ସର୍ଚ୍ଚ ଅପରେସନ ଚାଲିଛି ଆଉ ଏଥିରେ ନିଯୋଜିତ ଅଛନ୍ତି ଅଗ୍ନିଶମ ବାହିନୀ ସମେତ ସ୍ଥାନୀୟ ପୋଲିସ ଏବଂ ଏସଡ଼ିଆରଏଫ ଟିମ୍ । ଏହା ହେଉଛି ଛତିଶଗଡ ଶିବନାମ ନଦୀର ଘଟିଥିବା ଏକ ଅଘଟଣ ପରର ଦୃଶ୍ୟ । ସେଠାରେ ଏକ କାର୍ ସମେତ ୫ ଜଣ ନଦୀରେ ବୁଡି ଯାଇଥିବା ଖବର ସାମ୍ନାକୁ ଆସିଛି । ଘଟଣା ସମ୍ବନ୍ଧରେ ସୂଚନା ପାଇବା ପରେ ପୋଲିସ, ଅଗ୍ନିଶମ ବାହିନୀ ଓ ଏସଡ଼ିଆରଏଫ ଟିମ ସେଠାରେ ପହଞ୍ଚି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

ନଦୀର ଚାରିଆଡେ ତଲାସୀ ଅଭିଯାନ ଚାଲିଥିବା ବେଳେ ବୁଡି ଯାଇଥିବା କାର୍ ଟି ଏଯାଏଁ ମିଳି ପରିନାହିଁ । ଏଭଳି ଏକ ଅଭାବନୀୟ ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । କାରଣ ଏହି ଅଘଟଣ କେମିତି ଘଟିଲା ଏହାକୁ ନେଇ ଏଯାଏଁ କୌଣସି କାରଣ ସ୍ପଷ୍ଟ ହୋଇନାହିଁ । ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ସୂଚନା ଦେଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ସେଥିପାଇଁ ଏହା ଏକ ଦୁର୍ଘଟଣା ନା ସାମୁହିକ ଭାବେ ଏମାନେ ଜୀବନ ହାରିଛନ୍ତି ସେନେଇ ତନାଘନା ଚାଲିଛି ।
କାର୍ ଟି ରବିବାର ଦିନ ରାତିରେ ଅଞ୍ଜନା ଠାରୁ ଡୋର୍ଗା ଆଡକୁ ଆସୁଥିଲା । ଏହି ସମୟରେ କାର୍ ଟି ବ୍ରିଜରୁ ଯାଇ ନଦୀ ଆଡକୁ ଯିବାକୁ ଆରମ୍ଭ କରିଥିଲା । କାର୍ ଟି ବ୍ୟାରିକେଡ଼ ନିକଟରେ ଅଟକି ଯାଇଥିଲା । ଆଉ କାର୍ ରେ ଥିବା ଲୋକମାନେ ତଳକୁ ଓହ୍ଲାଇ ବ୍ଯାରିକେଡ ହଟାଇ ପୁଣି କାର୍ ଭିତରକୁ ଯାଇଥିଲେ ।

ଏହାପରେ ସେମାନେ ବିନା ଦ୍ଵିଧାରେ କାର୍ କୁ ନଦୀ ଭିତରକୁ ନେଇ ଯାଇଥିବା ସ୍ଥାନୀୟ ବାସିନ୍ଦା କହୁଥିବା ବେଳେ ନଦୀରେ ବନ୍ୟା ହେତୁ କାର୍ ଟି ଜଳସ୍ରୋତରେ ଭାସି ଯାଇଥିବା ଅନୁମାନ କରାଯାଉଛି । ଏହାପରେ ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆରମ୍ଭ କରି ଦେଇଥିଲା । କିନ୍ତୁ ସେହି କାର୍ ଟିକୁ ଏପର୍ଯ୍ୟନ୍ତ ମଧ୍ୟ ଠାବ କରା ଯାଇ ପାରିନାହିଁ । ତେଣୁ ସେଠାରେ ଏବେବି ତଲାସୀ ଅଭିଯାନ ଚାଲିଛି ।
ତେବେ କାର୍ ମିଳିବା ପରେ କେଉଁ ପରିସ୍ଥିତିରେ କାର୍ ନଦୀ ଭିତରକୁ ପଶିଥିଲା ଓ ସେଥିରେ ଥିବା ବ୍ୟକ୍ତିମାନେ କିଏ ଓ କେଉଁଠିକାର ତାହା ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।