ସାରଥି ବାବାର ସବୁ ଗୁମର ଖୋଲିଦେଲେ ସ୍କୁଲ ବନ୍ଧୁ, କହିଲେ ସନ୍ତୋଷ ରାଉଳ ଏମିତି ପାଲଟି ଯାଇଥିଲା ଭଅଣ୍ଡ ସାରଥି..ଦେଖନ୍ତୁ Video

ଆତ୍ମଘୋଷିତ ସାରଥି ବାବା ଓଡିଶାର ଘରେ ଘରେ ଏକ ଜଣାଶୁଣା ନାମ । ସନ୍ତୋଷ ରାଉଳ ନାମକ ଏହି ବ୍ୟକ୍ତି ନିଜ ନାମ ବଦଳାଇ ସାରଥି ବାବା ରଖିଲା । ଆଉ ମହିଳାଙ୍କ ଶ ପ୍ରତାରଣା କରି ଜେଲ୍ ଦଣ୍ଡ ଭୋଗୀ ଭଣ୍ଡ ସାରଥି ପାଲଟିଗଲା । ସାରଥି ଡେରାବିଶ ବାରିମୂଳରେ ଆଶ୍ରମ ସ୍ଥାପନ କରିବା ସହ ନିଜକୁ ଆତ୍ମଘୋଷିତ ବାବା ବୋଲାଇ ବ୍ୟବସାୟର ଏକ ମାଧ୍ୟମ ଖୋଲିଥିଲା । ଆଉ ଏବେ ଜେଲରୁ ବାହାରିବା ପରେ ସେ ପୁଣି ଥରେ ସେହି ଆଶ୍ରମରେ ତା’ ଭକ୍ତଙ୍କ ଦ୍ଵାରା ପୂଜିତ ହେଉଛି ।

ତିନିଦିନ ତଳେ ସେଠାରେ ନନ୍ଦ ଉତ୍ସବ ମଧ୍ୟ ପାଳିତ ହୋଇଥିଲା । ତେବେ ସାରଥିଙ୍କ ସବୁ ଗୁମର ଖୋଲି ଦେଇଛନ୍ତି ସାରଥିଙ୍କ ଜଣେ ସ୍କୁଲ ବନ୍ଧୁ ଅର୍ଜୁନି ପ୍ରଧାନ । ସେମାନେ ଏବଂ ଆଉ ଜଣେ ବନ୍ଧୁ ତିନିଜଣ ଏକାଠି ମ୍ୟାଟ୍ରିକ ପରୀକ୍ଷା ଦେଇଥିଲେ ଓ ପରୀକ୍ଷା ଦେବା ସମୟରେ ଏକ ସ୍ଥାନରେ ଏକାଠି ହୋଇ ମଧ୍ୟ ରହିଥିଲେ । ଅର୍ଜୁନି ଏବଂ ଅନ୍ୟ ବନ୍ଧୁ ଜଣକ ମ୍ୟାଟ୍ରିକରେ ଫେଲ ହୋଇଥିବା ବେଳେ ସାରଥି ପାସ କରିଯାଇ ମାର୍ଶାଘାଇ କଲେଜରେ ପଢୁଥିଲେ ।

ପରେ ସମସ୍ତେ ନିଜ ନିଜ କ୍ଯାରିୟର ଦେଖୁଥିବା ବେଳେ ସାରଥି ୧୯୯୦ ମସିହା ପାଖାପାଖି ବାରିମୂଳ ଆସି ସେଠାରେ କେ ଜାଗା କିଣିଥିଲେ । ତା’ପରେ ନିଜେ ବାବା ହୋଇ ଛୋଟ ଆଶ୍ରମ ସ୍ଥାପନ କରି ସେଠାରେ ନିଜଉ ବାବା ବୋଲି ଘୋଷିତ କଲା । ସନ୍ତୋଷ କଣ ବାବା ହୋଇଯାଇଛି ବୋଲି ଅର୍ଜୁନି ତାଙ୍କୁ ଦେଖିବାକୁ ଯାଇଥିଲେ । ତାଙ୍କୁ ସେସବୁ ବିଲକୁଲ ଭଲ ଲାଗି ନଥିଲା ।

କାରଣ ହିନ୍ଦୁଧର୍ମର ପ୍ରକୃତ ଆରାଧ୍ୟ ଦେବତାମାନଙ୍କୁ ଛାଡି ସାରଥିଙ୍କୁ ପୂଜା କରିବା ତାଙ୍କୁ ଠିକ ଲାଗୁ ନଥିଲା । ସାରଥି ତନ୍ତ୍ର ମନ୍ତ୍ର ସାହାଯ୍ୟରେ ହାତ ଝାଡି ବିଭୁତି ବାହାର କରୁଥିଲେ ଓ ମହୁ ମଧ୍ୟ ବାହାର କରୁଥିଲେ । ଏହିସବୁ ଖବର ପ୍ରଚାରିତ ହେବା ପରେ ଅନେକ ସ୍ଥାନରୁ ଲୋକ ତାଙ୍କ ପାଖକୁ ଆସିଥିଲେ । ସମସ୍ତଙ୍କ ଦାନ ଦକ୍ଷିଣା ପାଇ ସାରଥି ସେଠାରେ ବିରାଟ ବଡ ଆଶ୍ରମ୍ନ ସ୍ଥାପନ କଲା । ଏମିତି ହେଲା ବାବା ତୁଳସୀ ଉପରେ ଚାଲିଲା, ଯାହକି ଅର୍ଜୁନିଙ୍କୁ ଭଲ ଲାଗି ଲାଗିଲାନି ।

ସେ କଥା ଉଠାଇବାରୁ ସାରଥି ରଖିଥିବା ଗୁଣ୍ଡାମାନେ ଆସି ତାଙ୍କୁ ମାଡ ମାରିବା ସହ ଧମକ ମଧ୍ୟ ଦେଇଥିଲେ । ତେବେ ସାରଥି ଯାହାବି କୁକର୍ମ କରୁଥିଲା ଭଗବାନ ନିଜେ ହିଁ ତାକୁ ଦଣ୍ଡ ଦେଇଛନ୍ତି ବୋଲି ଅର୍ଜୁନି କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।