ଇତି ମଧ୍ୟରେ ପ୍ରାୟ ୨୦ଦିନରୁ ଉର୍ଦ୍ଧ୍ଵ ବିତିଗଲାଣି । ଆଉ ଏବେବି ଦିନରାତି ଉଜାଗର ହୋଇ ଦିନେଶଙ୍କ ଘର ଆଗରେ ବସି ରହିଛନ୍ତି କେ. ଦୀପିକା । ତାଙ୍କ ପୁଅକୁ ବାପାର ଅଧିକାର ମିଳୁ ଏଇଟା ହିଁ ତାଙ୍କର ଗୋଟିଏ ଇଚ୍ଛା । ୨୦ ଦିନ ବିତି ଯାଇଥିଲେ ମଧ୍ୟ ଦିନେଶ କିମ୍ବା ତାଙ୍କ ପରିବାର ଲୋକଙ୍କ ମନ ପରିବର୍ତ୍ତନ ହେଉନାହିଁ । କେତେବେଳେ ଡହଡହ ଖରା ହେଉଛି ତ ଆଉ କେତେବେଳେ ଜୋର ବର୍ଷା ମାଡ ଖାଇ ଦୀପିକା ଦିନେଶଙ୍କ ଘର ଦୁଆରେ ବସିଛନ୍ତି ।

ଭେଶପା ଶୋ’ରୁମ୍ ରୁ ଦେଖାଚାହାଁ ହୋଇ ତାଙ୍କର ଯେଉଁ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା ତାହା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ପ୍ରେମ ସମ୍ପର୍କ ପରେ ଦୀପିକା ଗର୍ଭବତୀ ହୋଇ ଯାଇଥିଲେ ଓ ପିଲାକୁ ଜନ୍ମ ମଧ୍ୟ ଦେଇଥିଲେ । କିନ୍ତୁ ଦିନେଶ ଏକଦମ ବଦଳି ଯାଇଥିଲେ । ଦୀପିକା କି ଟଣକ ପିଲାକୁ ଗ୍ରହଣ କରିବା ପାଇଁ ସେ କିମ୍ବା ତାଙ୍କ ପରିବାର ରାଜି ହୋଇ ନଥିଲେ । ଏନେଇ ଦୀପିକା ଥାନାରେ କେସ୍ ମଧ୍ୟ ରୁଜୁ କରିଥିଲେ ।
ଯାହାପରେ ଦିନେଶଙ୍କୁ ଜେଲ ଯିବାକୁ ପଡିଥିଲା । ବର୍ତ୍ତମାନ ଦୀପିକାଙ୍କ ପୁଅକୁ ୧୯ ମାସ ହୋଇଥିବା ବେଳେ ଦୀପିକା ଦାବି କରୁଛନ୍ତି କି ତାଙ୍କ ପୁଅକୁ ବାପାର ଅଧିକାର ମିଳୁ । ଏଥିପାଇଁ ସେ ଦିନେଶଙ୍କ ଘର ଆଗରେ ଖରା, ବର୍ଷା ଓ ଶୀତ ସହି ପଡି ରହିଛନ୍ତି । ତାଙ୍କ ସହ ପ୍ରମିଳା ତ୍ରିପାଠୀ ମଧ୍ୟ ଅଛନ୍ତି ।

ସେପଟେ ତାଙ୍କ ପୁଅ ମା’କୁ ଝୁରି ବାରମ୍ବାର ଅସୁସ୍ଥ ହୋଇ ପଡୁଛି । ହେଲେ ଦୀପିକାଙ୍କ ସଂଘର୍ଷ ସରୁନି । ନ୍ୟାୟ ମିଳିବ ବୋଲି ଆଶା ରଖିଥିବା ଦୀପିକା ଗଣମାଧ୍ୟମ ଜରିଆରେ ଦିନେଶଙ୍କୁ ଶେଷ କଥା କହିଛନ୍ତି । ଦୀପିକା କହୁଛନ୍ତି କି, ଯାହା ତ ହେଲାଣି ହେଲାଣି ହେଲେ ତୁମ ଛୁଆକୁ ତୁମ ନାମ ଓ ପରିଚୟ ଦିଅ । ଆଗରୁ ଯେମିତି ଭଲ ପାଉଥିଲି ମୁଁ ଏବେବି ସେମିତି ଭଲ ପାଉଛି । ଏତେ ଖରା, ବର୍ଷା ଓ ତୋଫାନ ସହି ମୁଁ ମୋ ପୁଅ ପାଇଁ ତ ପଡିରହଛି ।
ଯେତେ ପର୍ଯ୍ୟନ୍ତ ଦିନେଶ ସେଠାକୁ ଆସି ସ୍ତ୍ରୀ ଏବଂ ଛୁଆର ବାପାର ଅଧିକାର ଦେଇନାହାନ୍ତି ସେ ପର୍ଯ୍ୟନ୍ତ ଦୀପିକା ସେଠାରୁ ହଟିବେ ନାହିଁ ବୋଲି କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।