ଆମେ ଯେଉଁ ଦୃଶ୍ୟ ଆପଣଙ୍କୁ ଦେଖାଇବାକୁ ଯାଉଛୁ ଆପଣ ବି ଦେଖିଲେ କହିବେ ଏଠି କଣ ଚାଲିଛି ଏମାନେ ଏଠି କଣ କରୁଛନ୍ତି । କିପରି ବିପଦସଙ୍କୁଳ ଭାବେ ଏମାନେ ଟ୍ରେନ ଲାଇନ ପାର ହେଉଛନ୍ତି ଦେଖିଲେ ଆପଣଙ୍କୁ ମଧ୍ୟ ଭୟ ଲାଗିବ । ସମନରୁ ଟ୍ରେନ ଆସୁଥିବା ବେଳେ କେମିତି ଟ୍ରେନ ଲାଇନ ପାର ହେଉଛନ୍ତି ଟିକେ ଦେଖନ୍ତୁ । ଆପଣ ବି ଦେଖିଲେ କହିବେ, ଏମାନଙ୍କର କି ସାହାସ । ହାତରେ ବ୍ୟାଗ ଧରିଛନ୍ତି ଆଉ ଗୋଟିଏ ଟ୍ରେନରୁ ଓହ୍ଲାଇ ଆଉ ଗୋଟିଏ ଟ୍ରେନକୁ ଯିବାକୁ ଟ୍ରେନ ଲାଇନ ପାର ହେଉଛନ୍ତି ।

ଯାହା କେତେ ବିପଦପୂର୍ଣ୍ଣ ଆପଣ ଏହି ଦୃଶ୍ୟରୁ ଅନୁମାନ କରି ପାରୁଥିବେ । ଗୋଟିଏ ଟ୍ରେନରୁ ଓହ୍ଲାଉ ଓହ୍ଲାଉ ଆଉ ଗୋଟିଏ ଟ୍ରେନ ବି ଆସିଗଲାଣି । ସ୍ତ୍ରୀଲୋକଙ୍କ ସହ ଅଧିକାଂଶ ବୟସ୍କ ଲୋକ ମଧ୍ୟ ସାଥିରେ ଅଛନ୍ତି । ଆଉ ବ୍ୟସ୍ତବିବ୍ରତ ହୋଇ ଟ୍ରେନ ଲାଇନକୁ ପାର କରୁଛନ୍ତି ଏହି ଲୋକମାନେ । ଯାହାର ପରିଣାମ କଣ ଯେ ହୋଇଥାନ୍ତା କଳ୍ପନା ମଧ୍ୟ କରିହେବ ନାହିଁ । ଟ୍ରେନ ଆଉ କିଛି ଦୂରରେ ଥିବାବେଳେ ମହିଳାଜଣକ ଟ୍ରେନ ଲାଇନର ଆରପଟେ ବ୍ୟାଗ ରଖି ପୁଣି ଥରେ ଆରପଟକୁ ଧାଇଁ ଆସୁଛନ୍ତି ।
ଆଉ ଟିକେରେ କଣ ଯେ ହୋଇଥାନ୍ତା ଦେଖନ୍ତୁ । ଟ୍ରେନ ତଳେ ଚାପି ହେବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସମସ୍ତେ । ଟିକିଏ ଅସାବଧାନତା ହେତୁ କେତେ ଜୀବନ ଯାଇଥାନ୍ତା । ଏଭଳି ସାମାନ୍ଯ ସୁବିଧା ପାଇଁ ନିୟମ ଭଙ୍ଗ କରି ନିଜ ଜୀବନକୁ ବାଜି ଲଗାଇବା କେତେ ଯେ ଭୟଙ୍କର ହୋଇପାରେ ତାହା ଆପଣ ଏହି ଭାଇରାଲ ହେଉଥିବା ଭିଡିଓରେ ଆପଣ ଦେଖି ପାରୁଥିବେ ।

ଏଠାରେ ଜଣେ କି ଦୁଇଜଣ ଏଭଳି ଅମାନିଆ ନାହାନ୍ତି ବରଂ କେତେ ସଂଖ୍ଯାରେ ଅଛନ୍ତି ଆପଣ ଦେଖି ନିଅନ୍ତୁ । ସହଜରେ ଟ୍ରେନ ଲାଇନ ପାର ହୋଇ ଶୀଘ୍ର ପଳେଇବା ପାଇଁ ସମସ୍ତେ ବ୍ୟସ୍ତ ହେଉଛନ୍ତି । ଏହି ଦୃଶ୍ୟରୁ ସ୍ପଷ୍ଟ ପ୍ରମାଣ ମିଳୁଛି କି ଏଭଳି ନିୟମ ଭଙ୍ଗ କରି ଟ୍ରେନ ଲାଇନ ପାର ହେବା କେତେ ଭୟଙ୍କର ହୋଇପାରେ । ଯାହାଫଳରେ କେତେ ଜୀବନ ଆଜି ଦୁର୍ଘଟଣାଗ୍ରସ୍ତ ହେବାରୁ ଅଳ୍ପକେ ବର୍ତ୍ତିଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।