ସୋସିଆଲ ମିଡିଆରେ ଘୁରି ବୁଲିଛି ରଙ୍ଗିଲା ଡାକ୍ତରଙ୍କ ରିଲ୍ସ ଭିଡିଓ, ଏମିତି କାଣ୍ଡ କରୁଥିବା ବେଳେ ଧରା ପଡିଲେ ଡାକ୍ତରବାବୁ, ଫିଟିଗଲା ସବୁ ଗୁମର…ଦେଖନ୍ତୁ ଭିଡିଓ

ଆମେ ଆପଣଙ୍କୁ ଜଣେ ଏଭଳି ଡାକ୍ତରଙ୍କ ସହ ପରିଚିତ କରାଇବୁ ଯାହାଙ୍କ ଡାକ୍ତର ଉପାଧି ସାଙ୍ଗକୁ ରସିକିଆ ଓ ଲାଞ୍ଚୁଆ ଭଳି ଉପନାମ ମଧ୍ୟ ଲାଗିଛି । ରୋମାଣ୍ଟିକ ଗୀତରେ ରିଲ୍ସ ବନାଉଥିବା ଏହି ଡାକ୍ତରଜଣକ ହେଉଛନ୍ତି ଢେଙ୍କାନାଳ ସରକାରୀ ହସ୍ପିଟାଲର ମେଡ଼ିସିନ ସ୍ପେଶାଲିଷ୍ଟ ଉମାକାନ୍ତ ଖେଜୁରିଆ । ଡାକ୍ତର ଉମାକାନ୍ତ ଏଭଳି କିଛି କରିଛନ୍ତି ଯେ ତାଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଡାକ୍ତରବାବୁ ବିଭିନ୍ନ ରୋମାଣ୍ଟିକ ଗୀତରେ କରିଥିବା ରିଲ୍ସ ଭିଡିଓ ସବୁ ଏବେ ଭାଇରାଲ ହେବାରେ ଲାଗିଛି ।

ତେବେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ଡାକ୍ତରବାବୁଙ୍କ କାରନାମା । ତେବେ ଏହି ଡାକ୍ତରବାବୁ ଜଣକ କଣ କରିଛନ୍ତି ଏହାକୁ ନେଇ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ । ଡାକ୍ତରବାବୁ ଜଣକ କଣ କାମ କରିଛନ୍ତି ଯେ ତାଙ୍କୁ ନେଇ ଏତେ ଚର୍ଚ୍ଚା ହେଉଛି ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଅନେକ ସମୟରେ ଅନେକ ପ୍ରତିଷ୍ଠିତ ବ୍ୟକ୍ତିଙ୍କର ରିଲ୍ସ ଭିଡିଓ ସବୁ ସାମ୍ନାକୁ ଆସିଥାଏ । କିନ୍ତୁ ଏଥିରେ ଏମିତି କଣ ନୂଆ ରହିଛି ଯେଉଁଥି ପାଇଁ ଡାକ୍ତର ବାବୁ ଚର୍ଚ୍ଚାକୁ ଆସିଛନ୍ତି ଆସନ୍ତୁ ଜାଣିବା ।

ତେବେ ସେ ଚର୍ଚ୍ଚାକୁ ଆସିବାର କାରଣ ହେଉଛି ଏହି ଡାକ୍ତରବାବୁ ଜଣକ ଏବେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଯେଉଁଥି ପାଇଁ ସେ ଭିଜିଲାନ୍ସ ହାତରେ ଗିରଫ ମଧ୍ୟ ହୋଇଛନ୍ତି । ମୃତ୍ୟୁ ପ୍ରମାଣପତ୍ର ବାବଦରେ ଫର୍ମରେ ଦସ୍ତଖତ କରାଇ ଦେବା ପାଇଁ ୧୧ ହଜାର ଟଙ୍କା ଲଞ୍ଚ ନେବା ବେଳେ ଧରା ପଡି ଯାଇଛନ୍ତି ଡାକ୍ତର ଉମାକାନ୍ତ ।

ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଚାଉଳିଆ ଗାଁର ପଲିଶି ହୋଲ୍ଡର ନନ୍ଦିନୀ ନାୟକ ଏଲଆଇସି ରେ ଏକ ବୀମା ପଲିଶି କରିଥିଲେ । ତାଙ୍କର ମୃତ୍ୟୁ ପରେ ଡେଥ୍ କ୍ଳେମ ପାଇଁ ନନ୍ଦିନୀଙ୍କ ଏଲଆଇସି ଏଜେଣ୍ଟ ବୈକୁଣ୍ଠ ଚରଣ ସାହୁଙ୍କ ନିକଟରୁ ମୃତ୍ୟୁ ପ୍ରମାଣପତ୍ର ବାବଦରେ ଫର୍ମରେ ଦସ୍ତଖତ କରିବା ପାଇଁ ଡାକ୍ତର ଉମାକାନ୍ତ ଲାଞ୍ଚ ମାଗିଥିଲେ । ଏହି ଦସ୍ତଖତ କାମ ପାଇଁ ୧୧ ହଜାର ଟଙ୍କା ଲଞ୍ଚ ମାଗିଥିଲେ ଡାକ୍ତର ଉମାକାନ୍ତ ।

ଯାହାର ଖବର ପାଇବା ପରେ ଭିଜିଲାନ୍ସ ଟିମ ଅଚାନକ ଚଢାଉ କରିଥିଲା ଓ ଉମାକାନ୍ତଙ୍କୁ ଗିରଫ କରିଥିଲା । ରସିକିଆ ଡାକ୍ତରବାବୁଙ୍କ ଏହି ଲଞ୍ଚ ନେବା ଘଟଣା ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଏବେ ତାଙ୍କର ଅନେକ ରିଲ୍ସ ଭିଡିଓ ସବୁ ଭାଇରାଲ ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।