ସବୁବେଳେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରୁହନ୍ତି ଓଲିଉଡର ପ୍ରସିଦ୍ଧ ଏବଂ ଲୋକପ୍ରିୟ ଡ୍ୟାନ୍ସର ତଥା କୋରିଓଗ୍ରାଫର ଶାଶ୍ଵତ ଯୋଶୀ । ତାଙ୍କ ବେଶଭୂଷା, ଚାଲିଚଳଣି, ଅଙ୍ଗଭଙ୍ଗୀକୁ କେନ୍ଦ୍ର କରି ଅନେକ ଲୋକ ତାଙ୍କ ଲିଙ୍ଗ ବିଷୟରେ ପ୍ରଶ୍ନ କରନ୍ତି ଏବଂ ଆକ୍ଷେପ ମଧ୍ୟ କରନ୍ତି । ତେବେ ଏନେଇ ଏବେ କ୍ୟାମେରା ସାମ୍ନାରେ ମୁହଁ ଖୋଲିଛନ୍ତି ଶାଶ୍ଵତ ଯୋଶୀ । ସେ କହିଛନ୍ତି କି, ମୁଁ ପୂର୍ବରୁ ପ୍ରମାଣ କରିସାରିଛି ମୁଁ କଣ । ମୁଁ ବିବାହିତ ବ୍ୟକ୍ତି ଏବଂ ମୋର ଝିଅଟିଏ ମଧ୍ୟ ଅଛି ।

ତେଣୁ ମୁଁ ସମାଜ ଆଗରେ ମୋ ପୁରୁଷତ୍ଵ ପ୍ରମାଣ କରିସାରିଛି । ଏହା ବାଦ ଯଦି ମୋ ବେଶଭୂଷାକୁ ନେଇ କେହି ପ୍ରଶ୍ନ ଉଠାଉଛନ୍ତି ତେବେ ମୁଁ କହିବି ସେଇଟା ଆପଣଙ୍କ ସମସ୍ଯା । କାରଣ ମୁଁ ଗୋଟେ ଆର୍ଟିଷ୍ଟ ଆଉ କଳାକାରର କୌଣସି ଜେଣ୍ଡର ନଥାଏ । କେତେ କଳାକାର ଝିଅ ବେଶରେ ଡ୍ୟାନ୍ସ କରନ୍ତି ଆଉ କେତେ ପୁଅ ଭେଶରେ ବି ଡ୍ୟାନ୍ସ କରନ୍ତି । ତେବେ ସେଥିରେ ଜେଣ୍ଡରର ପ୍ରଶ୍ନ ଉଠୁଛି କାହିଁକି ? ମୋର ବେଶଭୂଷା ଏବଂ ପରିପାଟୀ ମୋର ସ୍ଵତନ୍ତ୍ର ପରିଚୟ ଏବଂ ନିଜସ୍ଵ ଇଚ୍ଛା ।
ମୁଁ ଯଦି ଏଥିପାଇଁ ଲୋକଙ୍କୁ ଉତ୍ତର ଦେବା ଆରମ୍ଭ କରିଦେବି ମୋର ନିଜର ଅସ୍ତିତ୍ଵ ରହିବ ନାହିଁ । ଆଉ ମୋତେ ବି ଲାଗୁନି କି ମୁଁ କାହାକୁ ଉତ୍ତର ଦେବା ଉଚିତ । ଆଉ ସବୁଠୁ ବଡ କଥା ହେଉଛି ମୋତେ ବର୍ତ୍ତମାନ ଲୋକମାନେ ସବୁଠୁ ଅଧିକ ବ୍ୟସ୍ତ ରହୁଥିବା ଏବଂ ଅଧିକ ପାରିଶ୍ରମିକ ପ୍ରାପ୍ତ ସେଲିବ୍ରିଟି ଭାବେ ମୋତେ ଗଣନା କରୁଛନ୍ତି ।

ମୋର କ୍ରିଏଟିଭିଟି ପାଇଁ ମୋତେ ସେମାନେ ଏଭଳି ଗଣନା କରୁଛନ୍ତି । କାରଣ ମୁଁ ଓଡ଼ିଶାକୁ ନମ୍ବର ୱାନରେ ରଖିବା ପାଇଁ ଚାହୁଁଛି ଏବଂ ଓଡିଶାର ହସ୍ତଶିଳ୍ପ ହେଉ କଳା ସଂସ୍କୃତି ହେଉ ମୁଁ ସବୁକୁ ନେଇ ଆଗକୁ ବଢିବାକୁ ଚାହୁଁଛି । ମୁଁ ଟଙ୍କା ପାଇଲେ ଯେଉଁମାନେ ମୋ ସହ ଜଡିତ ଅଛନ୍ତି ସେମାନେ ମଧ୍ୟ ଚଳିବେ । କାରଣ ମୋ ସାଙ୍ଗରେ ଆହୁରି ୭୦ରୁ ୮୦ଟି ପରିବାର ଚଳୁଛନ୍ତି । ସେଥିପାଇଁ ମୁଁ ଫ୍ରି’ରେ କୌଣସି କାମ କରେନାହିଁ ।
ଆଉ ସେଭଳି କନସେପ୍ଟକୁ ମଧ୍ୟ ବିଶ୍ବାସ କରେନାହିଁ । କାରଣ ଯିଏ ପରିଶ୍ରମ କରିଛି ତା’ର ପ୍ରାପ୍ୟ ପାଇବା ନିହାତି ଜରୁରୀ ।” ଏଭଳି କହି ତାଙ୍କୁ ଆକ୍ଷେପ କରୁଥିବା ଲୋକଙ୍କ ମୁହଁରେ ଶକ୍ତ ଚାପୁଡା ଦେଇଛନ୍ତି ଶାଶ୍ଵତ ଯୋଶୀ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।