Weather Update: ମାଡି ଆସୁଛି ବିଶ୍ଵର ସବୁଠୁ ବଡ ବାତ୍ୟା, ଏହି ସୁପର ଟାଇଫୁନର ଘଣ୍ଟାପ୍ରତି ବେଗ କେତେ ଜାଣିଲେ ଆପଣ ଅବାକ୍ ହୋଇଯିବେ, ଦେଖନ୍ତୁ ପାଣିପାଗ ବିଭାଗର ଅପଡେଟ

ବିଶ୍ଵର ସବୁଠାରୁ ବଡ ବାତ୍ୟା ମାଡି ଆସୁଛି । ଘଣ୍ଟାପ୍ରତି ୨୫୭ କିମି ବେଗରେ ବହିବ ପବନ । ଏହା ହେଉଛି ସୁପର ଟାଇଫୁନ ହିନ୍ନାମନୋର ବଡ ପ୍ରଭାବ । ଯାହାକି ଭୟଙ୍କର ରୂପରେ ସ୍ଥଳଭାଗକୁ ମାଡି ଆସୁଛି । ଏହା ଏକାଧିକ ଦେଶକୁ ପ୍ରଭାବିତ କରିପାରେ । ଚଳିତ ବର୍ଷର ସବୁଠାରୁ ବଡ ବାତ୍ୟା କୁହା ଯାଉଥିବା ସୁପର ଟାଇଫୁନ ହିନ୍ନାମନୋ ପୂର୍ବ ଚାଇନା ସମୁଦ୍ର ଦେଇ ସ୍ଥଳଭାଗ ଆଡକୁ ଗତି କରୁଛି । ଏହି ବାତ୍ୟା ଜାପାନର ଦକ୍ଷିଣ-ପୂର୍ବ ଦ୍ଵୀପପୁଞ୍ଜ ଗୁଡିକ ପ୍ରତି ବିପଦ ସୃଷ୍ଟି କରିଛି ।

ଏଥିସହ ଚାଇନାର ପୂର୍ବ ଉପକୂଳରେ ଥିବା ସହର ଗୁଡିକ ପ୍ରତି ମଧ୍ୟ ବାତ୍ୟାର ବିପଦ ରହିଛି । ବର୍ତ୍ତମାନ ସମୁଦ୍ର ମଧ୍ୟରେ ଘଣ୍ଟାପ୍ରତି ୨୫୭ କିମି ବେଗରେ ବା ୧୬୦ ମାଇଲ୍ସ ବେଗରେ ପବନ ବହିବାରେ ଲାଗିଛି । ଏହାର ଝଟକା ଘଣ୍ଟାପ୍ରତି ୧୯୫ ମାଇଲ୍ସ ରହିଥିବା ଆମେରିକା ଜଏଣ୍ଟ ଟାଇଫୁନ ୱାର୍ଣ୍ଣିଂ ସେଣ୍ଟର ପକ୍ଷରୁ ସୂଚନା ଦିଆଯାଇଛି । କୁହାଯାଉଛି କି ହିନ୍ନାମନୋ ପ୍ରଭାବରେ ସମୁଦ୍ର ଜୁଆର ୫୦ ଫୁଟ ଉଚ୍ଚକୁ ଉଠିପାରେ ।

ଏହି ସୁପର ଟାଇଫୁନ ପ୍ରଭାବରେ ବୋହୁଥିବା ପବନକୁ ଦେଖି ଲୋକଙ୍କ ମନରେ ଏବେଠୁ ଛାନିଆ ପଶି ଗଲାଣି । ଜାପାନ ମେଟ୍ରୋଲୋଜୋକାଳ ଏଜେନ୍ସି ଏହାକୁ ୨୦୨୨ ର ସବୁଠାରୁ ବଡ ବାତ୍ୟାର ଆଖ୍ୟା ଦେଇଛି । ଯଦି ଏଭଳି ଅବସ୍ଥାରେ ସ୍ଥଳଭାଗରେ ବାତ୍ୟାଟି ମାଡ ହୁଏ ତା’ ହେଲେ ଭୟଙ୍କର କ୍ଷୟକ୍ଷତି ହେବାର ଆଶଙ୍କା ପ୍ରକାଶ ପାଇଛି । ଏହି ସୂଚନା ମିଳିବା ପରେ ବାତ୍ୟାର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ତେବେ ପ୍ରତି ବର୍ଷ ଆମ ରାଜ୍ୟ ଓଡିଶା ଏକାଧିକ ବାତ୍ୟାର ସମୁଖୀନ ହେଉଛି । ବାତ୍ୟା ଆସିଲେ ସରକାର ଓ ପ୍ରଶାସନ ପକ୍ଷରୁ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି । ଯାହାଫଳରେ ଅନେକ ଲୋକଙ୍କ ଜୀବନ ବଞ୍ଚିଯାଉଛି । ତେବେ ବିଶ୍ଵର ବଡ ବାତ୍ୟାର ଆଖ୍ୟା ଦିଆ ଯାଉଥିବା ଏହି ସୁପର ଟାଇଫୁନର ପ୍ରଭାବ ଭାରତ ଉପରେ ପଡିବ କି ନାହିଁ ଏବଂ କେତେ ମାତ୍ରାରେ ପଡିବ ସେନେଇ ଏବେ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ବାତ୍ୟାର ଗତିପଥ ଉପରେ ନିରନ୍ତର ଭାବେ ନଜର ରଖାଯାଇଛି । ଯାହା ଉପରେ ପରେ ସୂଚନା ଦେଇପାରେ ପାଣିପାଗ ବିଭାଗ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।