ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ସାରା ଓଡିଶାରେ ଏକ ବେଶ ଜଣାଶୁଣା ନାମ । ଯାତ୍ରା ମଞ୍ଚରେ ଦମଦାର ଡ୍ୟାନ୍ସ କରି ସେ ଦର୍ଶକଙ୍କୁ ମତୁଆଲା କରିଦିଅନ୍ତି । ମଞ୍ଚ ଉପରେ ଯେଉଁଭଳି ବେବାକ ପ୍ରଦର୍ଶନ କରନ୍ତି ଅସଲ ଜୀବନରେ ମଧ୍ୟ ସେ ସେମିତି ନିର୍ଭୀକ । ଯେଉଁଥି ପାଇଁ ସେ ଅନେକ ସମୟରେ ବିବାଦରେ ଛନ୍ଦି ହୋଇ ରୁହନ୍ତି । ଅଭିନୟ ଦୁନିଆ ହେଉ ବା କୌଣସି ବଡ ଦୁର୍ଘଟଣା ଓ ଅଘଟଣ ପ୍ରାୟ ସବୁ ଘଟଣାରେ ରାଣୀ ପଣ୍ଡାଙ୍କ ପ୍ରତିକ୍ରିୟା ଖୋଜା ପଡେ ।
ତେବେ ମହାମାରୀ ପରେ ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ପରେ ଏବେ ଯାତ୍ରା ଦୁନିଆକୁ ଫେରିଛନ୍ତି ରାଣୀ । ସେ ତାଙ୍କ ଜୀବନରେ ବହୁତ ଘଟଣା ଓ ଦୁର୍ଘଟଣାକୁ ନେଇ ଖୁବ ସଂଘର୍ଷ କରିଛନ୍ତି । ଆଉ ସବୁ ଦୁଃଖ ଓ ଲୁହକୁ ପିଇ ସେ ଆଜି ସଫଳତାର ଶୀର୍ଷରେ ଅଛନ୍ତି । ତେବେ ବର୍ତ୍ତମାନ ରାଣୀଙ୍କ ଜୀବନ କାହାଣୀକୁ ନେଇ ସ୍ଵର୍ଣ୍ଣମନ୍ଦିର ଯାତ୍ରା ମଞ୍ଚ ପ୍ରସ୍ତୁତି କରିଛି ଏକ ନିଆରା କାହାଣୀ । ଯାହାକୁ ଦେଖିବା ପାଇଁ ଦର୍ଶକଙ୍କ ଭିଡ ଜମୁଥିବା ବେଳେ ମୁଖ୍ୟ ଚରିତ୍ରରେ ରାଣୀ ପଣ୍ଡା ନିଜେ ଅଭିନୟ କରୁଛନ୍ତି ।
ଆଉ ଏହି ଯାତ୍ରାରେ ଦେଖିବାକୁ ମିଳିଛି ରାଣୀ ପଣ୍ଡାଙ୍କ ସଂପୂର୍ଣ୍ଣ ଭିନ୍ନ ବେଶ । ଯାତ୍ରାଟି ଦର୍ଶକଙ୍କ ଦ୍ଵାରା ବେଶ ଆଦୃତ ମଧ୍ୟ ହେଉଛି । ରାଣୀଙ୍କୁ ଏଥର କେବଳ ଡ୍ୟାନ୍ସ କରୁଥିବାର ଦର୍ଶକ ଦେଖିବେନି ବରଂ ରାଣୀ ନିଜେ ମୁଖ୍ୟ ଚରିତ୍ରରେ ଏଥିରେ ଅଭିନୟ କରି ଦର୍ଶକଙ୍କ ମନ ଜିଣୁଛନ୍ତି ।
ତେବେ ରାଣୀ ପଣ୍ଡାଙ୍କ ଜୀବନ ସଂଘର୍ଷକୁ ନେଇ ପ୍ରସ୍ତୁତ ଏହି ଯାତ୍ରାର ନାମ ହେଉଛି, “ଘୋଡା ହାତୀ ଗଣ୍ଡାକୁ ଗଣ୍ଡା, ଏକା ଲଢିବ ରାଣୀ ପଣ୍ଡା” । ରାଣୀଙ୍କ ଜୀବନରେ ସଂଘର୍ଷ କରୁଥିବା କିଛି ଦୁଃଖଦ ଘଟଣାକୁ ଆଧାରିତ ନେଇ ଯାତ୍ରାଟି ପ୍ରସ୍ତୁତ କରା ଯାଉଥିବାରୁ ଯାତ୍ରାର ନାମ ଏଭଳି ରଖାଯାଇଛି ବୋଲି ରାଣୀ ନିଜେ କହିଛନ୍ତି । ତେବେ ଯାତ୍ରା ଆରମ୍ଭରୁ ରାଣୀଙ୍କୁ ଏକ ନୂଆ ବେଶରେ ଦେଖିବାକୁ ମିଳୁଛି ।
ଜଣେ ନାବାଳିକା ଭଳି ଡ୍ରେସ ପିନ୍ଧି, ଦୁଇଟିକିଆ କେଶ ବାନ୍ଧି ସେ ଏକଦମ ନାବାଳିକା ଭଳି ଦେଖା ଯାଉଛନ୍ତି । ସେଇଠୁ ତାଙ୍କ ଜୀବନର କାହାଣୀ ଆରମ୍ଭ ହେଉଛି ବୋଲି ସେ କହିଛନ୍ତି । ଯାହାକି ସମସ୍ତେ ବେଶ ପସନ୍ଦ କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।