ବୟସ ତା’ର ବଶି ନହେଲେ ବି ଜୀବନକୁ କେମିତି ବଞ୍ଚିବାକୁ ହୁଏ ଏବଂ ଭଗବାନ ଆମକୁ ଯାହା ଦେଇଛନ୍ତି ତାକୁ ହିଁ ନେଇ କିଭଳି ବଞ୍ଚିବାକୁ ହୁଏ, ସେସବୁର ବାର୍ତ୍ତା ସେ ଆମକୁ ଦେଇଗଲା । ସେ କେବେବି ଧନ ପଛରେ ଗୋଡେଇନି ବରଂ ଭଲ ମନ ପଛରେ ଗୋଡେଇଛି । ତା’ ଦେହ ଖରାପ ବୋଲି ତାକୁ ଯେ ସମସ୍ତେ ଭଲ ପାଉଥିଲେ ତାହା ନୁହେଁ ବରଂ ତା’ ସ୍ଵଭାବ ଏମିତି ଯେ ତାକୁ କେହିବି ଆପେ ଆପେ ଭଲ ପାଇଯିବ । ସେ ସେହିଭଳି ମଣିଷଟେ ଥିଲା ।

ଆଉ ଶେଷ ମୂହୁର୍ତ୍ତ ପର୍ଯ୍ୟନ୍ତ ତା’ର ଇଚ୍ଛା ଥିଲା ଭଲ ହେବା ପାଇଁ ଏବଂ ପୁଣି ଥରେ ଇଣ୍ଡଷ୍ଟ୍ରିରେ କାମ କରିବା ପାଇଁ । ଟେଲି ଅଭିନେତ୍ରୀ କୀର୍ତ୍ତି ରାଜେଶ୍ଵରୀଙ୍କ ମୃତ୍ୟୁ ପରେ କିଛି ଏଭଳି ମନ୍ତବ୍ୟ ଦେଇଛନ୍ତି । ଟେଲି ଅଭିନେତ୍ରୀ ରାଜେଶ୍ଵରୀ ରାୟ ମହାପାତ୍ରଙ୍କ ଅକାଳ ବିୟୋଗରେ ଟେଲିଜଗତରେ ପ୍ରଚଣ୍ଡ ଶୋକର ଛାୟା ଖେଳିଯାଇଛି । କୀର୍ତ୍ତି ରାଜେଶ୍ଵରୀଙ୍କ ବିଷୟରେ କହୁଥିବା ବେଳେ ନିଜ କୋହ ସମ୍ଭାଳି ନପାରି କାନ୍ଦି ପକାଉଥିବାର ଦେଖିବାକୁ ମିଳିଛି ।
ସେ ରାଜେଶ୍ଵରୀଙ୍କ ସହ ବିତାଇଥିବା କିଛି ଭଲ ମୂହୁର୍ତ୍ତ ମଧ୍ୟ ଶେୟାର କରିଛନ୍ତି । ଧାରାବାହିକ ‘କୁମକୁମ’ ରେ ସେମାନେ ଏକାଠି କାମ କରିଥିଲେ । ସେତେବେଳେ ସେଟରେ ଖାଇବାକୁ ନେଇ ଟିକେ ଅଶାନ୍ତି ହୋଇଥିଲା । ତେଣୁ ସମସ୍ତେ ନିଷ୍ପତ୍ତି ନେଲେ ଆମସ୍ତେ ନିଜ ଘରୁ କିଛି ନା କିଛି ଖାଇବାକୁ ଆଣିବେ ।

ଆଉ ରାଜେଶ୍ଵରୀ ଯାହାବି ଖାଇବା ଆଣନ୍ତି ସବୁବେଳେ ତାଙ୍କୁ ଖୋଜନ୍ତି । କମ୍ ଆଣିଥିଲେ ମଧ୍ୟ ଆଗ କୀର୍ତ୍ତି ଅପା ତୁମେ ଖାଅ ବୋଲି ଜବରଦସ୍ତ ଖୁଆଇ ଦିଅନ୍ତି । ସେ ସମସ୍ତଙ୍କ କଥା ବୁଝନ୍ତି । ସମସ୍ତଙ୍କ କଥା ବୁଝୁଥିବା ମଣିଷରେ ଆଜି ଆମ ଗହଣରୁ ଚାଲିଗଲା । କିଛି ମାସ ତଳେ ରାଜେଶ୍ଵରୀଙ୍କ ସହ ତାଙ୍କର ଦେଖା ହୋଇଥିଲା । ସେତେବେଳେ ସେ କହିଥିଲେ, ଅପା ମୁଁ ଏକଦମ ଭଲ ଅଛି ।
ଡକ୍ଟର ବି କହିଛନ୍ତି ମୁଁ ଭଲ ହେଲିଣି ଆଉ ଏବେ ଟ୍ରିଟମେଣ୍ଟରେ ଅଛି ପୁରା ଭଲ ବି ହେଇଯିବି । ଚିନ୍ତା କରନି ମୁଁ ଜଲ୍ଦି ଭଲ ହୋଇଗଲେ ଗୋଟିଏ ବଢିଆ କାମ ଏକାଠି କରିବା । କିନ୍ତୁ ଭଗବାନଙ୍କ ଯୋଜନା କିଛି ଅଲଗା ଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ କାମ ପେଜ୍ କୁ ଲାଇକ କରନ୍ତୁ ।