ଗଞ୍ଜାମ ଜିଲ୍ଲାର କେ. ଦୀପିକା ଓ ତାଙ୍କ ପ୍ରେମିକ ଦିନେଶଙ୍କ ମାମଲାକୁ ନେଇ ଦିନକୁ ନୂଆ କଥା ଶୁଣିବାକୁ ମିଳୁଛି । ଆଜିକୁ ପାଖାପାଖି ୨୫ଦିନ ଧରି ଦୀପିକା ଦିନେଶଙ୍କ ଘର ଆଗରେ ଧାରଣାରେ ବସିଥିଲେ ମଧ୍ୟ ଏଯାଏଁ ତାଙ୍କୁ ନ୍ୟାୟ ମିଳିପାରି ନାହିଁ । ଦୀପିକାଙ୍କ ଠାରୁ ବୟସରେ ସାନ ହୋଇ ମଧ୍ୟ ଦିନେଶ ତାଙ୍କୁ ପ୍ରେମ ନିବେଦନ କରିଥିଲେ ଓ ବଡ ଘର ବୋହୂ କରିବାର ସ୍ଵପ୍ନ ଦେଖାଇଥିଲେ । ଦୀପିକାଙ୍କ ଉପରେ ତାଙ୍କ ଘରର ଦାୟିତ୍ଵ ଥିବାରୁ ସେ ମଧ୍ୟ କୌଣସି ଟାଇମ ପାସ୍ ରିଲେସନରେ ସମୟ ନଷ୍ଟ କରିବାକୁ ଚାହୁଁ ନଥିଲେ ।
ତେଣୁ ଦିନେଶଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦିଆନିଆ ପରେ ଯାଇ ସେମାନେ ପ୍ରେମ ସମ୍ପର୍କରେ ରହିଥିଲେ । କ୍ରମେ ଘନିଷ୍ଠତା ବଢିବାରୁ ଉଭୟ ଶାରୀରିକ ସମ୍ପର୍କ ମଧ୍ୟ ରଖିଲେ ଓ ଦୀପିକା ଗର୍ଭବତୀ ହୋଇଗଲେ । ଏହାପରେ ସାମ୍ନାକୁ ଆସିଲା ଦିନେଶଙ୍କ ଅସଲ ଚେହେରା । ଦୀପିକା ବିବାହ ପାଇଁ କହିବାରୁ ସେ ଦୀପିକାଙ୍କ ଉପରେ ରାଗିବା ସହ ତାଙ୍କୁ ବିବାହ କରିବା ପାଇଁ ମନା କରି ଦେଇଥିଲେ । ଦୀପିକା ସେମାନଙ୍କ ପିଲାକୁ ଜନ୍ମ ଦେଇଥିଲେ ସୁଦ୍ଧା ଦିନେଶ କି ତାଙ୍କ ପରିବାର ତାଙ୍କୁ ଗ୍ରହଣ କରି ନଥିଲେ ।
ବରଂ ଓଲଟା ଦିନେଶ ଯାଇଥିଲେ ଓ ମାମଲା ସମାଧାନ କରିବା ପାଇଁ ଦୀପିକାଙ୍କୁ ଟଙ୍କା ମଧ୍ୟ ଯାଚିଥିଲେ । ଯାହାର ଅଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଦୀପିକା ଓ ଦିନେଶ ଯେଉଁ ଭେଶପା ଶୋ’ରୁମ୍ ରୁ ପରସ୍ପରକୁ ଜାଣିଥିଲେ ସେଠାକାର ମାଲିକ ପାର୍ଥ ପାଢୀ ଦୀପିକାଙ୍କୁ ଟଙ୍କା ଯାଚୁଥିବାର ଶୁଣିବାକୁ ମିଳୁଛି ।
ସେମାନଙ୍କ ବାର୍ତ୍ତାଳାପରୁ ଜଣାପଡୁଛି କି ଦିନେଶ ସେତେବେଳେ ଜେଲରେ ଥିଲେ ଓ କ୍ଷତିପୂରଣ ପାଇଁ କିଛି ଟଙ୍କା ମାଗିବା ପାଇଁ ପାର୍ଥ ଦୀପିକାଙ୍କୁ ପ୍ରବର୍ତ୍ତାଉ ଥିଲେ । ଦୀପିକା କିନ୍ତୁ ସିଧାସଳଖ ମନା କରି ଦେଇଥିଲେ ଯେ ତାଙ୍କର ଟଙ୍କା ଦରକାର ନାହିଁ । ଟଙ୍କା ପାଇଲେ ତାଙ୍କ ଇଜ୍ଜତ ଆଉ ଫେରି ଆସିବନି ବୋଲି କହିଥିଲେ ଦୀପିକା । ଏହାସହ ଦୀପିକା ଓ ଦିନେଶଙ୍କ ଫଟୋ କିଏ ସୋସିଆଲ ମିଡିଆରେ ଭାଇରାଲ କଲା ତାହା ମଧ୍ୟ ଜାଣିବାକୁ ଚାହୁଁଥିଲେ ପାର୍ଥ ।
ତେବେ ସେ କାହା ପ୍ରରୋଚନାରେ ଏଭଳି କରୁଥିଲେ କି ତାହା ସବୁଠୁ ବଡ ପ୍ରଶ୍ନ । ଦିନେଶଙ୍କ ଉପରୁ କେସ୍ ଉଠାଇବା ପାଇଁ ସେ କାହିଁକି ଟଙ୍କା ଯାଚୁଥିଲେ ଦୀପିକାଙ୍କୁ ? ଯାଞ୍ଚ ହେଲେ ଏଭଳି ଆହୁରି ଅନେକ ଭିତିରି କଥା ସାମ୍ନାକୁ ଆସିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।