ସଂସଦର ନୂଆ ବିଲଡିଙ୍ଗ ଉପରେ ନିର୍ମିତ ବିଶାଳକାୟ ଜାତୀୟ ପ୍ରତୀକ ଉଦଘାଟନ ପରେ ମୁଣ୍ଡ ଟେକିଲାଣି ବିବାଦ, ପ୍ରତୀକରେ ଥିବା ସିଂହ ଶାନ୍ତ ନା ହିଂସ୍ର ? 

ଅଶୋକ ସ୍ତମ୍ଭ ହେଉଛି ଆମ ଦେଶର ଜାତୀୟ ପ୍ରତୀକ । ଆଉ ଏବେ ଏହି ଜାତୀୟ ପ୍ରତୀକର ରୂପକୁ ନେଇ ମୁଣ୍ଡ ଟେକିଲାଣି ବିବାଦ । କେନ୍ଦ୍ର ସରକାରଙ୍କୁ ଏନେଇ ବିରୋଧୀ ଘାଇଲା କରିବାକୁ ବସିଲାଣି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଥିବା ଜାତୀୟ ପ୍ରତୀକକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏହି ବିଶାଳକାୟ ଚାରୋଟି ସିଂହ ବିଶିଷ୍ଟ ଭାରତର ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭ ସଂସଦର ନୂଆ ବିଲଡିଙ୍ଗ ଉପରେ ରହିଛି ।

ସୋମବାର ଦିନ ଏହାର ଅନାବରଣ ହେବା ପରେ ପ୍ରତୀକର ରୂପ ବଦଳାଇ ଦିଆ ଯାଇଥିବା ଅଭିଯୋଗ କରୁଛନ୍ତି ବିରୋଧୀ । ସମ୍ରାଟ ଅଶୋକଙ୍କ ଦ୍ଵାରା ଆମ ଦେଶରେ ଏହି ଚାରି ସିଂହ ବିଶିଷ୍ଟ ଅଶୋକ ସ୍ତମ୍ଭ ପ୍ରତିଷ୍ଠା ହୋଇଥିଲା । କିନ୍ତୁ ପୂର୍ବରୁ ସମ୍ରାଟ ଅଶୋକଙ୍କ ଦ୍ଵାରା ପ୍ରତିଷ୍ଠିତ ହୋଇଥିବା ଜାତୀୟ ପ୍ରତୀକର ଚାରି ସିଂହ ଓ ବର୍ତ୍ତମାନ ମୋଦିଙ୍କ ଦ୍ଵାରା ଉଦଘାଟିତ ହୋଇଥିବା ଚାରି ସିଂହ ମଧ୍ୟରେ ଅନେକ ପାର୍ଥକ୍ଯ ରହିଛି ।

ପୂର୍ବରୁ ବ୍ୟବହାର ହେଉଥିବା ଜାତୀୟ ପ୍ରତୀକରେ ଥିବା ସିଂହ ଗୁଡିକ ବେଶ ଶାନ୍ତ ଓ ସୁନ୍ଦର ଭାବେ ରହିଥିଲେ ଏବଂ ସେମାନେ କେବଳ ଜିଭ କାଢିଥିଲେ । କିନ୍ତୁ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଉଦଘାଟିତ କରିଥିବା ପ୍ରତୀକର ସିଂହ ଗୁଡିକ ବେଶ ଆକ୍ରମଣାତ୍ମକ ଆଭିମୁଖ୍ଯ ଦେଖାଇଛନ୍ତି । ଆକ୍ରମଣ କରିବା ବେଳେ ସିଂହ ଯେପରି ଦାନ୍ତ ବାହାର କରି ରହିଥାଏ ସେମିତି ରହିଛନ୍ତି ଏହି ନୂଆ ଅଶୋକ ସ୍ତମ୍ଭର ସିଂହମାନେ ।

ଯାହା ଭାରତର ନୀତି ଓ ସଂସ୍କୃତିର ବିରୋଦ୍ଧାଚରଣ କରୁଛି ବୋଲି ଅଭିଯୋଗ କରୁଛନ୍ତି ବିରୋଧୀମାନେ । ଲାଲୁଆ ପ୍ରସାଦ ଯାଦବଙ୍କ |ଆରଜେଡ଼ି ପକ୍ଷରୁ କୁହାଯାଇଛି ଯେ, ପୂର୍ବରୁ ଜାତୀୟ ପ୍ରତୀକରେ ରହିଥିବା ସିଂହ ଗୁଡିକର ହାବଭାବରେ ବେଶ ସୁନ୍ଦରତା ରହିଥିଲା । ସେମାନେ ଅହିଂସା ଓ ଶାନ୍ତିର ବାର୍ତ୍ତା ଦେଉଥିଲେ । କିନ୍ତୁ ନୂଆ ଜାତୀୟ ପ୍ରତୀକର ସିଂହ ହିଂସ୍ର ଦେଖା ଯାଉଥିବା ଦଳ କହିଛି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଭାଷଣରେ ବ୍ୟବହାର କରୁଥିବା ଅମୃତକାଳ ଶବ୍ଦକୁ ନେଇ ତାଙ୍କୁ ବାକ୍ୟବାଣ ମାରିଛି ଆରଜେଡ଼ି ।

ଦଳ ପକ୍ଷରୁ ଟ୍ବିଟ କରି ଏହାକୁ ସମାଲୋଚନା କରାଯାଇଛି । ତେବେ ବିରୋଧୀଙ୍କ ଏଭଳି ଆକ୍ରମଣକୁ ନେଇ କେନ୍ଦ୍ର ସରକାର କଣ ପ୍ରତିକ୍ରିୟା ଦେଉଛନ୍ତି ତାହା ଦେଖିବା ବାକି ରହିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।