ମିଳୁନି ଆପ୍ ବିଧାୟକଙ୍କ ପତ୍ତା, ଦିଲ୍ଲୀ ରାଜନୀତିରେ ବଡ ଧରଣର ହଲଚଲ, ଦେଖନ୍ତୁ କଣ କହୁଛନ୍ତି ଦଳର ବରିଷ୍ଠ ନେତା, ଦେଖନ୍ତୁ video

ଦିଲ୍ଲୀ ରାଜନୀତିରେ ହଲଚଲ ଦେଖିବାକୁ ମିଳିଛି । ଆମ ଆଦମୀ ପାର୍ଟିର ବିଧାୟକଙ୍କ ମିଳୁନି ପତ୍ତା । ସେମାନଙ୍କ ମୋବାଇଲ ଫୋନ ଅନରିଚେବଲ ଥିବାବେଳେ ଚିନ୍ତାରେ ଅଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ଦଳ ଏନେଇ ବିଜେପିକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଜରୁରୀ ଡାକିଛନ୍ତି ଡାକିଛନ୍ତି । ଦଳର କହିବା କଥା ହେଲା ୪୦ ଜଣ ବିଧାୟକଙ୍କ ସହ ଏବେ ଯୋଗଯୋଗ ହୋଇପାରୁନି । ସେମାନଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରା ଯାଇଥିଲେ ବି ତାହା ସମ୍ଭବ ହୋଇ ପାରୁନାହିଁ ।

ସ୍ଥିତିକୁ ନଜରରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବେ ଜରୁରୀ ବୈଠକ ଦକାଇଛନ୍ତି । ଦଳର ବରିଷ୍ଠ ନେତାଙ୍କ କହିବା ଅନୁଯାୟୀ ଦଳର ଅନେକ ବିଧାୟକଙ୍କୁ ବିଜେପି ଲୋଭନୀୟ ଅଫର୍ ଦେଇଥିଲା । ତେବେ ଏହା ପଛରେ କେତେ ସତ୍ୟତା ରହିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ । ଦଳର ଏତେ ସଂଖ୍ୟକ ବିଧାୟକ ମିସିଂ ରହିବା ପରେ ଏବେ ଆପ୍ ସରକାର ଏବେ ସଙ୍କଟର ସମୁଖୀନ ହେଉଛନ୍ତି । ଏମିତିରେ ବି ମନୀଷ ସିସୋଦିଆ ସିବିଆଇ ପଞ୍ଝାରେ ରହିଥିଲେ ।

ତାଙ୍କୁ ଲିକରସ୍ ସ୍କାମ୍ ରେ ବାନ୍ଧିବା ପାଇଁ ସିବିଆଇ ମାମଲା ରୁଜୁ କରିଛି । ବୁଧବାର ଆପ୍ ର ରାଜନୈତିକ ବ୍ୟାପାର କମିଟି ବୈଠକ ବସିଥିଲା । ଅରବିନ୍ଦ କେଜ୍ରିୱାଲଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ବୈଠକ । ଏହି ବୈଠକରେ କିଛି ରାଜନୈତିକ କାର୍ଯ୍ୟକ୍ରମ ଓ ପ୍ରସ୍ତାବ ମଞ୍ଜୁରୀ ପାଇଥିଲା । ହେଲେ ତା’ ପରଦିନ ହଠାତ ଏତେ ସଂଖ୍ୟକ ବିଧାୟକ ନିଖୋଜ ଥିବା ଘଟଣା ଏବେ ସାରା ଦେଶରେ ଆଲୋଚନାର ବିଷୟବସ୍ତୁ ପାଲଟିଛି ।

ଏଠାରେ ପ୍ରଶ୍ନ ଉଠୁଛି ଏତେ ସଂଖ୍ୟକ ଆପ୍ ବିଧାୟକ କାହା ଶରଣରେ ରହିଛନ୍ତି ? ଆମ୍ ଆଦମୀ ପାର୍ଟି ଦଳରେ ସବୁକିଛି ଠିକ ଚାଲିଛି ତ ? ଦଳର ବରିଷ୍ଠ ନେତା କହିଛନ୍ତି କି ବିଜେପି ତରଫରୁ ସେମାନଙ୍କୁ ୨୦ କୋଟି ଲେଖାଏଁ ଟଙ୍କାର ଅଫର୍ ଦିଆଯାଇଛି । ଏହାସହ ଆହୁରି ମଧ୍ୟ ଅଫର୍ ଦିଆଯାଇଛି କି ଯଦି ସେମାନେ ଆହୁରି ଅଧିକ ସଂଖ୍ୟକ ବିଧାୟକଙ୍କୁ ଭାଙ୍ଗି ଆଣିପାରିବେ ତେବେ ଆହୁରି ଟଙ୍କା ମିଳିବ ।

ତେବେ ବର୍ତ୍ତମାନ ଆପ୍ ମଧ୍ୟ ଜାଣିବାକୁ ଚେଷ୍ଟା ଚଳେଇଛି କି ଦଳର ଅନ୍ୟ ବିଧାୟକଙ୍କୁ ସେହି ସବୁ ଅଫର୍ ମିଳିଛି କି ନାହିଁ ଓ ସେମାନଙ୍କ ସହ କୌଣସି ସମ୍ପର୍କ କରାଯାଇଛି କି ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।