ଡାକ୍ତର 6 ମାସ ସମୟ ଦେଇଥିଲେ, କିନ୍ତୁ ସେ ଜଣେ ଫାଇଟର ଓ ସାହସର ସହ କଠିନ ସମୟ ପାର କରିଥିଲେ, Rajeswari ଙ୍କ ସ୍ଵାମୀ କୋହଭରା କଣ୍ଠରେ କହିଲେ କିଛି ଏମିତି କଥା…

କ୍ୟାନ୍ସର ଏପରି ଏକ ରୋଗ ଯାହା ଶରୀରରେ ଥିବା ଯାଏଁ ମଣିଷକୁ ସଂଘର୍ଷ କରିବାକୁ ପଡେ । କିଛି କ୍ଷେତ୍ରରେ ଏହା ସଂପୂର୍ଣ୍ଣ ଭାବେ ହୋଇଯାଏ କିନ୍ତୁ ପୁଣି ଥରେ ହେବାର ସମ୍ଭାବନା ମଧ୍ୟ ରହିଥାଏ । ରାଜେଶ୍ଵରୀଙ୍କର ମଝିରେ ମଝିରେ ଏମିତି ଦେହ ଖରାପ ହେଉଥିଲା । ସେ ହସ୍ପିଟାଲ ଆସନ୍ତି ଆଉ ଚିକିତ୍ସିତ ହେବା ପରେ ଠିକ ହୋଇଯାନ୍ତି । ରାଜେଶ୍ଵରୀ ଭୁବନେଶ୍ବର ସମ୍ ହସ୍ପିଟାଲରେ ଡାକ୍ତର ସୋମ୍ୟ ସୌରଭ ପଣ୍ଡାଙ୍କ ପାଖରେ ଚିକିତ୍ସିତ ହେଉଥିଲେ ।

ତାଙ୍କ ପାଖରେ ଚିକିତ୍ସିତ ହୋଇ ରାଜେଶ୍ଵରୀ ବହୁତ ଭଲ ହୋଇ ଯାଇଥିଲେ । ଏଭଳି ଅନେକ ଥର ତାଙ୍କର ଦେହ ଖରାପ ହେଉଥିଲା । ଆଉ ଯେତେବେଥର ବି ସେ ହସ୍ପିଟାଲ ଯାଇ ଚିକିତ୍ସିତ ହୋଇଛନ୍ତି ସବୁ ଥରକ ଭଲ ହୋଇ ଘରକୁ ଫେରିଛନ୍ତି । କିନ୍ତୁ ଏଥର ଯେହେତୁ ରାଜେଶ୍ଵରୀ ଅନ୍ୟ ଏକ ସହରରେ ତଥା ତାଙ୍କ ବାପଘର ବାଲେଶ୍ବରରେ ଥିଲେ ତେଣୁ ଏଠିକୁ ଆସିବା ପାଇଁ ବିଳମ୍ବ ହୋଇଗଲା । ପ୍ରଥମେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର କରିବା ପାଇଁ ବାଲେଶ୍ଵର ମେଡିକାଲକୁ ନିଆ ଯାଇଥିଲା ।

ସେଠାରେ ସ୍ୱାସ୍ଥ୍ୟ ସ୍ଥିର ହେବା ପରେ ଭୁବନେଶର ଆସିଥାନ୍ତେ । ସେଠାରେ ଯାହା ଚିକିତ୍ସା କରିବା କଥା ହେବା ପରେ ରାଜେଶ୍ଵରୀ ଶୋଇ ପଡିଥିଲେ । ମେଡ଼ିସିନ ପ୍ରଭାବରେ ସେ ସବୁ ଥର ୪-୫ ଘଣ୍ଟା ପାଇଁ ସେ ଶୋଇଯାନ୍ତି ଓ ତା’ପରେ ଉଠନ୍ତି । କିନ୍ତୁ ଏଥର ନ ରାଜେଶ୍ଵରୀଙ୍କ ଚେତା ଫେରି ନଥିଲା । ସେ ନ ଉଠିଥିବାରୁ ତାଙ୍କୁ ଭୁବନେଶ୍ବର ଅଣା ଯାଇଥିଲା ।

କିନ୍ତୁ ଏଠାରେ ପହଞ୍ଚିବା ବେଳକୁ ଡାକ୍ତର ତାଙ୍କର ମୃତ୍ୟୁ ହୋଇଥିବା କହିଥିଲେ ଡାକ୍ତର । ରାଜେଶ୍ଵରୀଙ୍କ ମୃତ୍ୟୁକୁ ନେଇ କିଛି ଏଭଳି ସୂଚନା ଦେଇଛନ୍ତି ତାଙ୍କ ସ୍ଵାମୀ । ସେ ଆହୁରି ମଧ୍ୟ କହିଛନ୍ତି କି ଯେତେବେଳେ ୨୦୧୮ ରେ ରାଜେଶ୍ଵରୀଙ୍କର ପ୍ରଥମ ଥର କ୍ୟାନ୍ସର ଥିବା ଜଣା ପଡିଥିଲା ସେତେବେଳେ ଡାକ୍ତର ତାଙ୍କୁ ମାତ୍ର ୬ ମାସ ସମୟ ଦେଇଥିଲେ । ହେଲେ ରାଜେଶ୍ଵରୀ ଜଣେ ଫାଇଟର ଭଳି କ୍ୟାନ୍ସର ସହ ଲଢେଇ କରିଥିଲେ । ସବୁ ଚିକିତ୍ସା କରାଇଥିଲେ ଓ ସେସବୁକୁ ସାହସର ସହ ପାର ମଧ୍ୟ କରିଥିଲେ ।

ସେ ଧୀରେ ଧୀରେ ଭଲ ମଧ୍ୟ ହୋଇ ଆସୁଥିଲେ ଓ ତାଙ୍କର ବିଶ୍ବାସ ଥିଲା ଯେ ସେ ସଂପୂର୍ଣ୍ଣ ଭଲ ହୋଇଯିବେ । କୋହଭରା କଣ୍ଠରେ ରାଜେଶ୍ଵରୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଏସବୁ ସୂଚନା ଦେଇଛନ୍ତି ତାଙ୍କ ସ୍ଵାମୀ । ଆମ ପୋଷ୍ଟ ଅନ୍ୟାମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।