କର୍କଟ ରାଶି (Cancer) July 2022 ମାସିକ ରାଶିଫଳ, ମାସଟି ଆପଣଙ୍କୁ କିପରି ଫଳ ପ୍ରଦାନ କରିବ ଓ ଅଶୁଭ ଖଣ୍ଡନ ପାଇଁ କଣ ପ୍ରତିକାର କରିବେ ?

ଜ୍ଯୋତିଷ ଅନୁସାରେ ଗ୍ରହଙ୍କ ଚଳନ ଓ ସ୍ଥିତି ଆମ ଜୀବନରେ ଅନେକ ପ୍ରଭାବ ପକାଇଥାଏ, ଯାହାଫଳରେ ଆମ ଜୀବନରେ କେବେ ସୁଖ ଆସିଥାଏ ତ ଆଉ କେବେ ଦୁଃଖ ମଧ୍ୟ ମାଡି ଆସିଥାଏ । ସେହି ଗ୍ରହଙ୍କ ଚଳନ ଓ ସ୍ଥିତିକୁ ଅନୁଧ୍ୟାନ କରି ଆଜି ଆମେ ଜାଣିବା କର୍କଟ ରାଶି ଜାତକଙ୍କ ପାଇଁ ୨୦୨୨ ମସିହା ଜୁଲାଇ ମାସଟି କିପରି ଫଳ ପ୍ରଦାନ କରିବାକୁ ଯାଉଛି ଓ ଅଶୁଭ ଗ୍ରହଙ୍କ ଅଶୁଭ ପ୍ରଭାବକୁ ଖଣ୍ଡନ କରିବା ପାଇଁ ଆପଣଙ୍କୁ କଣ ପ୍ରତିକାର କରିବାକୁ ହେବ ।

ଆପଣଙ୍କ ପାଇଁ ଶୁଭରଙ୍ଗ ହେଉଛି ଧଳା ବା କ୍ରିମ କଲର୍  । ବିଶେଷ କାର୍ଯ୍ୟରେ ଏହି ରଙ୍ଗର ବସ୍ତୁ ପ୍ରୟୋଗ କରିବା ଦ୍ଵାରା କିମ୍ବା ବସ୍ତ୍ର ପିନ୍ଧିବା ଦ୍ଵାରା ଶୁଭଫଳ ମିଳିଥାଏ । ଆପଣଙ୍କ ପାଇଁ ଶୁଭବାର ତଥା ବ୍ରତ ଉପବାସ ବାର ହେଉଛି ସୋମବାର, ତେଣୁ ଏହିଦିନ ବ୍ରତ ଉପବାସ ରଖିବା ଦ୍ଵାରା ମାନସିକ ପୂରଣ ହୋଇଥାଏ । ରାଶିର ଶୁଭଦେବୀ ହେଉଛନ୍ତି ମା ଭୁବନେଶ୍ବର । ଶୁଭସଂଖ୍ୟା ହେଉଛି ୨ ଏବଂ ପ୍ରତ୍ଯେକ ମାସର ୨, ୧୧, ୨୦ ଓ ୨୯ ତାରିଖ ହେଉଛି ଶୁଭ । ଏହିଦିନ ମାନଙ୍କରେ ଶୁଭ କାର୍ଯ୍ୟ କଲେ ଶୁଭଫଳ ମିଳିଥାଏ ।

କର୍କଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ୨୦୨୨ ମସିହା ଜୁଲାଇ ମାସଟି ମିଶ୍ରିତ ଫଳ ପ୍ରଦାନ କରିବ । ଚାକିରି କରୁଥିବା ଲୋକଙ୍କ ପାଇଁ କିଛି କ୍ଷେତ୍ରରେ ସମସ୍ଯା ବୃଦ୍ଧି ପାଇବ । କିନ୍ତୁ କିଛି କ୍ଷେତ୍ରରେ ଆପଣଙ୍କୁ ଶୁଭଫଳ ମଧ୍ୟ ପ୍ରାପ୍ତି ହେବ । ଏହି ସମୟରେ ଚାକିରି ସନ୍ଧାନରେ ଥିବା ବ୍ୟକ୍ତିମାନେ ନିଯୁକ୍ତି ପାଇବେ ।

ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ମାସର ଶେଷ ଭାଗ ଶୁଭ ରହିଛି । ବ୍ୟବସାୟ ବୃଦ୍ଧି ପାରିବା ପାଇଁ ଆପଣ କୌଣସି ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି । କିନ୍ତୁ ବଡ ଧରଣର ବିନିଯୋଗ ପାଇଁ ଏହା ଉପଯୁକ୍ତ ସମୟ ନୁହେଁ । ଛାତ୍ର ଛାତ୍ରୀମାନଙ୍କ ପାଇଁ ଏହି ସମୟଟି ଭଲ ବେଶ ରହିଛି । ଶିକ୍ଷାକ୍ଷେତ୍ର ସହ ଜଡିତ ଲୋକମାନେ ସଫଳତା ପ୍ରାପ୍ତି କରିବେ ।

ପାରିବାରିକ ଜୀବନ ସୁଖମୟ ହେବ ଓ ପରିବାରରେ ଏକଟା ଲାଗି ରହିବ । କିନ୍ତୁ ପ୍ରେମୀଯୁଗଳଙ୍କ ମଧ୍ୟରେ କିଛି ଟେନସନ ଦେଖା ଦେଇପାରେ, ଯାହାକୁ ନେଇ ଆପଣଙ୍କ ମନ ଅସ୍ଥିର ରହିବ । ଏହି ସମୟରେ ଆପଣଙ୍କ ଆର୍ଥିକ ଅବସ୍ଥା ଭଲ ରହିବ ଓ ଆପଣଙ୍କ ଗୁପ୍ତ ଧନରେ ମଧ୍ୟ ବୃଦ୍ଧି ହୋଇପାରେ ।

ବିଦେଶରୁ ଆସୁଥିବା ଆୟ ମଧ୍ୟ ବୃଦ୍ଧି ପାଇବ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ମାସଟି ଆପଣଙ୍କ ପାଇଁ ଅନୁକୂଳ ରହିଛି । ସ୍ୱାସ୍ଥ୍ୟ ଜନିତ ସବୁ ସମସ୍ଯା ଦୂରେଇ ଯିବ, କିନ୍ତୁ ବାସି ଖାଦ୍ୟ ଖାଇବାଠୁ ଦୂରେଇ ରୁହନ୍ତୁ । ତେବେ ଆପଣଙ୍କ ପାଇଁ ପ୍ରତିକାର ହେଉଛି ଆପଣ ରବିବାର ଦିନ ଷଣ୍ଢକୁ କିଛି ଖାଇବାକୁ ଦିଅନ୍ତୁ ।

ମଙ୍ଗଳବାର ଦିନ ଏକ ମନ୍ଦିରରେ ଯାଇ ନାଲି ପତାକା ଲଗାନ୍ତୁ । ଯାହା ସବୁ ଅଶୁଭ ରହିଛି ନିଶ୍ଚିତ ଭାବେ ଖଣ୍ଡନ ହେବ ଓ ଶୁଭଫଳ ପ୍ରାପ୍ତି ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।