ଆଜି ଆମେ ଆପଣଙ୍କୁ ଏକ ଏମିତି କାହାଣୀ ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିବା ପରେ ଆପଣ ବି କହିବେ ଭାଗ୍ୟ କଣ ଅଟେ । ବର୍ତ୍ତମାନ ସମୟରେ ଏମିତି ବହୁତ କମ ଲୋକ ଅଛନ୍ତି ଯେଉଁମାନେ ଆପଣଙ୍କର ପାଖରେ ରହିଥାନ୍ତି । ଆମେ ଆପଣଙ୍କୁ ଯେଉଁ ବ୍ୟକ୍ତି ବିଷୟରେ କହିବାକୁ ଯାଉଛୁ ତାଙ୍କର ନାମ ହେଉଛି ଶ୍ୟାମ ବାବୁ ଯିଏକି ପୁଲିସରେ କାମ କରନ୍ତି । ଦିନେ ଶ୍ୟାମ ନିଜର ଡିଏସପିଙ୍କ ପାଇଁ ଚା ଆଣିବାକୁ ଯାଉଥିଲେ ଏବଂ ସେହି ସମୟ ଭିତରେ କିଛି ଏମିତି ହୋଇଗଲା କି ସେ କନେଷ୍ଟବଳରୁ SDM ହୋଇଗଲେ ।
ଏହି କାହାଣୀ ୟୁପିର ବଳିୟା ଜିଲ୍ଲାର ଅଟେ । ଯେଉଁଠି ଶ୍ୟାମ ବାବୁ ପୀସୀଏସ – ୨୦୧୬ରେ ୫୨ନମ୍ବର ପୋଜିସନ ହାସଲ କରିଥିଲେ । ଏହା ପରେ +୨ ପାସ କରିଲା ପରେ ୧୪ ବର୍ଷ ପୁଲିସ ବିଭାଗରେ କନେଷ୍ଟବଳ ପଦରେ ଶ୍ୟାମ ବାବୁ ପ୍ରୟାଗରାଜ ହେଡକ୍ୱାର୍ଟରରେ ଥିଲେ । ଏତିକି ନୁହେଁ ସେ କନେଷ୍ଟବଳ ପଦରେ ରହି ମଧ୍ୟ ନିଜର ଗ୍ରେଜୁଏଶନ ଏବଂ ପୋସ୍ଟ ଗ୍ରେଜୁଏଶନର ଶିକ୍ଷା ବି ପୁରା କରିଥିଲେ । କୁହାଯାଏ କି ଶ୍ୟାମ ବାବୁ ୧୦ ବର୍ଷ ପୂର୍ବରୁ ୟୁପି – ପୀଏସସୀର ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ । ଏହା ପରେ ସେ ବର୍ଷ ୨୦୧୩ରେ ଏହାକୁ ନେଇ ଏତେ ସୀରିୟସ ନଥିଲେ ସେଥିପାଇଁ ୬ ଥର ପ୍ରୟାସ କରିବା ପରେ ଯାଇ ସେ ଏସଡୀଏମ ହୋଇଥିଲେ ।
ବର୍ତ୍ତମାନ ଆପଣମାନେ ଭାବୁଥିବେ କି ଚା ଆଣିବା ସମୟରେ ସେ ଏସଡୀଏମ କେମିତି ହୋଇଗଲ, ତେବେ କହି ଦେଉଛୁ ଯେ ଯେତେବେଳେ ସେ ଚା ଆଣିବାକୁ ଯାଇଥିଲେ ସେହି ସମୟରେ ହିଁ ଯୂପୀପୀଏସସୀର ରେଜଲ୍ଟ ବାହାରି ଥିଲା । ଚା ନେଇ ସେ ଡିଏସପୀ ସାରଙ୍କ ପାଖକୁ ଗଲେ । ଡିଏସପୀ ସାରଙ୍କର