ତିନି ମାସର ହୋଇଥିବା ବେଳେ ଅନାଥ ଆଶ୍ରମକୁ ଟେକି ଦେଇଥିଲେ ବାପା, 30 ବର୍ଷ ପରେ ଝିଅ ଘରକୁ ଫେରିଲା ଜାଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ

ଦୀର୍ଘ ତିରିଶ ବର୍ଷ ତଳେ ମା ଛେଉଣ୍ଡ ତିନିମାସର ଶିଶୁକନ୍ୟାକୁ ଆଶ୍ରମକୁ ଟେକି ଦେଇଥିଲେ ବାପା । ପୂର୍ବରୁ ୫ଟି ଝିଅ ଓ ଗୋଟିଏ ପୁଅ ଥିବା ବେଳେ ଏହି କୁନି ଛୁଆର ଲାଲନପାଳନ କେମିତି ହେବ ସେକଥା ଚିନ୍ତା କରି ଏଭଳି ଏକ ପଦକ୍ଷେପ ନେଇଥିଲେ ବାପା । ଝିଅଟି ଆଶ୍ରମରେ ବଡ ହେଲା ଆଉ ସୁଦୂର ବେଲଜିୟମରେ ଏକ ଦମ୍ପତ୍ତି ତାଙ୍କୁ ଝିଅ କରି ନେଲେ । କିନ୍ତୁ ବଡ ହେବା ପରେ ସେ ଏବେ ନିଜ ଜନ୍ମ ମାଟିକୁ ଫେରିଛି । ଏହା ଆପଣଙ୍କୁ କୌଣସି କାହାଣୀ ଭଳି ଲାଗୁଥିଲେ ମଧ୍ୟ ଏକଦମ ସତ୍ୟ ।

ଏହା ହେଉଛି କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଗୁମ ମହାପଞ୍ଚାୟତର ଗୁଜାପାଙ୍ଗା ଗାଁ’ର ସତ କାହାଣୀ । ଗାଁ’ର କୃଷ୍ଣଚନ୍ଦ୍ର ରଣା ଏବଂ ଅଜିମନି ରଣାଙ୍କର ୫ଟି ଝିଅ ଓ ଗୋଟିର ପୁଅ ଥିଲେ । ସ୍ତ୍ରୀ ଅଜିମନି ରଣାଙ୍କର ମୃତ୍ୟୁ ପରେ କୃଷ୍ଣଚନ୍ଦ୍ର ତିନିମାସର ଝିଅ ମାମିନାକୁ ଉଦୟଗିରୀର ସୁଭଦ୍ରା ମହତାବ ଆଶ୍ରମରେ ଛାଡି ଚାଲି ଯାଇଥିଲେ । ପରେ ବେଲଜିୟମର ଏକ ଦମ୍ପତ୍ତି ମାମିନାକୁ ପୋଷ୍ୟା ସନ୍ତାନ ଭାବେ ନେଇଥିଲେ । କିନ୍ତୁ କିଛି ବର୍ଷ ପରେ ମାମିନା ନିଜ ଜନ୍ମସ୍ଥାନ ଓ ପରିବାର ଲୋକଙ୍କୁ ଖୋଜିବାରେ ଲାଗିଥିଲେ ।

ଶେଷରେ ସେ ଆଜି ନିଜ ଘରେ ନିଜ ରକ୍ତ ସମ୍ପର୍କୀୟଙ୍କ ପାଖରେ ପହଞ୍ଚିଛନ୍ତି । ବୟସ ବଢିବା ସାଙ୍ଗକୁ ମାମିନା ନିଜ ଘର ଓ ରକ୍ତ ସମ୍ପର୍କୀୟଙ୍କ ବିଷୟରେ ଜାଣିବାକୁ ଚାହିଁଥିଲେ । ଆଉ ତାଙ୍କର ସେହି ଇଚ୍ଛା ହିଁ ଆଜି ତାଙ୍କୁ ପରିବାର ଲୋକଙ୍କ ସହ ଭେଟ କରାଇ ପାରିଛି ବୋଲି ସମସ୍ତେ କହୁଛନ୍ତି । ବର୍ଷକୁ ଏମିତି ଥରେ ଆସି ମାମିନା ନିଜ ଘର ଲୋକଙ୍କୁ ଭେଟିବେ ବୋଲି କହିଛନ୍ତି ।

ସବୁଠୁ ବଡ କଥା ହେଉଛି ବର୍ତ୍ତମାନ ପରିପ୍ରେକ୍ଷୀରେ କିଛି ସ୍ଥାନରେ ଏବେବି ଅସହାୟ ନାବାଳିକା ଓ ଯୁବତୀ ମାନଙ୍କୁ ନେଇ ଅନେଇ ଅନୈତିକ କାର୍ଯ୍ୟରେ ଲଗାଯାଉଛି । ଅଥଚ ମାମିନ ନିଜ ପରିଚୟ ତିଆରି କରିବା ସାଙ୍ଗକୁ ଏବେ ନିଜର ଅତୀତକୁ ଖୋଜି ପାଇଛନ୍ତି । ମାମିନାଙ୍କୁ ଏଥିରେ ଅନେକ ସମାଜସେବୀ ମଧ୍ୟ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ । ବର୍ତ୍ତମାନ ମାମିନା ଜଣେ ଉଚ୍ଚ ଶିକ୍ଷିତା ମହିଳା ଓ ବିବାହିତା ମଧ୍ୟ ।

ପୁନେ ଉଚ୍ଚ ନ୍ୟାୟାଳୟର ମହିଳା ଓକିଲ ଅଞ୍ଜ ପାୱାରଙ୍କ ମଧ୍ୟରେ ସେ ଭରତ ଆସିଥିଲେ ଓ ଏହାପରେ ଓଡିଶାରେ ନିଜ ଜନ୍ମମାଟିରେ ଆସି ପହଞ୍ଚି ପାରିଥିଲେ । ନିଜ ପରିବାରକୁ ଅତ୍ୟଧିକ ପାଖରେ ପାଇ ମାମିନା ବହୁତ ଖୁସି ଅଛନ୍ତି ବୋଲି ପ୍ରକାଶ କରିଛନ୍ତି । ଭରତ ତାଙ୍କ ଦେଶ ଓ ନିଜ ଅଞ୍ଚଳ ଓ ଭୂମିକୁ ଦେଖି ସେ ଭାବବିହ୍ଵଳ ମଧ୍ୟ ହୋଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।