ସାବଧାନ ! ରାଜଧାନୀରେ ମାତିଛି ବ୍ରା ଚୋର, ଏତେ ସଂଖ୍ୟକ ଚୋରୀ ବ୍ରା ସହ ପୋଲିସ ହାତରେ ଧରାପଡିଲା ଚୋର, ଦେଖନ୍ତୁ video

ସେ ଗୋଟିଏ ଲେଡିଜ ହଷ୍ଟେଲରୁ ଆଉ ଗୋଟିଏ ଲେଡିଜ ହଷ୍ଟେଲକୁ ଘୁରି ବୁଲେ । ଆଉ ଯେଉଁଠି ବ୍ରା’ଟିଏ ଓହଳି ଥିବାର ଦେଖେ ସେଇଠି ଲାଖିଯାଏ । ତା’ପରେ ବ୍ରା’କୁ କେମିତି ଚୋରୀ କରିବ ତାହା ଭାବିହୁଏ । ସୁଯୋଗ ଦେଖି ହଷ୍ଟେଲରୁ ଯୁବତୀ ମାନଙ୍କ ବ୍ରା ନେଇ ଫେରାର ହୋଇଯାଏ । ରାଜଧାନୀ ଭୁବନେଶ୍ବରରେ ମାତିଛି ଏଭଳି ଗୋଟିଏ ବ୍ରା ଚୋର । ଯାହାକୁ ଭରତପୁର ପୋଲିସ ଗିରଫ କରିଛି । ତେବେ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ୨୫ରୁ ଅଧିକ ବ୍ରା ସହ ଜଣେ ଯୁବକକୁ ଗିରଫ କରାଯାଇଛି ।

ତେବେ ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଉଛନ୍ତି ପ୍ରୀତିରଞ୍ଜନ ବେହେରା । ତାଙ୍କ ଘର କନ୍ଧମାଳ ହୋଇଥିବା ବେଳେ ସେ ବରମୁଣ୍ଡାର ଭୋଇ ସାହିରେ ରହୁଥିଲେ । ଯେତେବେଳେ ଦ୍ଵିପ୍ରହର ସମୟ ହୋଇଯାଏ ସେତେବେଳେ ପ୍ରୀତିରଞ୍ଜନ ଗୋଟିଏ ଲେଡିଜ ହଷ୍ଟେଲରୁ ଆଉ ଗୋଟିଏ ହଷ୍ଟେଲକୁ ଘୁରି ବୁଲେ । ଗତ କିଛିଦିନ ହେବ ଏହି ଯୁବକ ଜଣକ ଭରତପୁର ଅଞ୍ଚଳରେ ଥିବା ଏକ ହଷ୍ଟେଲରେ ରହୁଥିବା ଯୁବତୀ ମାନଙ୍କର ବ୍ରା ଚୋରୀ କରି ନେଉଥିଲା ।

ଗତକାଲି ମଧ୍ୟ ଠିକ ସେମିତି ବ୍ରା ଚୋରୀ କରୁଥିଲା ପ୍ରୀତିରଞ୍ଜନ । ହେଲେ ସେ ବ୍ରା ଚୋରୀ କରି ନେବା ବେଳେ ତା’ ଗାଡିର ଫଟୋ ଉଠାଇ ରଖି ଦେଇଥିଲେ ହଷ୍ଟେଲରେ ରହୁଥିବା ଯୁବତୀମାନେ । ଯାହାପରେ ସେମାନେ ଏନେଇ ପୋଲିସରେ ଖବର ଦେଇଥିଲେ ।

ସୂଚନା ପାଇବା ମାତ୍ରେ ପୋଲିସ ସେହି ଯୁବକଙ୍କୁ ଖୋଜି ବାହାର କରିଥିଲା ଓ ତା’ ପାଖରୁ ୨୫ରୁ ଉର୍ଦ୍ଧ୍ଵ ଦାମୀ ବ୍ରା ଗୁଡିକ ଜବତ କରାଯାଇଛି । ତେବେ ଏହି ଅଭିଯୁକ୍ତ ବ୍ରା ଚୋର ଯୁବକ ବ୍ରା ଗୁଡିକୁ ଚୋରୀ କରି କଣ କରୁଥିଲା ତାହା ଏ ପର୍ଯ୍ୟନ୍ତ ଜଣା ପଡିନାହିଁ । ଯୁବକ କିପରି ଓ କଣ ପାଇଁ ବ୍ରା ଚୋରୀ କରୁଥିଲା ତାହା ଏବେବି ଖୋଲତାଡ କରୁଛି ପୋଲିସ । ତେବେ କିଛି ଲୋକେ ଏହାକୁ ଉକ୍ତ ଯୁବକର ବିକୃତ ମାନସିକତା ବୋଲି କହୁଥିବା ବେଳେ ଏଭଳି ଏକ ଲଜ୍ଜାଜଣକ କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଉଛି ।

ତେବେ ଯୁବକ କଣ ପାଇଁ ବ୍ରା ଗୁଡିକ ଚୋରୀ କରି ନେଉଥିଲା ଓ ତା’ର ଉଦ୍ଦେଶ୍ୟ କଣ ଥିଲା ପୋଲିସ ତାହା ଶୀଘ୍ର ଖୋଜି ବାହାର କରିବ ବୋଲି କୁହାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।