ଟେବୁଲ ଉପରେ ଚା ରଖିଲେ ଏବଂ କହିଲେ – ‘ସାର ମୁଁ SDM ହୋଇ ଯାଇଛି । ରେଜଲ୍ଟ ଆସି ଯାଇଛି । ଡିଏସପୀ ସାର ସଙ୍ଗେ ସଙ୍ଗେ ଛିଡା ହୋଇ ଶ୍ୟାମ ବାବୁଙ୍କୁ ସ୍ୟାଲୁଟ ମାରିଲେ । ଟେବୁଲ ଉପରୁ ଚା ନେଇ ତାଙ୍କୁ ପିଇବାକୁ ଦେଲେ ।
ଯେତେବେଳେ ଶ୍ୟାମଙ୍କୁ ପୁଲିସ ମାନଙ୍କର ଇମେଜ ଉପରେ ପ୍ରଶ୍ନ ପଚରା ଗଲା, ତେବେ ସେ କହିଲେ କି, ‘ପୁଲିସଙ୍କ ପ୍ରତି ଲୋକମାନଙ୍କର ଏକ ଭୁଲ ଚିନ୍ତା ଧାରା ଅଛି । ତାହାକୁ ଆସୁଥିବା ପିଢୀ ଭାଙ୍ଗୁଛି । ଗ୍ରାମରେ କୁହନ୍ତି କି ପୁଲିସରେ ଅଛି ତେବେ ଲାଞ୍ଚ ନେଉଥିବ । ପୁଲିସ ଏବଂ ଗ୍ରାମୀଣ ଜନତାଙ୍କ ମଧ୍ୟରେ ଅଧିକ ଦୂରତା ଅଛି, ଏହାକୁ ଦୂର କରିବା ଉଚିତ । ଏହି ପରୀକ୍ଷା ପରେ ଶ୍ୟାମ ବାବୁଙ୍କର ଇଣ୍ଟରଭିୟୁ ପାଖାପାଖି ୨୫ ମିନିଟ ପର୍ଯ୍ୟନ୍ତ ଚାଲିଥିଲା । ଏହି ସମୟରେ ତାଙ୍କୁ ବିଭିନ୍ନ ପ୍ରଶ୍ନ ବି ପଚରା ଯାଇଥିଲା । ଏହାର ସୂଚନା ସେ ନିଜେ ମିଡିୟା ସାମାନାରେ କହିଛନ୍ତି ।
ବର୍ତ୍ତମାନ ଶ୍ୟାମ ବାବୁ ପ୍ରୟାଗରାଜର ପୁଲିସ ମୁଖ୍ୟାଳୟରେ କନେଷ୍ଟବଳ ପଦରେ କାମ କରୁଅଛନ୍ତି । ମୂଳ ରୂପରେ ବଲିୟାର ଇବ୍ରାହିମପୁର ଗ୍ରାମରେ ୩୩ ବର୍ଷୀୟ ଶ୍ୟାମ ବାବୁଙ୍କର ପିତା ଧର୍ମନାଥଙ୍କର ଗ୍ରାମରେ ନିଜରେ ଏକ ଛୋଟ କିରାଣୀ ଦୋକାନ ଅଛି । ଯେତେବେଳେ କି ମା କିଶୋରୀ ଦେବୀ ଗୃହିଣୀ ଅଟନ୍ତି । ଶ୍ୟାମ ବାବୁଙ୍କର ୫ ଭଉଣୀ ଏବଂ ୨ ଭାଇ ଅଛନ୍ତି । ଭଉଣୀମାନଙ୍କର ବାହାଘର ହୋଇଯାଇଛି ଏବଂ ବଡ ଭାଇ ଇନକାମ ଟାକ୍ସ ଇନ୍ସ୍ପେକ୍ଟର ଅଛନ୍ତି । ଶ୍ୟାମ ବାବୁଙ୍କୁ ବର୍ତ୍ତମାନ ଚାରିଆଡୁ ସୁଭେଛା ମିଳୁଅଛି ।
ପୋଷ୍ଟଟି ଭଲ ଲାଗିଲେ ସେଆର କରିବେ ଓ ଆଗକୁ ଏମିତି ଅନେକ ଖବର ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେନି ।