ଜ୍ଯୋତିଷ ଅନୁସାରେ ବ୍ୟକ୍ତିଙ୍କ ଜୀବନ ଗ୍ରହ ମାନଙ୍କର ଚଳନ ଓ ସ୍ଥିତି ଉପରେ ନିର୍ଭରଶୀଳ । ଏହା ଆମ ଜୀବନରେ କେବେ ସୁଖ ନେଇ ଆସେ ତ ଆଉ କେବେ ଦୁଃଖ ନେଇ ଆସେ । ଏହା ଯୋଗୁଁ ମଣିଷ ଜୀବନରେ ନିରନ୍ତର ପରିବର୍ତ୍ତନ ଲାଗି ରହିଥାଏ । ଗ୍ରହଙ୍କ ଚଳନ ଓ ସ୍ଥିତିକୁ ଆଧାର କରି ଆଜି ଆମେ ଜାଣିବା ୨୦୨୨ ସେପ୍ଟେମ୍ବର ମାସର ସିଂହ ରାଶିର ବ୍ୟକ୍ତିବିଶେଷଙ୍କ ରାଶିଫଳ ଓ ଅଶୁଭ ଗ୍ରହଙ୍କ ଅଶୁଭ ପ୍ରଭାବ ଖଣ୍ଡନର ଯଥୋଚିତ ପ୍ରତିକାର ।

୨୦୨୨ ମସିହା ସେପ୍ଟେମ୍ବର ମାସଟି ସିଂହ ରାଶିର ଲୋକଙ୍କ ପାଇଁ ଅନୁକୂଳ ଫଳାଫଳ ପ୍ରଦାନ କରିବ । ଏହି ମାସରେ କ୍ଯାରିୟରରେ ଆପଣଙ୍କୁ ଭଲ ସୁଯୋଗ ମିଳିବ । ଏହାସହ ଆପଣଙ୍କ ଆୟରେ ମଧ୍ୟ ବୃଦ୍ଧି ହେବ । ଏହି କାରଣରୁ ନିଯୁକ୍ତ ବ୍ୟକ୍ତିମାନେ କାର୍ଯ୍ୟକ୍ଷେତ୍ରରେ ଅନ୍ୟମାନଙ୍କ ଠାରୁ ଅନେକ ପ୍ରଶଂସା ପାଇବେ । ଆପଣଙ୍କ ବୁଝାମଣା ହେତୁ ଅନ୍ୟମାନେ ମଧ୍ୟ ଆପଣଙ୍କ ଠାରୁ ପରାମର୍ଶ ନେଉଥିବାର ଦେଖାଯିବ । ଏହି ସମୟ ଆପଣଙ୍କ ଆୟରେ ବୃଦ୍ଧି କରିବା ପାଇଁ ଆପଣଙ୍କୁ ଅନେକ ସୁଯୋଗ ଦେବ ।
କାରଣ ଏହି ସମୟ ମଧ୍ୟରେ ଆପଣଙ୍କ ଦରମାରେ ବୃଦ୍ଧି ହେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି । ଆପଣ ବ୍ୟବସାୟରେ ଜଡିତ ଥିଲେ ମଧ୍ୟ ଏହି ସମୟ ଅବଧି ଆପଣଙ୍କୁ ଅନେକ ଅନୁକୂଳତା ଆଣିଦେବ । ଆପଣ ବଜାରରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସକ୍ଷମ ହେବେ ।

ଆପଣଙ୍କ ଶତ୍ରୁମାନେ ଏହି ସମୟରେ ସକ୍ରିୟ ରହିଲେ ମଧ୍ୟ ସେମାନେ ଚାହିଁଲେ ବି ଆପଣଙ୍କର କ୍ଷତି କରିବାକୁ ସମର୍ଥ ହେବେନାହିଁ । ଆବଶ୍ୟକ ହେବେ ଗୁରୁଜନଙ୍କ ପରାମର୍ଶ ଜିଶ୍ଚୟ ନିଅନ୍ତୁ । ଏହି ସମୟରେ ଆପଣ ଶିକ୍ଷା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବାର ଦେଖିବାକୁ ମିଳିବ । କିନ୍ତୁ ଶନିଦେବଙ୍କ ଦୃଷ୍ଟି କାରଣରୁ ଆପଣ ଅଧ୍ୟୟନ ପ୍ରତି ଧ୍ୟାନ ରଖିବାରେ କିଛି ଅସୁବିଧା ହୋଇପାରେ । ଏଥିପ୍ରତି ସତର୍କ ରୁହନ୍ତୁ । ଏହି ମାସରେ କାହାକୁ ଟଙ୍କା ଦେବା ଠାରୁ ଦୂରେଇ ରୁହନ୍ତୁ ଓ କୌଣସି କ୍ଷେତ୍ରରେ ବିନିଯୋଗ କରିବା ମଧ୍ୟ ବାରଣ କରନ୍ତୁ ।
ଏହି ମାସରେ ପ୍ରେମ ଓ ଦାମ୍ପତ୍ୟ ଜୀବନ ଦୃଷ୍ଟିରୁ ମାସଟି ଉତ୍ତମ ଫଳାଫଳ ପ୍ରଦାନ କରିବ । ମାସ ଆରମ୍ଭରେ ଆପଣ କିଛି ସମସ୍ୟାରେ ପଡ଼ିପାରନ୍ତି ଓ ଆପଣଙ୍କ ପ୍ରକୃତିରେ କ୍ରୋଧ ବୃଦ୍ଧି ପାଇପାରେ । କିନ୍ତୁ ମାସର ଦ୍ଵିତୀୟାର୍ଦ୍ଧରେ ଏହା ସମାଧାନ ହେବାକୁ ଲାଗିବ । ପ୍ରେମୀଙ୍କ ସହ ବିବାହ ପ୍ରସଙ୍ଗ ଆଗକୁ ବଢିପାରେ ।

ଏହି ମାସରେ ସବୁ କାର୍ଯ୍ୟରେ ଆପଣଙ୍କୁ ପରିବାରର ସମର୍ଥନ ମିଳିବ ଓ ପରିବାରର ଆର୍ଥିକ ଉନ୍ନତି ହେବ । କିଛି ବାଦବିବାଦର ମଧ୍ୟ ସାମ୍ନା କରିବାକୁ ପଡିପାରେ, ଧୈର୍ଯ୍ୟର ସହ ସବୁ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ବିଶେଷ ସତର୍କ ରୁହନ୍ତୁ ଓ ଜୀବନଚର୍ଯ୍ୟାକୁ ଠିକ ରଖନ୍ତୁ । ତେବେ ଆପଣଙ୍କ ପାଇଁ ପ୍ରତିକାର ହେଉଛି ପ୍ରତ୍ଯେକ ରବିବାର ଦିନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ ଓ ତାଙ୍କର ମନ୍ତ୍ର ଜପ କରନ୍ତୁ ।
ଗରିବ ଓ ଅସହାୟ ଲୋକଙ୍କୁ ଆପଣଙ୍କ ଓଜନ ସହ ସମାନ ଗହମ ଦାନ କରନ୍ତୁ ଏବଂ ନିୟମିତ ଭାବେ ଆପଣଙ୍କ କପାଳରେ ଚନ୍ଦନ ତିଳକ ଲଗାନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।