି ଖାଇବେ । ଖର୍ଚ୍ଚ କମ୍ କରିବା ପାଇଁ ସେ ପ୍ରମିଳା ମା’ଙ୍କ ସହାୟତାରେ ଦିନେଶଙ୍କ ଘର ବାହାରେ ବା ନିଜ ଧାରଣସ୍ଥଳରେ ରୋଷେଇ କରିବା ପାଇଁ ମନସ୍ଥ କରିଛନ୍ତି । ପ୍ରଥମ ଦିନ ଦୀପିକା ଡାଲମା ଭାତ କରିଥିବା ବେଳେ ଏହାପରେ ଟମୋଟୋ ଖଟା, ପରିବା ତରକାରୀ ଆଦି ରୋଷେଇ କରିଥିଲେ । ଦୀପିକା ଷୋଳ ସୋମବାର ବ୍ରତ କରୁଥିବା କଥା ମଧ୍ୟ କହିଥିଲେ ।
କିନ୍ତୁ ଧାରଣାରେ ବସିବା ଯୋଗୁଁ ସେ ତାହା ପୂରଣ କରି ପାରି ନଥିଲେ । ଧାରଣାରୁ ଉଠିବା ପରେ ସେ ବାକି ସୋମବାର ବ୍ରତ ସଂପୂର୍ଣ୍ଣ ରୂପେ ପାଳନ କରିବେ । କିନ୍ତୁ ସେତେବେଳ ଯାଏଁ ସେ ସେ ଅରୁଆ ଖାଇବା ସହ ସୋମବାର ଦିନ କେବଳ ଗୋଟିଏ ଓଳି ଖାଇବେ । ଗତକାଲି ଦୀପିକା ସିମେଇ ମଧ୍ୟ ତିଆରି କରିଥିଲେ । ପ୍ରେମରେ ଥିଲା ବେଳେ ସେ ଦିନେଶଙ୍କୁ ଅନେକ ଜିନିଷ ନିଜେ ରାନ୍ଧି ଖୁଆଇଛନ୍ତି । ଦିନେଶ ତାଙ୍କ ହାତ ତିଆରି କଫି ପିଇବାକୁ ସବୁଠୁ ବେଶୀ ପସନ୍ଦ କରନ୍ତି ବୋଲି ସେ କହିଥିଲେ ।
ଆଉ କାଲି ସିମେଇ ବନାଉଥିବା ବେଳେ ତାଙ୍କ ମନ ନିଶ୍ଚୟ କହୁଥିବ କି ଦିନେଶ ଆସ ସିମେଇ ଖାଇବ । ଆଗଭଳି ପୁଣି ଥରେ ଆମେ ଏକାଠି ହୋଇଯିବା । ତେବେ ଦେଖାଯାଉ କେବେ ଦୀପିକାଙ୍କ ଡାକ ଶୁଣୁଛନ୍ତି ଭଗବାନ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।