ସାର୍ ଙ୍କ ଲେଖା ସୁନ୍ଦର ହେଲେ କଣ ହେବ ଇଂରାଜୀ କିନ୍ତୁ ଖୁବ୍ ଦୁର୍ବଳ । ଖୋଦ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଇଂରାଜୀ ଜଣାନାହିଁ । ୪୯ଏଊ ୧୨ ଗଲେ କେତେ ଗଣିତ ସାର୍ ଙ୍କୁ ଜଣାନାହିଁ । ସେପଟେ ଛାତ୍ର ଛାତ୍ରୀମାନଙ୍କୁ ବି ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ଜଣାନାହିଁ । କିନ୍ତୁ ଜିଲ୍ଲା ଶିକ୍ଷା ଅଧିକାରିଣୀ ଧରାଛୁଆଁ ଦେଉ ନାହାନ୍ତି । ଉପରୁ ତଳ ଯାଏଁ ସଭିଏଁ ପାଠରେ ଦୁର୍ବଳ । ବ୍ଲକ ଶିକ୍ଷା ଅଧିକାରୀଙ୍କ ଇଂରାଜୀ ଲେଖା ଦେଖି ଜିଲ୍ଲାପାଳ ବି ଆଶ୍ଚର୍ଯ୍ୟ ହେଉଛନ୍ତି ।
୪୯ରୁ ୧୨ ଫେଡିଲେ କେତେ ଏହିଭଳି ସାଧାରଣ ପ୍ରଶ୍ନର ଉତ୍ତର ଦେବା ପାଇଁ ଯଦି ଶିକ୍ଷକଙ୍କ ପାଟି ବାଜୁଛି ତେବେ ଆପଣ ଚିନ୍ତା କରି ପାରୁଥିବେ ସେ ଛାତ୍ର ଛାତ୍ରୀଙ୍କୁ କିଭଳି ଶିକ୍ଷାଦାନ କରୁଥିବେ । ଏନେଇ ଖବର ସାମ୍ନାକୁ ଆସିବା ପରେ ଜିଲ୍ଲା ଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁସାରେ ବ୍ଲକ ଶିକ୍ଷା ବିଭାଗ ତାଙ୍କ ଅଧୀନରେ ଥିବା ସ୍କୁଲ ଗୁଡିକୁ ଏକ ଚିଠି ଜାରି କରିଥିଲେ । ଏହି ଚିଠିଟି ସଂପୂର୍ଣ୍ଣ ଇଂରାଜୀରେ ଲେଖାଥିଲା ।
ଏଥିରେ କୁହା ଯାଇଥିଲା କି ସାମ୍ବାଦିକ ମାନେ ସ୍କୁଲ ପରିସର ଭିତରେ ବିନା ଅନୁମତିରେ ପ୍ରବେଶ କରିପାରିବେ ନାହିଁ । ଏପରି ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଓ କଙ୍କଡାହାଡ ଦୁଇଟି ବ୍ଲକର ଶିକ୍ଷା ଅଧିକାରୀ ଦାୟିତ୍ବରେ ଥିବା ହରିହର ଦେହୁରିଙ୍କ ଇଂରାଜୀ ଚିଠି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଚିଠିର ପ୍ରତ୍ଯେକ ବାକ୍ୟରେ ବ୍ଯାକରଣ ଭୁଲ ରହିଛି । ଯେଉଁ ଚିଠିକୁ ନେଇ ଢେଙ୍କାନାଳ ଜିଲ୍ଲାର ସାମ୍ବାଦିକମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରିଣୀଙ୍କ ଠାରୁ ଆରମ୍ଭ କରି ସ୍କୁଲର ପିଲାମାନଙ୍କ ପର୍ଯ୍ୟନ୍ତ କେହିବି ଠିକ ଉତ୍ତର ଦେବାରେ ସକ୍ଷମ ନୁହନ୍ତି । ଏପଟେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଇଂରାଜୀ ଚିଠି ଦେଖି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି କି, ଗଣମାଧ୍ୟମଙ୍କୁ ସ୍କୁଲ ପରିସର ଭିତରକୁ ଯିବାକୁ ମନାନାହିଁ । କିନ୍ତୁ ପିଲାଙ୍କ ପାଠପଢା ସମୟରେ ସ୍କୁଲ ଭିତରକୁ ଯିବା ଉଚିତ ନୁହେଁ । ତେଣୁ କ୍ଳାସ ସରିବା ପରେ ସ୍କୁଲ ପରିସର ଭିତରକୁ ଯାଇ ଆଲୋଚନା କରିପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।