ଲୋକଲଜ୍ଜା ଓ ଟାହିଟାପରା ଆଉ ସହି ପାରିଲାନି ପିଙ୍କି, ସବୁ ଜାଣି ନୀରବ ରହିଲା ପୋଲିସ, ଶେଷରେ ଏମିତି ନିଷ୍ପତ୍ତି ନେଲା ପିଙ୍କି…

ଝିଅକୁ ହରେଇ ଛାତି ଫଟେଇ ଚିତ୍କାର କରି କାନ୍ଦୁଛି । କାନ୍ଦି କାନ୍ଦି କହୁଛି, ମାସେ ଆଗରୁ ପୋଲିସକୁ ସେମାନେ ସବୁ କଥା ଜଣାଇଥିଲେ । ମୋ ଝିଅ ରାସ୍ତାଘାଟ ବଜାର ଯୁଆଡେ ଗଲେ ବି ତାକୁ କମେଣ୍ଟ ମାରୁଛନ୍ତି ଓ ମନଇଚ୍ଛା କଥା କହୁଛନ୍ତି । ଏକଥା ମୋ ଝିଅ ଆଉ ସହି ପାରୁନି ଆଜ୍ଞା ଆପଣ କିଛି କରନ୍ତୁ । ଏହାପରେ ବି ପୋଲିସ ଶାନ୍ତ ଥିଲା ଏନେଇ କିଛି ପଦକ୍ଷେପ ନେଇ ନଥିଲା । ଆଉ ଶେଷରେ ସମସ୍ତଙ୍କ ଠାରୁ କମେଣ୍ଟ ଆଉ ଟାହିଟାପରା ଶୁଣି ଶୁଣି ପିଙ୍କି ଆଜି ଜୀବନ ହାରି ଦେଇଛି ।

ଏଭଳି ଘଟିଯିବା ପରେ ପୋଲିସ ବାବୁଙ୍କୁ ବି ଫୋନ କରି ମା କହୁଛି, ଆପଣଙ୍କୁ ଏବେ ଆଉ କଣ କହିବି ? ଯେତେବେଳେ ସବୁ କଥା କହିଲି ଆପଣଙ୍କ ନିକଟରେ ଅଭିଯୋଗ ଆଣିଲି ସେତେବେଳେ ତ ଆପଣ କିଛି ବି କଲେନି । ଶେଷରେ ମୋ ପିଙ୍କି ଆଜି ଜୀବନ ହାରି ଦେଇଛି । ୨୨ ବର୍ଷିୟା ଝିଅ ପିଙ୍କି ଟେଲରିଂ କାମ କରୁଥିଲେ ଆଉ ଖୁସିରେ ତାଙ୍କ ଜୀବନ ଚାଲିଥିଲା ।

କିନ୍ତୁ ଗାଁର ସରପଞ୍ଚ ଆଉ ତାଙ୍କ ସମର୍ଥକ ମାନେ ତାଙ୍କୁ କମେଣ୍ଟ ମାରିବା ଆରମ୍ଭ କରିଦେଲେ । ଏମିତିକି ରାସ୍ତାଘାଟ ଯେଉଁଠି ଦେଖିଲେ ଟାହିଟାପରା କଲେ । ଏସବୁ ପିଙ୍କି ଆଉ କେତେ ସମ୍ଭାଳିଥାନ୍ତେ । ଶେଷରେ ଘରକୁ ଆଉ ଜୀବନ ଶେଷ କରିବାକୁ ନିଷ୍ପତ୍ତି ନେଇଗଲେ । ଆଉ ସବୁଦିନ ଏ ଦୁନିଆ ଛାଡି କମେଣ୍ଟ ଟାହିଟାପରା ଠାରୁ ଦୂରକୁ ଚାଲିଗଲେ ।

ତେବେ ପିଙ୍କିଙ୍କ ମା ଏକ ମାସ ତଳେ ପାଟକୁରା ଥାନାରେ ଏନେଇ ଅଭିଯୋଗ କରିଥିଲେ । କିନ୍ତୁ ଏହାକୁ ସେତେ ଗମ୍ଭୀରତାର ସହ ନେଇ ନଥିଲେ ପାଟକୁରା ଥାନା ପୋଲିସ । ଏନେଇ କୌଣସି ମଧ୍ୟ ପଦକ୍ଷେପ ନନେଇ ଚୁପ୍ ବସିଥିଲା ପୋଲିସ । ଆଉ ଏହିଭଳି ଭାବେ ଜୀବନ ଅସହ୍ୟ ହେବାରୁ ପିଙ୍କି ଆଜି ତା’ ଜୀବନ ହାରିଦେଇଛି ।

ଏହି ଘଟଣା ହେଉଛି ପାଟକୁରା ଥାନା ଅନ୍ତର୍ଗତ ମହାମୁଦା ଗ୍ରାମର, ଯେଉଁଠି ପିଙ୍କି ନାମକ ଜଣେ ଟେଲରିଂ କରୁଥିବା ଯୁବତୀ ନିଜ ଜୀବନ ହାରି ଦେଇଛନ୍ତି । ହୁଏତ ଆଗକୁ ଯାଇ ଏକ ସୁନାର ସଂସାର ଗଢିଥାନ୍ତେ । କିନ୍ତୁ ତାଙ୍କ ସହ ତାଙ୍କ ମା’ଙ୍କର ସବୁ ସ୍ଵପ୍ନ ଧୂଳିସାତ ହୋଇଗଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।