‘ଶାଶୁ ମା ମୋ ପରି ତୁମେ ବି ଗୋଟେ ଝିଅ, ଏତେ କଷ୍ଟ ଆଉ ମୁଁ ସହି ପାରୁନି…’ ପ୍ରେମ ପାଇଁ ଅପେକ୍ଷା କରିଥିବା Deepika ଙ୍କୁ ମିଳିବ ତ ନ୍ୟାୟ ?

ଶାଶୁମା ମୋ ଦୁଃଖ ଟିକେ ବୁଝ । ମୋ ପରି ତୁମେ ବି ଗୋଟେ ଝିଅ । ଝିଅ ହୋଇ ଆଉ ଗୋଟିଏ ଝିଅର ଦୁଃଖ କେମିତି ବୁଝିପାରୁନ ? ଆଜିକୁ ୧୫ ଦିନ ହେଲା ପ୍ରେମିକଙ୍କ ଘର ଦୁଆର ମୁହଁରେ ବସି ରହିଛନ୍ତି ଦୀପିକା । ଏହା ପୂର୍ବରୁ ତାଙ୍କ ମୁଣ୍ଡ ଉପରେ ଥିବା ପାଲ ଓ ଛତାକୁ ଦିନେଶଙ୍କ ମା’ ଭାଙ୍ଗିବା ଦେବା ସହ ଦୀପିକାଙ୍କୁ ଗାଳିଗୁଲଜ କରି ଅପମାନ ଦେଇଥିଲେ । ତଥାପି ଶାଶୁମା’ଙ୍କ ଝିଅ ହୋଇ ତାଙ୍କ ଘରକୁ ଯିବାକୁ ସବୁ ଭୁଲି ଯାଇଛନ୍ତି ଦୀପିକା । ଏହାରି ଭିତରେ ବର୍ଷାରେ ଭିଜୁଛନ୍ତି ତ ଆଉ କେତେବେଳେ ଖରାତାତି ସହି ସେ ବସୁଛନ୍ତି ।

ତେଣୁ ଦୀପିକାଙ୍କ ମନରେ ପ୍ରଶ୍ନ ଉଠୁଛି ଯେ କେମିତି ଦିନେଶଙ୍କ ମା ଜଣେ ଝିଅ ହୋଇ ବି ତାଙ୍କ କଷ୍ଟ ବୁଝି ପାରୁନାହାନ୍ତି । ଯଦି ଦୀପିକା ତାଙ୍କ ହୋଇଥାନ୍ତେ ତେବେ ସେ କଣ ତାଙ୍କୁ ଏମିତି ଅବସ୍ଥାରେ ଦେଖି ପାରିଥାନ୍ତେ ? ଝିଅ ଭଳି ଭାବି ମୋତେ କୋଳେଇ ନିଅ ବୋଲି ବୋଲି ଦୀପିକା ଆଶା ବାନ୍ଧି ବସିଛନ୍ତି । କାରଣ ତାଙ୍କ ଭଳି ଦୀପିକା ବି ଜଣେ ମାଆ । ଆଉ ତାଙ୍କ ଛୁଆ ତାଙ୍କୁ ଘରେ ଅପେକ୍ଷା କରି ରହିଛି ।

ଗୋଟିଏ ମାଆର କଷ୍ଟକୁ ବୁଝିବାକୁ ଚେଷ୍ଟା କର ବୋଲି କହୁଛି ଦୀପିକା ମନ । ମାତ୍ର ୧୯ ମାସର ଛୁଆକୁ ୧୫ ଦିନ ହେବ ଘରେ ଛାଡି ତାକୁ ବାପାର ପରିଚୟ ଦେବା ପାଇଁ ଦିନେଶଙ୍କ ଘର ଆଗରେ ଦୀପିକା ଧାରଣା ଦେଉଛନ୍ତି । ସେ ଛୁଆଟି ତା’ ମାଆ ବିନା କେମିତି ରହୁଥିବ ଆପଣ ଚିନ୍ତା କରି ପାରୁଥିବେ ।

ଦୀପିକାଙ୍କ କଥା ନ ଭାବିଲେ ନାଇ ପଛେ ସେହି ଛୁଆ କଥା ଟିକେ ଭାବି ଦେଖନ୍ତୁ ବୋଲି ଦୀପିକା ଚାହୁଁଛନ୍ତି । ଅନେକ ପ୍ରଶ୍ନ ସବୁ ଦୀପିକାଙ୍କ ମନକୁ ଆନ୍ଦୋଳିତ କରୁଛି ହେଲେ ସେ ସବୁର ଉତ୍ତର ସେ ଖୋଜି ପାଉନାହାନ୍ତି । ସବୁ ଭୁଲକୁ କ୍ଷମା କରି ନାତି ଓ ବୋହୂକୁ କୋଳେଇ ନିଅ ବୋଲି ଚାହିଁ ରହିଛନ୍ତି ଦୀପିକା । ଗଞ୍ଜାମର ଏହି ଦୀପିକା ଏବଂ ଦିନେଶଙ୍କ ପ୍ରେମ କାହାଣୀ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

ତେବେ ଛଳନା କରିଥିବା ଦିନେଶଙ୍କୁ ନ୍ୟାୟ ମିଳୁଛି ନା ପ୍ରେମ ପାଇଁ ଅପେକ୍ଷା କରିଥିବା ଦୀପିକାଙ୍କୁ ନ୍ୟାୟ ମିଳୁଛି ତାହା କେବଳ ଦେଖିବାକୁ ବାକି ରହିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।