ପବିତ୍ର ଶ୍ରାବଣ ମାସର ପୂର୍ଣ୍ଣିମା ଦିନ ପାଳିତ ହୋଇଥାଏ ରକ୍ଷା ବନ୍ଧନ । ଏହିଦିନ ଭାଇ ଭଉଣୀକୁ ରେଶମୀ ଡୋରିର ରାକ୍ଷୀ ବାନ୍ଧିଥାଏ ଓ ସୁଖ ଦୁଃଖରେ ପରସ୍ପରର ସାଥ୍ ଦେବା ପାଇଁ ପ୍ରତିଜ୍ଞା ନେଇଥାନ୍ତି । ଭଉଣୀ ଭାଇକୁ ରକ୍ଷା ସୂତ୍ର ବାନ୍ଧି ତାଙ୍କର ଦୀର୍ଘ ଆୟୁଷ ଓ ସୁଖୀ ଜୀବନ କାମନା କରିଥାନ୍ତି । ଶାସ୍ତ୍ର ଅନୁସାରେ ରାକ୍ଷୀ ବାନ୍ଧିବାର ମଧ୍ୟ କିଛି ନିୟମ ଏବଂ ସମୟ ରହିଛି । ମାନ୍ୟତା ରହିଛି କି ଭଦ୍ରା ସମୟରେ ରାକ୍ଷୀ ବାନ୍ଧିବା ଅଶୁଭ ହୋଇଥାଏ । ଏଥିପାଇଁ ଏହି ସମୟରେ ଭାଇଙ୍କୁ କେବେ ହେଲେ ରାକ୍ଷୀ ବାନ୍ଧନ୍ତୁ ନାହିଁ ।
ଚଳିତ ବର୍ଷ ୧୧ ଅଗଷ୍ଟ ଗୁରୁବାର ଦିନ ସକାଳ ୧୦:୩୮ ମିନିଟରେ ପୂର୍ଣ୍ଣିମା ତିଥି ଆରମ୍ଭ ହୋଇ ୧୨ ଅଗଷ୍ଟ ଶୁକ୍ରବାର ସକାଳ ୭:୦୫ ମିନିଟରେ ଶେଷ ହେବ । ତେବେ ଗୁରୁବାର ଦିନ ହିଁ ପାଳିତ ହେବ ରାକ୍ଷୀ ପୂର୍ଣ୍ଣିମା । ରାକ୍ଷୀ ବିଜୟର ପ୍ରତୀକ ଭାବେ ମାନାଯାଏ । ଅନେକ ଜାଗାରେ ଏହିଦିନ ସମୁଦ୍ର ଦେବତାଙ୍କର ପୂଜା ମଧ୍ୟ କରାଯାଏ । ଏହାସହ ସପ୍ତଋଷିଙ୍କର ମଧ୍ୟ ପୂଜା କରାଯାଏ । ତେବେ ଭଦ୍ରା ସମୟରେ ରାକ୍ଷୀ ବାନ୍ଧିବା ପାଇଁ ବାରଣ କରାଯିବା ପଛରେ ଏକ ପୌରାଣିକ ତଥ୍ୟ ରହିଛି ।
କୁହାଯାଏ ଲଙ୍କାପତି ରାବଣ ଭଦ୍ରା କାଳ ସମୟରେ ତାଙ୍କ ଭଉଣୀଙ୍କ ଠାରୁ ରାକ୍ଷୀ ବାନ୍ଧିଥିଲେ । ଏହାର ଗୋଟିଏ ବର୍ଷ ପରେ ରାବଣର ବିନାଶ ହୋଇଥିଲା । ଭଦ୍ରା ଶନିଦେବଙ୍କର ଭଉଣୀ ଅଟନ୍ତି, ଯାହାଙ୍କୁ ବ୍ରହ୍ମାଦେବ ଅଭିଶାପ ଦେଇଥିଲେ । ଭଦ୍ରା କାଳ ସମୟରେ ଯିଏ ବି ପୂଜା କିମ୍ବା ମାଙ୍ଗଳିକ କାର୍ଯ୍ୟ କରିବ ସେ ଅଶୁଭ ଫଳ ଭୋଗ କରିବ ବୋଲି ବ୍ରହ୍ମା କହିଥିଲେ ।
ସେଥିପାଇଁ ଭଦ୍ରା କାଳ ସମୟରେ ରାକ୍ଷୀ ବାନ୍ଧନ୍ତୁ ନାହିଁ ଏବଂ ଗୃହାରମ୍ଭ, ଗୃହ ପ୍ରବେଶ, ବିବାହ ସଂସ୍କାର, ଶୁଭ ଯାତ୍ରା ଓ ନୂତନ ବ୍ୟବସାୟ ଆରମ୍ଭ ଆଦି ସବୁ ପ୍ରକାର ଶୁଭ କାର୍ଯ୍ୟ ଭଦ୍ରା ସମୟରେ ବର୍ଜିତ ମାନାଯାଇଛି । ଭଦ୍ରା ସମୟରେ ରାକ୍ଷୀ ବାନ୍ଧିବା ଦ୍ଵାରା ଭାଇ କିମ୍ବା ଭଉଣୀ ଉପରେ କିଛି ନା କିଛି ସଙ୍କଟ ଆସିପାରେ ।
୧୧ ଅଗଷ୍ଟ ଦିନ ଯେମିତି ପୂର୍ଣ୍ଣିମା ତିଥି ଆରମ୍ଭ ହେବ ସେମିତି ଭଦ୍ରା ସମୟ ମଧ୍ୟ ଆରମ୍ଭ ହେବ ଏବଂ ଏହା ରାତି ୮:୫୨ ମିନିଟ ପର୍ଯ୍ୟନ୍ତ ରହିବ । ତେଣୁ ପୁରା ଦିନରେ ରାକ୍ଷୀ ବାନ୍ଧିବେ ନାହିଁ । ରାତି ୮:୫୨ ମିନିଟ ପରେ ରାକ୍ଷୀ ବାନ୍ଧିବେ । ନଚେତ ଘର ପରିବାର ମଧ୍ୟରେ କୌଣସି ଅନିଷ୍ଠ ଆସିପାରେ କିମ୍ବା ଭାଇ ଭଉଣୀଙ୍କ ମଧ୍ୟରେ ସଙ୍କଟ ଆସିପାରେ ।
ରାକ୍ଷୀ ବନ୍ଧନ ପୂର୍ଣ୍ଣିମା ତିଥି ଠାରୁ ଆରମ୍ଭ କରି ଜନ୍ମାଷ୍ଟମୀ ପର୍ଯ୍ୟନ୍ତ ପାଳନ କରିପାରିବେ । ଏହି ଅବଧିରେ କେବଳ ଭଦ୍ରା ସମୟ ବ୍ଯତୀତ ଅନ୍ୟ ଯେକୌଣସି ସମୟରେ ରାକ୍ଷୀ ବାନ୍ଧିପରିବେ । ଭାଇଙ୍କ ହାତରେ କେବେ ହେଲେ କଳା ରଙ୍ଗର ରାକ୍ଷୀ କିମ୍ବା ଭଗବାନ ଫଟୋ ଥିବା ରାକ୍ଷୀ ବାନ୍ଧିବେ ନାହିଁ । ସବୁବେଳେ ଲାଲ ରଙ୍ଗର ରାକ୍ଷୀ ଭାଇଙ୍କୁ ବାନ୍ଧିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।