ସ୍ଵାମୀ ଥାଇ ପ୍ରେମିକଙ୍କ ସହ ଗପିବା ଯୁବତୀଙ୍କୁ ମହଙ୍ଗା ପଡିଛି । ଏବେ ସ୍ତ୍ରୀ ଗର୍ଭବତୀ ଥିବା ବେଳେ ସେହି ଛୁଆ ଯେ ତାଙ୍କର ମାନିବା ପାଇଁ ରାଜି ହେଉ ନାହାନ୍ତି ସ୍ଵାମୀ । ସ୍ତ୍ରୀର ଅନ୍ୟ ଜଣେ ଯୁବକଙ୍କ ସହ ସମ୍ପର୍କ ଥିବା ଜାଣିବା ପରେ ତାଙ୍କୁ ଖୁବ ମାଡ କରିଥିଲେ ସ୍ଵାମୀ । ମହିଳାଙ୍କ ସ୍ଵାମୀ ଜଣେ ଡ୍ରାଇଭର । ସେ କାମରେ ଯାଉଥିବା ବେଳେ ତାଙ୍କ ଅନୁପସ୍ଥିତିରେ ସ୍ତ୍ରୀ ଅନ୍ୟ ଜଣେ ଯୁବକଙ୍କ ସହ କଥାବାର୍ତ୍ତା କରନ୍ତି । ସେହି ଯୁବକ ଜଣକ ହେଉଛନ୍ତି ତାଙ୍କ ଭାଣିଜୀଙ୍କର ଦିଅର ।

ତେବେ ତାଙ୍କ ସହ କେବେ ସାକ୍ଷାତ କରି ନଥିବା କଥା କହିଛନ୍ତି ଯୁବତୀ । କେବଳ ଫୋନରେ କଥାବାର୍ତ୍ତା ହୁଅନ୍ତି ଓ ସେହି ଫୋନ ମଧ୍ୟ ସେହି ଯୁବକ ତାଙ୍କୁ ଦେଇଥିଲେ । ଫୋନ ପାଇଁ ସେ ଟଙ୍କା ପଠାଇ ଦେଇଥିଲେ ଓ ମହିଳା ଜଣକ ଫୋନ କିଣିଥିଲେ । ଆଉ ଫୋନକୁ ନିଜ ସ୍ଵାମିଆଙ୍କ ଠାରୁ ଲୁଚେଇ ରଖିଥିଲେ । ହେଲେ ସ୍ଵାମୀଙ୍କ ଠାରୁ ବେଶୀ ଦିନ ତାହା ଲୁଚି ରହି ପାରି ନଥିଲା । ଏ ବିଷୟରେ ମହିଳାଙ୍କ ସ୍ଵାମୀ ଜାଣିବା ପରେ ସେମାନଙ୍କ ବୈବାହିକ ଜୀବନରେ ଫାଟ ସୃଷ୍ଟି ହୋଇଛି ।
ଏନେଇ ସ୍ତ୍ରୀ ନିଜ ଭୁଲ ସ୍ଵୀକାର କରିଛନ୍ତି ଏବଂ ପକ୍ଷ ରଖି କହିଛନ୍ତି କି, ସେ କେବଳ ସେହି ଯୁବକଙ୍କ ସହ ଫୋନରେ କଥା ହୁଅନ୍ତି । ସ୍ଵାମୀ ନଥିବା ବେଳେ ପ୍ରେମିକଙ୍କ ସହ କଥା ହୁଅନ୍ତି ଆଉ ମୋବାଇଲକୁ ଆଲମାରିରେ ଲୁଚେଇ ରଖି ଦିଅନ୍ତି । ଦିନେ ସ୍ଵାମୀ ଆଲମାରିରୁ କିଛି କାଗଜପତ୍ର ଖୋଜୁଥିଲେ ଆଉ ସେହି ସମୟରେ ମୋବାଇଲ ଦେଖି ନେଇଥିଲେ ।

ସ୍ତ୍ରୀ ତାଙ୍କ ଠାରୁ ଲୁଚେଇକି ମୋବାଇଲ ରଖିଥିବା ଜାଣିବା ପରେ ସେ ତାଙ୍କୁ ଖୁବ ମାଡ ମାରିଥିଲେ ଓ ମୋବାଇଲ କଥା ପଚାରିଥିଲେ । ଏହାପରେ ସ୍ଵାମୀ ଜାଣିବାକୁ ପାଇଥିଲେ କି ତାଙ୍କ ଅନୁପସ୍ଥିତିରେ ତାଙ୍କ ସ୍ତ୍ରୀ ଅନ୍ୟ ଜଣେ ଯୁବକଙ୍କ ସହ କଥାବାର୍ତ୍ତା ହେଉଛନ୍ତି । ଯାହାଫଳରେ ସେ ଖୁବ ରାଗି ଯାଇଥିଲେ ଓ ଦୁହିଁଙ୍କ ପରିବାର ଭାଙ୍ଗିବା ଯାଏଁ କଥା ଯାଇଥିଲା । ଆଉ ଏବେ ସ୍ତ୍ରୀ ୫ ମାସର ଗର୍ଭବତୀ ଥିବାବେଳେ ସ୍ଵାମୀ କହୁଛନ୍ତି ପେଟରେ ଯେଉଁ ଛୁଆ ଅଛି ସେଇଟା ସେହି ପିଲାର ।
ସ୍ତ୍ରୀ ଚାହୁଁଛନ୍ତି ତାଙ୍କ ସ୍ଵାମୀଙ୍କ ପାଖକୁ ଫେରିବାକୁ କିନ୍ତୁ ସେ କହିଛନ୍ତି କି ତାଙ୍କ ସ୍ଵାମୀ ମଧ୍ୟ ବୁଝିବା ଦରକାର କି ତାଙ୍କର ବି କିଛି ଭୁଲ ରହିଛି ଯେଉଁଥି ପାଇଁ ମୁଁ ଏମିତି କରୁଥିଲି । ତେବେ ଦେଖାଯାଉ ନୂଆକରି ଆରମ୍ଭ ହେବାକୁ ଯାଉଥିବା ଏହି ସଂସାର ଯୋଡି ହେଉଛି ନା ଏଇଠୁ ହିଁ ସବୁ ଶେଷ ହୋଇଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।